ETV Bharat / bharat

ମୁଁ ନିଜ ଜୋତା ଲେସ୍‌ ବାନ୍ଧୁଥିଲି, ରାହୁଲ ଗାନ୍ଧୀଙ୍କ ନୁହେଁ: ଜିତେନ୍ଦ୍ର ସିଂ

author img

By

Published : Dec 22, 2022, 3:35 PM IST

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡ଼ିଓ ଉପରେ ସ୍ପଷ୍ଟୀକରଣ ରଖିଲେ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ (Jitendra Singh on Viral video) । ତେବେ ସେ ରାହୁଲ ଗାନ୍ଧୀଙ୍କ ନୁହେଁ, ନିଜ ଜୋତାର ଲେସ୍‌ ବାନ୍ଧୁଥିଲେ ବୋଲି କହିଛନ୍ତି । ଅଧିକ ପଢନ୍ତୁ

jitendra-singh
ଜିତେନ୍ଦ୍ର ସିଂ
ଜିତେନ୍ଦ୍ର ସିଂ
ଜିତେନ୍ଦ୍ର ସିଂଙ୍କ ଜୋତାର ଖୋଲିଥିଲା ଲେସ୍‌

ଜୟପୁର: କଂଗ୍ରେସର ଭାରତ ଯୋଡ଼ ଯାତ୍ରା ରାଜସ୍ଥାନର ଅଲୱରରେ ପହଞ୍ଚିଛି (Bharat Jodo Yatra in Alwar)। ଯାତ୍ରା ସମୟରେ ଜିତେନ୍ଦ୍ର ସିଂ ଓ ରାହୁଲ ଗାନ୍ଧୀ (Rahul Gandhi)ଙ୍କ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଏହାକୁ ନେଇ ବିଜେପି ଆଇଟି ସେଲ୍‌ ଟ୍ବିଟ କରିଥିଲା । ଏହା ଉପରେ ସ୍ପଷ୍ଟୀକରଣ ରଖିଛନ୍ତି କଂଗ୍ରେସ ନେତା ତଥା ପୂର୍ବ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ । ସେ କହିଛନ୍ତି ଯେ ମୁଁ ନିଜ ଜୋତାର ଲେସ୍‌ ବାନ୍ଧୁଥିଲି, ରାହୁଲ ଗାନ୍ଧୀଙ୍କ ନୁହେଁ । ଆଇଟି ସେଲ୍‌ ଉକ୍ତ ଟ୍ବିଟକୁ ତୁରନ୍ତ ନହଟାଇଲେ ସେ ମାନହାନି ଅଭିଯୋଗ ଆଣିବେ ବୋଲି ଚେତାବନୀ ଦେଇଛନ୍ତି ।

ଭାଇରାଲ ଭିଡ଼ିଓକୁ ନେଇ ଟ୍ବିଟ କରି ବିଜେପି ଆଇଟି ସେଲ ପ୍ରଭାରୀ ଅମିତ ମାଲଭିୟ ଟ୍ବିଟ କରି ପରୋକ୍ଷରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନେ ଖଡ଼ଗେଙ୍କୁ ଟାର୍ଗେଟ କରିଥିଲେ । ଏହାକୁ ରିଟ୍ବିଟ କରି ଜିତେନ୍ଦ୍ର କହିଥିଲେ, "ବିଜେପି ଆଇଟି ସେଲ ନିଜ ମନ୍ଦକାର୍ଯ୍ୟକୁ ତ୍ୟାଗ କରିବ ନାହିଁ । ଏହି ଟ୍ବିଟକୁ ଶୀଘ୍ର ହଟାନ୍ତୁ, ନଚେତ ମୁଁ ମାନହାନୀ ମକଦ୍ଦମା କରିବି । ଏହାପରେ ବିଜେପି ଆଇଟି ସେଲ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।"

  • BJP IT सेल ने FAKE खबर चलाई
    ------
    यात्रा में चलते हुए मेरे जूते के फीते खुल गए, तभी राहुल गांधी जी की नजर पड़ी और उन्होंने मुझे फीते बांध लेने को कहा।

    इस छोटी सी बात को गलत तरीके से पेश कर देश को गुमराह करने के लिए @RahulGandhi जी से माफी मांगे @amitmalviya

    -@JitendraSAlwar जी pic.twitter.com/jcjyiff4WA

    — Congress (@INCIndia) December 21, 2022 " class="align-text-top noRightClick twitterSection" data=" ">

ଇଟିଭି ଭାରତକୁ ପ୍ରତିକ୍ରିୟା ଦେଇ ଜିତେନ୍ଦ୍ର କହିଛନ୍ତି(Jitendra Singh On BJP ), " ଭାରତ ଯୋଡ଼ ଯାତ୍ରାକୁ ନେଇ ବିଜେପି ଭୟଭୀତ ହୋଇପଡ଼ିବା ସହ ବିଚଳିତ ଅଛି(Jitendra Singh counter) । ସେମାନେ ମଧ୍ୟ ଏକ ଯାତ୍ରା ଆରମ୍ଭ କରିଥିଲେ । ମାତ୍ର ସେଥିରେ ୫ ଜଣ ଲୋକ ମଧ୍ୟ ଏକତ୍ରିତ ହୋଇପାରିଲେ ନାହିଁ । ଏଥିଲାଗି ବିଜେପି ନେତା ଭୁଲ ରାସ୍ତା ଆପଣାଉଛନ୍ତି । କେତେବେଳେ ରାହୁଲ ଗାନ୍ଧୀଙ୍କ ଟି-ସାର୍ଟକୁ ନେଇ କହୁଛନ୍ତି ତ ଆଉ କେତେବେଳେ ତାଙ୍କ ଦାଢିକୁ ନେଇ ଚର୍ଚ୍ଚା କରୁଛନ୍ତି । ମାତ୍ର ଏହାପରେ ମଧ୍ୟ ଭାରତ ଯୋଡ଼ ଯାତ୍ରା ଜାରି ରହିଛି । ତେବେ ଯାତ୍ରା ସମୟରେ ଚାଲୁଥିବା ବେଳେ ମୋ ଜୋତାର ଲେସ୍‌ ଖୋଲିଯାଇଥିଲା, ଯାହା ସମ୍ପର୍କରେ ରାହୁଲ ଗାନ୍ଧୀ ମୋତେ ସୂଚିତ କରିବା ପରେ ମୁଁ ଏହାକୁ ବାନ୍ଧିଥିଲି । ଯାତ୍ରାରେ ବହୁ ସଂଖ୍ୟକ ଲୋକ ସାମିଲ ଥିବାରୁ ସେ କିଛି ସମୟ ଅଟକିଥିଲେ । ଏହାପରେ ମୁଁ ଲେସ୍‌ ବାନ୍ଧିଥିଲି ।"

  • Former union minister Bhanwar Jitendra Singh goes down on his knee to tie Rahul Gandhi’s shoe lace. The arrogant entitled brat instead of helping himself is seen patting his back…

    इसी परिपाटी की बात कर रहे थे खड़गे जी? कांग्रेस में पिद्दियों की कमी नहीं है। pic.twitter.com/FtHCCwNTwu

    — Amit Malviya (@amitmalviya) December 21, 2022 " class="align-text-top noRightClick twitterSection" data=" ">

ଏହା ବି ପଢନ୍ତୁ- ରାହୁଲଙ୍କୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଚିଠି: କୋଭିଡ ନିୟମ ମାନନ୍ତୁ, ନଚେତ୍‌ ଭାରତ ଯୋଡ ଯାତ୍ରା ବନ୍ଦ କରନ୍ତୁ

ସୂଚନା ଥାଉ କି ବିଜେପି ଏହି ଭିଡ଼ିଓ ଟ୍ବିଟ କରି ଅଭିଯୋଗ କରିଥିଲା ଯେ ରାହୁଲ ଗାନ୍ଧୀଙ୍କ ଜୋତାର ଲେସ୍‌ ଖୋଲିଯାଇଥିଲା । ଯାହାକୁ ସେ ନିଜେ ନ ବାନ୍ଧି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂଙ୍କ ସାହାରା ଲୋଡ଼ିଥିଲେ । ଏହି ଭିଡ଼ିଓଟି ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ କଂଗ୍ରେସର ବିଚାରଧାରା ଓ ନୀତିକୁ ସମାଲୋଚନା କରାଯାଇଥିଲା । କଂଗ୍ରେସ କର୍ମୀମାନେ କଂଗ୍ରେସ ମୁଖ୍ୟ ନେତାଙ୍କ ଗୋଲାମି କରୁଥିବା ୟୁଜର୍ସ କମେଣ୍ଟ୍‌ କରିଥିବା ଦେଖିବାକୁ ମିଳିଥିଲା । ଏହାକୁ ଖଣ୍ଡନ କରି ଜିତେନ୍ଦ୍ର ସିଂ ଘଟଣା ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି ଏବଂ ଉକ୍ତ ଟ୍ବିଟକୁ ହଟାନଗଲେ ସେ ମାନହାନୀ ମକଦ୍ଦମା କରିବେ ବୋଲି ଚେତାବନୀ ଦେଇଛନ୍ତି ।

ଜିତେନ୍ଦ୍ର ଆହୁରି କହିଛନ୍ତି ଯେ, ବିଜେପି ଭାରତ ଯୋଡ଼ ଯାତ୍ରାକୁ ନେଇ ଭୟଭୀତ ଥିବା ବେଳେ କୋରାନା ନାଁ ନେଇ ଏହି ଯାତ୍ରାକୁ ବନ୍ଦ କରିବାକୁ ପ୍ରୟାସ କରୁଛି । ଚୀନରେ କୋରୋନା ମାମଲା ବଢିବା ପରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଚିଠି ଅନୁସାରେ କଂଗ୍ରେସକୁ ଅନୁରୋଧ କରିଥିଲେ ଯେ କୋରୋନା ନିୟମ ମାନନ୍ତୁ, ନଚେତ ଭାରତ ଯୋଡ଼ ଯାତ୍ରା ବନ୍ଦ କରନ୍ତୁ । ସେପଟେ ଜିତେନ୍ଦ୍ର ଏହାକୁ ନେଇ କହିଛନ୍ତି ପ୍ରଧାନମନ୍ତ୍ରୀ, କେନ୍ଦ୍ର ଗୃହମନ୍ତ୍ରୀ ରାଲି କରୁଥିବା ବେଳେ ସେଥିରେ ବହୁ ଲୋକ ସାମିଲ ହେଉଛନ୍ତି । ଏହାପରେ ବିଜେପି ଧ୍ୟାନ ଦେବାକୁ ସେ କହିଛନ୍ତି ।

For All Latest Updates

TAGGED:

Alwar news
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.