ETV Bharat / bharat

‘ନାଥୁରାମ ଗଡସେ ପ୍ରକୃତ ଦେଶଭକ୍ତ’: ବିବାଦରେ ଉତ୍ତରାଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ - ଉତ୍ତରାଖଣ୍ଡ ଖବର

ନାଥୁରାମ ଗଡସେଙ୍କୁ ଦଶଭକ୍ତ କହି ବିବାଦରେ ଉତ୍ତରାଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାଓ୍ବତ । କଣ କହିଲେ ଜାଣନ୍ତୁ ପୁରା ଘଟଣା ।

ବିବାଦରେ ଉତ୍ତରାଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ, କହିଲେ ନାଥୁରାମ ଗଡସେ ପ୍ରକୃତ ଦେଶଭକ୍ତ

author img

By

Published : Jun 8, 2023, 9:21 PM IST

ଡେରାଡୁନ: ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କୁ ନେଇ ବୟାନ ଦେଇ ବିବାଦରେ ଉତ୍ତରାଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାଓ୍ବତ । ‘‘ନାଥୁରାମ ଗଡସେ ଦେଶଭକ୍ତ ଥିଲେ, ତାଙ୍କ ଦେଶଭକ୍ତି ପ୍ରତି ପ୍ରଶ୍ନ କରାଯାଇପାରିବ ନାହିଁ । ତେବେ ରାହୁଲ ଗାନ୍ଧୀ କେଉଁ ଗାନ୍ଧୀବାଦ କଥା କହୁଛନ୍ତି ।’’ ଏକ ପ୍ରେସମିଟ ବେଳେ କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରିବାକୁ ଯାଇ ଏପରି କିଛି ବୟାନବାଜୀ ପାଇଁ ଏବେ ବିବାଦ ଘରକୁ ଆସିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାଓ୍ବତ ।

ଆଜି ରାଓ୍ବତ ପାର୍ଟି ଅଫିସରେ ପ୍ରେସମିଟ୍‌ କରିବା ବେଳେ ଏହି ପ୍ରସଙ୍ଗ ଆଡ଼କୁ ଚାଲି ଯାଇଥିଲେ । ସେ କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରିବା ଆଳରେ ନାଥୁରାମଙ୍କ କଥା ଉଠାଇଥିଲେ । କହିଥିଲେ, ନଥୁରାମ ଗାନ୍ଧୀଜୀଙ୍କୁ କାହିଁକି ହତ୍ୟା କଲେ ତାହା ଭିନ୍ନ ପ୍ରସଙ୍ଗ । ହେଲେ ସେ ଜଣେ ପ୍ରକୃତ ରାଷ୍ଟ୍ରଭକ୍ତ ଥିଲେ । ତାଙ୍କ ଦେଶଭକ୍ତି ଉପରେ ସନ୍ଦେହ କରାଯାଇ ପାରିବନାହିଁ । ହେଲେ ଗାନ୍ଧୀଜୀଙ୍କର ଯେଉଁ ହତ୍ୟାକାଣ୍ଡ ଘଟିଲା, ତାକୁ ଆମେ ଗ୍ରହଣ କରିପାରିବୁ ନାହିଁ ।

ସେହିପରି ସେ କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଗାନ୍ଧୀବାଦ ନେଇ ଟାର୍ଗେଟ କରିଥିଲେ । ନାମ ପଛରେ କେହି ଗାନ୍ଧୀ ଲଗାଇଦେଲେ ବିଚାରଧାରା କେବେ ‘ଗାନ୍ଧୀବାଦ’ ହୋଇଯାଏ ନାହିଁ । ରାହୁଲ କେବଳ ଦେଶର ଛବି ଖରାପ କରିବାରେ ଲାଗିଛନ୍ତି । ତାହା ଛଡା ଆଉ କିଛି ନାହିଁ ବୋଲି ତ୍ରିଭେନ୍ଦ୍ର ସିଂ ରାଓ୍ବାତ କହିଥିଲେ । ହେଲେ କଥା ଛଳରେ ନାଥୁରାମଙ୍କୁ ଦେଶଭକ୍ତ କହିବା ରାଓ୍ବତଙ୍କ ପାଇଁ ସମାଲୋଚନା ସ୍ଥିତି ସୃଷ୍ଟି କରିଛି । କଂଗ୍ରେସ ସମେତ ଅନ୍ୟ କିଛି ରାଜନୈତିକ ଦଳ ଏହି ମନ୍ତବ୍ୟକୁ ନାପସନ୍ଦ କରିଛନ୍ତି । ହେଲେ ଏ ସମ୍ପର୍କରେ ତ୍ରିଭେନ୍ଦ୍ରଙ୍କର କୌଣସି ସ୍ପଷ୍ଟୀକରଣ କିମ୍ବା ସଫେଇ ସାମ୍ନାକୁ ଆସିନ ।

କେବଳ ତ୍ରିଭେନ୍ଦ୍ର ସିଂ ନୁହନ୍ତି ବରଂ ବିଜେପିର ଅନ୍ୟ କିଛି କାର୍ଯ୍ୟକର୍ତ୍ତା ଓ ଦକ୍ଷିଣପନ୍ଥୀ ଦଳମାନେ ବିଭିନ୍ନ ସମୟରେ ଏପରି ବିବାଦୀୟ ବୟାନ ଦେବାର ନଜିର ରହିଛି । ନିକଟ ଅତୀତରେ କିଛି ସଂଗଠନ ମହାତ୍ମା ଗାନ୍ଧୀର ମହାପ୍ରୟାଣ ଦିବସକୁ ଉତ୍ସବ ଭାବେ ପାଳନ କରି ବିବାଦକୁ ଆସିଥିଲେ । ଅବଶ୍ୟ ପରେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇଥିଲା । ସ୍ବାଧୀନତାର ଠିକ ପରବର୍ଷ 1948ରେ ଗାନ୍ଧୀଜୀଙ୍କ ହତ୍ୟା କରଯାଇଥିଲା । ହତ୍ୟାକାରୀ ନାଥୁରାମ ଗଡସେଙ୍କୁ ଦୋଷୀ ସାବ୍ୟସ୍ତ କରାଯିବା ଫାଶି ମଧ୍ୟ ଦିଆଯାଇଥିଲା । ହତ୍ୟାକାରୀ ଗୋଡସେଙ୍କର ଆରଏସଏସ ଓ ସାବରକରଙ୍କ ଦ୍ବାରା ପ୍ରତିଷ୍ଠିତ ହିନ୍ଦୁ ମହାସଭା ସହ ସମ୍ପର୍କ ଥିବା ଚର୍ଚ୍ଚା ଓ ଅଭିଯୋଗ ହେଉଥିଲେ ହେଁ, ତାହା ଆଜି ମଧ୍ୟ ପ୍ରମାଣ ବିହୀନ ଫର୍ଦ୍ଦ ହୋଇ ରହିଯାଇଛି ।

ବ୍ୟରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.