ବେଙ୍ଗାଲୁରୁ: ପରଲୋକରେ ପୂର୍ବତନ ସାଂସଦ ଜି.ମାଡେ.ଗୌଡା । ବାର୍ଦ୍ଧକ୍ୟ ଜନିତ ସ୍ବାସ୍ଥ୍ୟ ସମସ୍ୟା ଯୋଗୁଁ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି । ଚିକିତ୍ସାଧିନ ଅବସ୍ଥାରେ ଶନିବାର କର୍ଣ୍ଣାଟକ ମାଣ୍ତିଆର ଏକ ମେଡିକାଲରେ ତାଙ୍କର ବିୟୋଗ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲା । ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ବି.ଏସ ୟେଦ୍ଦିରପ୍ପା ଶୋକବ୍ୟକ୍ତ କରିଛନ୍ତି । ଏନେଇ ସେ ଏକ ଟ୍ବିଟ ମଧ୍ୟ କରିଛନ୍ତି । ଏହାସହ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ ଡି ଦେଗୌଡାଙ୍କ ମଧ୍ୟ ସମବେଦନା ଜଣାଇଛନ୍ତି । ତାଙ୍କ ମୃତ୍ୟୁରେ ସେ ଦୁଃଖିତ ବୋଲି କହିଛନ୍ତି । ଅନେକ ମନ୍ତ୍ରୀ, ବିଧାୟକ ଏବଂ ସାଂସଦ ମଧ୍ୟ ତାଙ୍କ ଦେହାନ୍ତରେ ସମବେଦନା ଜଣାଇଛନ୍ତି ।
ସେ ଜଣେ ସ୍ୱାଧୀନତା ସଂଗ୍ରାମୀ ଭାବେ ମଧ୍ୟ ସେ ବେଶ ଜଣାଶୁଣା । ଯାହା ତାଙ୍କ ରାଜନୈତିକ ଜୀବନରେ ମୂଳଦୁଆ ପକାଇଥିଲା । ସେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ଅନୁପ୍ରାଣିତ ହୋଇଥିଲେ । ଏହାସହ ସ୍ୱାଧୀନତା ସଂଗ୍ରାମରେ ଭାଗ ନେଇଥିଲେ । ଦେଶ ପାଇଁ 1942 ରୁ 1947 ମଧ୍ୟରେ କାରାଗାରରେ ଅନେକ ଥର ବନ୍ଦୀ ହୋଇଥିଲେ ।
ସେ 1962 ରୁ 1989 ମଧ୍ୟରେ କିରୁଗାଭାଲୁ ବିଧାନସଭା ନିର୍ବାଚନମଣ୍ଡଳୀରୁ ୬ ଥର ବିଧାୟକ ଭାବେ ନିର୍ବାଚନ ହୋଇଥିଲେ । ଏବଂ ନବମ ଏବଂ ଦଶମ ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ । ତାଙ୍କର ଦୁଇଟି ପୁଅ ଓ ଝିଅ ରହିଛନ୍ତି। ମହୀଶୂରର ମହାରାଜ କଲେଜରୁ ସେ ଗ୍ରାଜୁଏଟ ହୋଇଥିଲେ ।
@ANI