ETV Bharat / bharat

ଘରେ ପଶି ପୂର୍ବତନ ପୋଲିସ, ପତ୍ନୀ ଓ ଝିଅଙ୍କୁ ହତ୍ୟା କଲେ ଆତଙ୍କବାଦୀ - ଆତଙ୍କବାଦୀଙ୍କ ଗୁଳିଚାଳନା

ଘରେ ପଶି ଆଖିବୁଜା ଗୁଳିମାଡ କଲେ ଆତଙ୍କୀ । ଜଣେ ପୋଲିସ ଅଧିକାରୀ, ପତ୍ନୀ ଓ ଝିଅକୁ ନିର୍ମମ ହତ୍ୟା କରିଛନ୍ତି ଆତଙ୍କବାଦୀ । ଅଧିକ ପଢନ୍ତୁ...

ଆତଙ୍କୀଙ୍କ ଆତଙ୍କରାଜ
ଆତଙ୍କୀଙ୍କ ଆତଙ୍କରାଜ
author img

By

Published : Jun 28, 2021, 9:40 AM IST

ଶ୍ରୀନଗର: ସୀମାରେ ବଢୁଛି ଆତଙ୍କୀଙ୍କ ଆତଙ୍କରାଜ । ଆତଙ୍କବାଦୀଙ୍କ ଗୁଳିରେ ଜଣେ ପୋଲିସ ଅଧିକାରୀ,ପତ୍ନୀ ଓ ଝିଅ ଜୀବନ ଯାଇଛି । ପୁଲୱାମା ଜିଲ୍ଲା ହରିପାରିଗ୍ରାମ ଗାଁରେ ରବିବାର ସଂନ୍ଧ୍ୟାରେ ଏହି କାଣ୍ଡ ଘଟଣାଇଛନ୍ତି ଆତଙ୍କବାଦ । ଏନେଇ ସୂଚନା ଦେଇଛନ୍ତି ଜାମ୍ମୁ କାଶ୍ମୀର ପୋଲିସ ।

କାଶ୍ମୀର ଜୋନ୍‍ ପୁଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ହରିପରିଗାମ୍‍ ଗ୍ରାମର ବାସିନ୍ଦା ତଥା ପୂର୍ବତନ SPO ଫୟାଜ ଅହମଦଙ୍କ ଘର ଭିତରକୁ ଆତଙ୍କବାଦୀମାନେ ପ୍ରବେଶକରି ଆଖିବୁଜା ଗୁଳିମାଡ କରିଥିଲେ । ଏଥିରେ ଫୟାଜଙ୍କ ସହିତ ତାଙ୍କ ପତ୍ନୀ ରାଜା ବେଗମ ଏବଂ ଝିଅ ରଫିଆ ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ଡାକ୍ତରଖାନା ନିଆଯାଇଥିବାବେଳେ ସେଠାରେ ତିନିଜଣଙ୍କର ମୃତ୍ୟୁ ଘଟିଥିଲା । ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଥିବା କାଶ୍ମୀର ପୋଲିସ ପକ୍ଷରୁ ସୂଚନା ମିଳିଛି । ପ୍ରକାଶ ଥାଉ କି ଗତକାଲି ଜାମ୍ମୁ ବାୟୁସେନା ଷ୍ଟେସନର ଟେକ୍ନୋଲୋଜି ଅଞ୍ଚଳରେ ବିସ୍ଫୋରଣ ଘଟିଛି ।

ଘଟଣାରେ ପାକ ଆତଙ୍କୀଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି । ବିସ୍ଫୋରଣରେ ଦୁଇଜଣଙ୍କୁ ଗିରଫ କରାଯାଇଛି । ଏହା ସହିତ 5 କି.ଗ୍ରା ଆଇଡି ଜବତ ହୋଇଛି । ବିସ୍ଫୋରଣରେ ସ୍ଥାନୀୟ ଅଞ୍ଚଳରେ ହାଇ ଆଲର୍ଟ ଜାରି ହୋଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.