ETV Bharat / bharat

TMC ରେ ମିଶିବେ ଅଭିଜିତ ମୁଖାର୍ଜୀ, ଅପରାହ୍ନ 4 ଟାରେ ମିଶ୍ରଣ ପର୍ବ !

author img

By

Published : Jul 5, 2021, 2:50 PM IST

ଟିଏମସିରେ ମିଶିବେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ ମୁଖାର୍ଜୀ । ଆଜି 4 ଟା ବେଳେ ସେ ପ୍ରାଥମିକ ସଦସ୍ୟତା ଗ୍ରହଣ କରିବା ନେଇ ସୂଚନା ରହିଛି । ଅଧିକ ପଢନ୍ତୁ:

Abhijit Mukharjee
Abhijit Mukharjee

କୋଲକାତା: ପଶ୍ଚିମବଙ୍ଗ ରାଜନୀତିରେ ଆଜି ପୁଣି ଏକ ବଡ ପରିବର୍ତ୍ତନ ହେବାକୁ ଯାଉଛି । ଲଗାତାର ତୃତୀୟ ଥର କ୍ଷମତାକୁ ଆସିବା ପରେ ସଂଗଠନକୁ ସଜାଡିବାରେ ଲାଗିଛି ଶାସକ ତୃଣମୂଳ କଂଗ୍ରେସ । ବିଜେପିରୁ ଜଣେ ପରେ ଜଣେ ନେତା ଟିଏମସିରେ ସାମିଲ ହେବା ପରେ ଆଜି ଆଉ ଜଣେ ରାଜ୍ୟର ବଡନେତା ଯୋଡାଫୁଲ ଧରିବାର ଚର୍ଚ୍ଚା ଯୋର ଧରିଛି ।

ସୂଚନା ଅନୁସାରେ ଆଜି ଅପରାହ୍ନ 4 ଟାରେ କୋଲକାତା ଟିଏମସି କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ ଆୟୋଜନ କରାଯାଇଛି । ଯେଉଁଥିରେ ଅନେକ ନେତା ଟିଏମସିରେ ସାମିଲ ହେବେ । ଆଜି ଟିଏମସିରେ ସାମିଲ ହେବେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ ମୁଖାର୍ଜୀ ।

ଅଭିଜିତ କଂଗ୍ରେସ ଟିକେଟରେ ଜାନଗିପୁର ଲୋକସଭା ଆସନରୁ ଥରେ ସାଂସଦ ହୋଇଥିବା ବେଳେ ନଲହାଟି ବିଧାନସଭା ଆସନରୁ ମଧ୍ୟ ବିଧାୟକ ଥିଲେ । ତେବେ ଅଭିଜିତଙ୍କ ମିଶ୍ରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ ପଶ୍ଚିମବଙ୍ଗ ଶିଳ୍ପ ବାଣିଜ୍ୟ ମନ୍ତ୍ରୀ ପାର୍ଥ ଚଟ୍ଟୋପାଧ୍ୟାୟ ଅପରାହ୍ନ 4 ଟା ରେ ଏକ ପ୍ରେସମିଟ କରିବେ । ଯେଉଁଥିରେ ଜଣେ ହେଭିୱେଟ ନେତା ଦଳରେ ସାମିଲ ହେବେ ବୋଲି ସୂଚନା ମିଳିଛି ।

କିଛି ଦିନ ପୂର୍ବରୁ ଅଭିଜିତ ମୁଖାର୍ଜୀଙ୍କୁ ସାକ୍ଷାତ କରିଥିଲେ ଟିଏମସିର ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ । ଏହି ସାକ୍ଷାତକାର ପରେ ଆଜି ଅଭିଜିତ ଟିଏମସିରେ ମିଶିବା ସ୍ପଷ୍ଟ କରିଛି । କାରଣ ସାଧାରଣ ନିର୍ବାଚନ ପର ଠାରୁ ଅଭିଜିତ କଂଗ୍ରେସରୁ ଯଥା ସମ୍ଭବ ନିଜକୁ ଦୂରେଇ ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.