ETV Bharat / bharat

ଅନଲାଇନ ଠକେଇ ଶିକାର ପୂର୍ବତନ କେନ୍ଦ୍ରମନ୍ତ୍ରୀ, କହିଲେ ‘ଡିଜିଟାଲ ଇଣ୍ଡିଆ’ରେ ସୁରକ୍ଷିତ ନୁହେଁ ବ୍ୟକ୍ତିଗତ ଡାଟା - ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦୟାନିଧି ମାରନ

ନେଟ ବ୍ୟାକିଂର ଠକେଇ ହେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦୟାନିଧି ମାରନ । ଲକ୍ଷେ ଟଙ୍କା ଠକିନେଲେ ଡିଜିଟାଲ ଠକ । ‘ଡିଜିଟାଲ ଇଣ୍ଡିଆ’ ଉପରେ ବର୍ଷିଲେ । ଅଧିକ ପଢନ୍ତୁ

ନେଟ ବ୍ୟାକିଂର ଠକେଇ ହେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ, କହିଲେ ‘ଡିଜିଟାଲ ଇଣ୍ଡିଆ’ରେ ସୁରକ୍ଷିତ ନୁହେଁ ବ୍ୟକ୍ତିଗତ ଡାଟା

author img

By ETV Bharat Odisha Team

Published : Oct 10, 2023, 5:43 PM IST

ହାଇଦ୍ରାବାଦ: ସଚେତନତା ଅଭାବ ଓ ସଠିକ ବ୍ୟବହାର ପ୍ରଣାଳୀ ଜାଣିନଥିବା କାରଣରୁ ଅନେକ ସମୟରେ ଲୋକେ ଅନ୍‌ଲାଇନ ଠକେଇର ଶିକାର ହେଉଥିବା ଘଟଣା ଅନେକ ସମୟରେ ସାମ୍ନାକୁ ଆସିଛି । ମାତ୍ର ଅନଲାଇନ ଠକଙ୍କ ଦ୍ବାରା ଠକେଇର ଶିକାର ହୋଇଛନ୍ତି ଜଣେ ପୁର୍ବତନ କେନ୍ଦ୍ରମନ୍ତ୍ରୀ । ପୂର୍ବତନ କେନ୍ଦ୍ର ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ତଥା ବରିଷ୍ଠ ଡିଏମକେ ନେତା ଦୟାନିଧି ମାରନ ନେଟବ୍ୟାକିଂ ମାଧ୍ୟମରେ ଲକ୍ଷେ ଟଙ୍କାର ଶିକାର ହୋଇଛନ୍ତି । ଏପରି ସ୍ଥିତି ପାଇଁ ସେ ବର୍ତ୍ତମାନର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି । ବର୍ତ୍ତମାନର ‘ଡିଜିଟାଲ ଇଣ୍ଡିଆ’ରେ ବ୍ୟକ୍ତିଗତ ଡାଟା ସୁରକ୍ଷିତ ନୁହେଁ ବୋଲି ସେ ଅଭିଯୋଗ କରିଛନ୍ତି ।

  • OUR PRIVATE DATA IS NOT SAFE IN #DigitalIndia!

    On Sunday, ₹99,999 was stolen from my @AxisBank personal savings account through a net banking transfer via @IDFCFIRSTBank-@BillDesk, bypassing all normal safety protocols.

    An OTP, the standard protocol for such transactions, was…

    — Dayanidhi Maran தயாநிதி மாறன் (@Dayanidhi_Maran) October 10, 2023 " class="align-text-top noRightClick twitterSection" data=" ">

ସୁଚନା ଅନୁସାରେ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଡିଏମ୍‌କେର ଏହି ବରିଷ୍ଠ ନେତାଙ୍କର ଆକ୍ସିସ ବ୍ୟାଙ୍କ୍‌ ଆକାଉଣ୍ଟରୁ 99,999 ଟଙ୍କା ଠକେଇ ହୋଇଛି । ତାଙ୍କର ବ୍ୟାଙ୍କ ଆକାଉଣ୍ଟଟି ସେଭିଂ ଆକାଉଣ୍ଟ । ତେବେ ତାଙ୍କ ଅଜଣାତରେ IDFC ମାଧ୍ୟମରେ ଏହି ରାଶି ଟ୍ରାନ୍ସଫର ହୋଇଛି । କାରବାର ସମ୍ପର୍କିତ କୌଣସି ପ୍ରଣାଳୀ ଅବଲମ୍ବନ କରାଯାଇନାହିଁ । ଉକ୍ତ ବ୍ୟାଙ୍କ୍‌ ଆକାଉଣ୍ଟ ସହ ଲିଙ୍କ୍‌ ଥିବା ମୋବାଇଲ ନମ୍ବରକୁ ମଧ୍ୟ ଟ୍ରାନଜାକ୍ସନ ପାଇଁ ବାଧ୍ୟତାମୂଳକ ହେଉଥିବା କୌଣସି ଓଟିପି ଆସିନାହିଁ । ଏହା ପରିବର୍ତ୍ତେ ଉକ୍ତ ବ୍ୟାଙ୍କ୍‌ ଖାତାର ସହ-ଧାରକ ଥିବା ତାଙ୍କ ପତ୍ନୀଙ୍କ ମୋବାଇଲକୁ ଏକ ଅଜଣା ନମ୍ବରରୁ ଫୋନ୍‌ କଲ ଆସିଥିଲା । ସେମାନେ ନିଜକୁ ଆକ୍ସିସ ବ୍ୟାଙ୍କର କର୍ମଚାରୀ ଭାବେ ପରିଚୟ ଦେଇ ଟ୍ରାନଜାକ୍ସନ ସମ୍ପର୍କରେ ପଚାରିଥିଲେ । ହେଲେ ଉକ୍ତ ନମ୍ବରର ଡିସପ୍ଲେ ଫଟୋରେ @cbic_india ଥିବା ଯୋଗୁ ଏହା ଏକ ଫ୍ରଡ କଲ ବୋଲି ସେ ନିଶ୍ଚିତ ହୋଇଥିଲେ । ତୁରନ୍ତ ସମସ୍ତ କାରବାର ବନ୍ଦ କରିଥିଲେ । ମାତ୍ର ତାଙ୍କ ଆକାଉଣ୍ଟରୁ 99,999 ଟଙ୍କା କଟିଯାଇଥିଲା । ସେ ବ୍ୟାଙ୍କ୍‌ ସହ ଯୋଗାଯୋଗ କରିବା ପରେ ଏହା ଏକ ଫ୍ରଡ୍‌ ବୋଲି ଜଣାପଡ଼ିଥିବା ନେଇ ଏକ୍ସରେ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ଆଜି ଏସିଆନ ଗେମ୍ସରେ ଭାଗ ନେଇଥିବା ଖେଳାଳିଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ

ଚେନ୍ନାଇ ସେଣ୍ଟ୍ରାଲ୍‌ ସଂସଦୀୟ କ୍ଷେତ୍ରରୁ ଡିଏମକେ୍‌ ଟିକେଟରେ 3ଥର ସାଂସଦ ଭାବେ ନିର୍ବାଚିତ ହୋଇଥିବା ଦୟାନିଧି ମାରନ କଂଗ୍ରେସ ନେତୃତ୍ବାଧୀନ ଉପା (UPA) ସରକାରରେ ଯୋଗାଯୋଗ ଓ ପ୍ରଯୁକ୍ତିବିଦ୍ଯା ମନ୍ତ୍ରୀ ଭାବେ ଦାୟିତ୍ବ ସମ୍ଭାଳିଥିଲେ । ଏବେ ନିଜେ ଅନଲାଇନ ଠକେଇର ଶିକାର ହେବା ପରେ ସେ କେନ୍ଦ୍ର ସରକାରଙ୍କ ‘ଡିଜିଟାଲ ଇଣ୍ଡିଆ’ ମିଶନକୁ ସମାଲୋଚନା କରିଛନ୍ତି । ଏବେ ଡିଜିଟାଲ ଇଣ୍ଡିଆ ମିଶନରେ ମଧ୍ୟ ବ୍ୟକ୍ତିଗତ ତଥ୍ୟ ସୁରକ୍ଷିତ ନୁହେଁ ବୋଲି କହିଛନ୍ତି । ପ୍ରଯୁକ୍ତିବିଦ୍ୟା ସମ୍ପର୍କରେ ଜାଣିଥିବା ବ୍ୟକ୍ତି ମଧ୍ୟ ଯଦି ଠକେଇରୁ ବର୍ତ୍ତି ପାରୁନାହାନ୍ତି, ତେବେ ପ୍ରଥମ ଥର ବ୍ୟବହାରକାରୀ ଓ ବରିଷ୍ଠ ନାଗରିକଙ୍କ ଅବସ୍ଥା କ’ଣ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.