ETV Bharat / bharat

GOA ରାଜ୍ୟପାଳ ଭାବେ ଶପଥ ନେଲେ ପିଏସ ଶ୍ରୀଧରନ ପିଲ୍ଲାଇ

ଗୋଆ ରାଜ୍ୟପାଳ ଭାବେ ଶପଥ ନେଲେ ମିଜୋରାମର ପୂର୍ବତନ ରାଜ୍ୟପାଳ ଶ୍ରୀଧରନ ପିଲ୍ଲାଇ । ଅଧିକ ପଢନ୍ତୁ...

author img

By

Published : Jul 15, 2021, 1:44 PM IST

ଗୋଆ ରାଜ୍ୟପାଳ ଭାବେ ଶପଥ ନେଲେ ପିଏସ ଶ୍ରୀଧରନ ପିଲ୍ଲାଇ

ପାଣାଜୀ: ଗୋଆ ରାଜ୍ୟପାଳ ଭାବେ ଶପଥ ନେଲେ ମିଜୋରାମର ପୂର୍ବତନ ରାଜ୍ୟପାଳ ଶ୍ରୀଧରନ ପିଲ୍ଲାଇ । ଏହା ସହିତ ହିମାଚଳ ପ୍ରଦେଶର ପୂର୍ବତନ ରାଜ୍ୟପାଳ ଭାବରେ ଶପଥ ନେଇଛନ୍ତି ବାନ୍ଦାର ଦତ୍ତାତ୍ରେୟ ।

ଜୁଲାଇ 6ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏକାସଙ୍ଗରେ 8 ରାଜ୍ୟର ରାଜ୍ୟପାଳଙ୍କୁ ନିଯୁକ୍ତି ଦେଇଥିଲେ । ସେମାନଙ୍କ ମଧ୍ୟରୁ 4ଜଣ ଅନ୍ୟରାଜ୍ୟକୁ ବଦଳି ହୋଇଥିବାବେଳେ 4ଜଣ ନୂଆ ଭାବରେ ନିଯୁକ୍ତ ପାଇଥିଲେ । ମିଜୋରାମର ରାଜ୍ୟପାଳ ପିଏସ ଶ୍ରୀଧରନ ପିଲ୍ଲାଇଙ୍କୁ ଗୋଆ ରାଜ୍ୟପାଳ କରାଯାଇଛି । ଅନ୍ୟପଟେ ହିମାଚଳପ୍ରଦେଶ ରାଜ୍ୟପାଳ ବନ୍ଦାରୁ ଦତ୍ତତ୍ରେୟ ହରିୟାଣାର ରାଜ୍ୟପାଳ ଭାବରେ ଦାୟିତ୍ବ ନେଇଛନ୍ତି ।

କର୍ଣ୍ଣାଟକର ରାଜ୍ୟପାଳ ଭାବେ ଥାୱାର ଚନ୍ଦ ଗେହଲଟଙ୍କ ନାମ ରହିଛି । ମଙ୍ଗୁଭାଇ ଛଗନଭାଇ ପଟେଲ ମଧ୍ୟପ୍ରଦେଶର ରାଜ୍ୟପାଳ ଭାବେ ଦାୟିତ୍ବ ମିଳିଛି । ତ୍ରିପୁରା ରାଜ୍ୟପାଳ ରମେଶ ବ୍ୟାସ ହେବେ ଝାଡଖଣ୍ତ ରାଜ୍ୟପାଳ ।

ସେହିପରି ତ୍ରିପୁରାର ରାଜ୍ୟପାଳ ହେବେ ନାରାୟଣ ଆର୍ଯ୍ୟ ଓ ହିମାଚଳ ପ୍ରଦେଶ ରାଜ୍ୟପାଳ ହେବେ ରାଜେନ୍ଦ୍ର ବିଶ୍ବନାଥ ଓର୍ଲେକର । ଏକା ସଙ୍ଗରେ 8ଟି ରାଜ୍ୟର ରାଜ୍ୟପାଳ ବଦଳିବାରେ ଏହା ପ୍ରଥମ ଘଟଣା । ଏହା ପୂର୍ବରୁ 2018 ଅଗଷ୍ଟ ମାସରେ 7 ରାଜ୍ୟର ରାଜ୍ୟପାଳଙ୍କ ଏକାସଙ୍ଗରେ ପରିବର୍ତ୍ତନ କରାଯାଇଥିଲା ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.