ETV Bharat / bharat

ପୂର୍ବତନ ପଞ୍ଜାବ ମନ୍ତ୍ରୀଙ୍କୁ ବାନ୍ଧିଲା ଭିଜିଲାନ୍ସ, ମାମଲାରୁ ନାଁ କାଟିବାକୁ ଦେଉଥିଲେ 50 ଲକ୍ଷ ଲାଞ୍ଚ ! - Vigilance bureau

ମାମଲାରୁ ନାଁ ବାଦ ଦେବା ପାଇଁ ଲାଞ୍ଚ ଦେବା ଅଭିଯୋଗରେ ପଞ୍ଜାବ ପୂର୍ବତନ ମନ୍ତ୍ରୀ ସୁନ୍ଦର ଶ୍ୟାମ ଆରୋରାଙ୍କୁ ବାନ୍ଧିଲା ଭିଜିଲାନ୍ସ ୟୁନିଟ । ତଦନ୍ତକାରୀ ଅଧିକାରୀଙ୍କୁ ଦେଉଥିଲେ 50 ଲକ୍ଷ ଲାଞ୍ଚ । ଆପ୍‌ ସରକାର ଆସିବା ପରେ ଗିରଫ ହେଲେଣି 3 ପୂର୍ବତନ ମନ୍ତ୍ରୀ । ଅଧିକ ପଢନ୍ତୁ

ପୂର୍ବତନ ପଞ୍ଜାବ ମନ୍ତ୍ରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

author img

By

Published : Oct 16, 2022, 8:14 PM IST

ଚଣ୍ଡିଗଡ: ଲାଞ୍ଚ ଦେବା ଅଭିଯୋଗରେ ପଞ୍ଜାବ ପୂର୍ବତନ ମନ୍ତ୍ରୀ ତଥା ବିଜେପି ନେତା ସୁନ୍ଦର ଶ୍ୟାମ ଆରୋରାଙ୍କୁ ଗିରଫ କରିଛି ଭିଜିଲାନ୍ସ (Former Minister Sundar Sham Arora arrested by the Vigilance Department)। ତାଙ୍କ ନାମରେ ଜାରି ରହିଥିବା ଏକ ମାମଲାର ତଦନ୍ତରୁ ତାଙ୍କ ନାମ ବାଦ ଦେବା ପାଇଁ ଜଣେ ସରକାରୀ ଅଧିକାରୀଙ୍କୁ 50 ଲକ୍ଷ ଟଙ୍କା ଲାଞ୍ଚ ଦେବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିବା ପଞ୍ଜାବ ଭିଜିଲାନ୍ସ ବିଭାଗ ପକ୍ଷରୁ କୁହାଯାଇଛି ।

ପୂର୍ବତନ ପଞ୍ଜାବ ମନ୍ତ୍ରୀଙ୍କୁ ବାନ୍ଧିଲା ଭିଜିଲାନ୍ସ, ମାମଲରୁ ନାମ କାଟିବା ପାଇଁ ଦେଉଥିଲେ 50 ଲକ୍ଷ !

ଗିରଫଦାରୀ ନେଇ ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତିରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ ୟୁନିଟର ଶାଖା । ତେବେ ପୂର୍ବରୁ ତାଙ୍କ ନାମରେ ଥିବା ଏକ ମାମଲାର ତଦନ୍ତ ଭିଜିଲାନ୍ସ ଜାରି ରଖିଛି । ଏହି ମାମଲାରୁ ତାଙ୍କର ନାମ ବାଦ ଦେବା ପାଇଁ ସେ ଭିଜିଲାନ୍ସର ଜଣେ ବରିଷ୍ଠ ଅଧିକାରୀଙ୍କୁ 50ଲକ୍ଷ ଟଙ୍କାର ପ୍ରଲୋଭନ ଦେବା ପାଇଁ ଚେଷ୍ଟା କରିଥିଲେ । ପୂର୍ବ ଯୋଜନା ମୁତାବକ ସେ ଗତକାଲି (ଶନିବାର) ରାତିରେ ଭିଜିଲାନ୍ସ ବ୍ୟୁରୋର ଜଣେ ଆଜି ପାହ୍ୟାର ଅଧିକାରୀଙ୍କୁ ଏହି ଅର୍ଥରାଶି ପ୍ରଦାନ କରିବା ପାଇଁ ପ୍ରୟାସ କରୁଥିବାବେଳେ ତାଙ୍କୁ ଭିଜିଲାନ୍ସ ଅଧିକାରୀମାନେ ଗିରଫ କରିଥିବା ରାଜ୍ୟ ଭିଜିଲାନ୍ସ ବ୍ୟୁରୋ ସୂଚନା ଦେଇଛି ।

ପଞ୍ଜାବରେ ଆମ ଆଦମୀ ପାର୍ଟି କ୍ଷମତାକୁ ଆସିବା ପରେ 3 ପୂର୍ବତନ ମନ୍ତ୍ରୀଙ୍କୁ ଗିରଫ କରାଯାଇ ସାରିଲାଣି । ପୂର୍ବରୁ ଭିଜିଲାନ୍ସ ବ୍ୟୁରା ପୂର୍ବତନ ମନ୍ତ୍ରୀ ସାଧୁ ସିଂ ଧର୍ମସତ ଓ ଅନ୍ୟ ଜଣେ ପୂର୍ବତନ ମନ୍ତ୍ରୀ ଭାରତ ଭୂଷଣ ଆସୁଙ୍କୁ ଗିରଫ କରିସାରିଛି । ଏହି କ୍ରମରେ ଗିରଫଦାରୀର ଶିକାର ହୋଇଥିବା ତୃତୀୟ ପୂର୍ବତନ ମନ୍ତ୍ରୀ ହେଉଛନ୍ତି ସୁନ୍ଦର ଶ୍ୟାମ ଆରୋରା ।

ଆରୋରା ପଞ୍ଜାବ ମନ୍ତ୍ରୀ ଭାବେ ଦାୟିତ୍ବରେ ଥିଲାବେଳେ କ୍ଷମତାର ଅପବ୍ୟହାର କରି ବିପୁଳ ପରିମାଣର ଆର୍ୟବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା । ତେବେ ସେ କଂଗ୍ରେସ ସରକାରରେ ଶିଳ୍ପ ମନ୍ତ୍ରୀ ଭାବେ ଦାୟିତ୍ବରେ ଥିଲେ । ପରେ ସେ ଚଳିତ ବର୍ଷ ଜୁଲାଇରେ କଂଗ୍ରେସରୁ ଇସ୍ତଫା ଦେଇ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିଲେ । ତେବେ ମନ୍ତ୍ରୀ ଭାବେ ଦାୟିତ୍ବରେ ଥିବା ସମୟରେ ତାଙ୍କ ବିରୋଧରେ ଜାରି ରହିଥିବା ମାମଲାର ତଦନ୍ତକୁ ପ୍ରଭାବିତ କରିବା ପାଇଁ ସେ ନିୟମିତ ପ୍ରଚେଷ୍ଟା କରୁଥିଲେ । ଏନେଇ ଭିଜିଲାନ୍ସର ଜଣେ ଆଇଜି ପ୍ୟାହାର ଅଧିକାରୀ ମୋହନ କୁମାର ଶର୍ମାଙ୍କୁ 50 ଲକ୍ଷ ଟଙ୍କା ଲାଞ୍ଚ ଦେବା ପାଇଁ ସମସ୍ତ ପ୍ରସ୍ତୁତ ସରିଥିବା ବେଳେ, ପୂର୍ବ ନିର୍ଦ୍ଧାରିତ ଯୋଜନା ମୁତାବକ ଭିଜିଲାନ୍ସ ଟିମ ତାଙ୍କୁ ଗିରଫ କରିଛି । ଗିରଫଦାରୀ ସମ୍ପର୍କରେ ଭିଜିଲାନ୍ସ ପ୍ରେସମିଟ କରି ସୂଚନା ଦେଇଛି ।

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.