ETV Bharat / bharat

କେରଳ ପୂର୍ବତନ ମନ୍ତ୍ରୀ ଆର ବାଲକ୍ରିଷ୍ଣାଙ୍କ ପରଲୋକ - veteran Kerala politician

କେରଳ ବରିଷ୍ଠ କଂଗ୍ରେସ ନେତା ଆର ବାଲକ୍ରିଷ୍ଣାଙ୍କ ସୋମବାର ପରଲୋକ ଘଟିଛି । ଅଧିକ ପଢନ୍ତୁ...

କେରଳ ପୂର୍ବତନ ମନ୍ତ୍ରୀ ଆର ବାଲକ୍ରିଷ୍ଣାଙ୍କ ପରଲୋକ

author img

By

Published : May 3, 2021, 9:12 AM IST

ଥିରୁଅନନ୍ତପୁରମ: କେରଳ କଂଗ୍ରେସ (ବି) ସୁପ୍ରିମୋ ତଥା ଭେଟେରାନ କେରଳ ରାଜନେତା ଆର ବାଲକ୍ରିଷ୍ଣା ପିଲ୍ଲାଇ ସୋମବାର ସକାଳେ କୋଟରାକାରାର ଏକ ଘରୋଇ ଡାକ୍ତରଖାନାରେ ପରଲୋକ ଘଟିଛି । ସେ ଏପ୍ରିଲ 28ରେ ଶ୍ବାସକ୍ରିୟାରେ ଅସୁବିଧା ହେତୁ କୋଟରାକାରାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ଏବଂ ଭେଣ୍ଟିଲେଟରରେ ଥିଲେ ।

ବାଲାକ୍ରିଷ୍ଣା କେରଳ ରାଜନୀତିର ଜଣେ ପ୍ରତିଷ୍ଠିତ ବ୍ୟକ୍ତି ହୋଇଥିବା ବେଳେ ସେ 1977ରୁ 2006 ପର୍ଯ୍ୟନ୍ତ କ୍ରମାଗତ ଭାବରେ କୋଟରାକାର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଜିତି ଆସୁଥିଲେ। ସେ କେରଳ କଂଗ୍ରେସ ଦଳର ଅନ୍ୟତମ ବରିଷ୍ଠ ରାଜନେତା ସହିତ ଦଳର ପ୍ରଥମ ସାଧାରଣ ସମ୍ପାଦକ ଥିଲେ। ମନ୍ତ୍ରୀ ଭାବରେ ପିଲ୍ଲାଇ ଏକ୍ସାଇଜ୍, ପରିବହନ ଏବଂ ବିଦ୍ୟୁତ ଭଳି ବିଭିନ୍ନ ବିଭାଗର ମନ୍ତ୍ରୀ ରହିଥିଲେ ।

ସେ 1935 ମସିହା ମାର୍ଚ୍ଚ 8 ତାରିଖରେ କୋଟ୍ଟାରାକାରା ଭାଲକମଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପୁଅ କେବି ଗଣେଶ କୁମାର ଜଣେ ଅଭିନେତା ଭାବେ କାର୍ଯ୍ୟ କରିବା ପରେ ରାଜନୀତିରେ ଯୋଗ ଦେଇଥିଲେ । ଗଣେଶ ବର୍ତ୍ତମାନ ପାଥନପୁରମ ନିର୍ବାଚନ ମଣ୍ଡଳୀରେ ବିଧାୟକ ଭାବେ ଦାୟିତ୍ବ ତୁଲାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.