ETV Bharat / bharat

କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସି ଏମ ଉଦାସୀଙ୍କ ପରଲୋକ - ବିଜେପି ବିଧାୟକ ସି ଏମ ଉଦାସୀଙ୍କର ଦେହାନ୍ତ

କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ତଥା ହାନାଗଲରୁ ବରିଷ୍ଠ ବିଜେପି ବିଧାୟକ ସି ଏମ ଉଦାସୀଙ୍କର ଦେହାନ୍ତ ହୋଇଯାଇଛି । ଅଧିକ ପଢନ୍ତୁ...

କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସି ଉଦାସୀଙ୍କ ପରଲୋକ

author img

By

Published : Jun 8, 2021, 8:37 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ତଥା ହାନାଗଲରୁ ବରିଷ୍ଠ ବିଜେପି ବିଧାୟକ ସି ଏମ ଉଦାସୀଙ୍କର ଦେହାନ୍ତ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ 85 ବର୍ଷ ବୟସ ହୋଇଥିଲା । ବାର୍ଦ୍ଧକ୍ୟଜନିତ କାରଣରୁ ସେ ଦୀର୍ଘଦିନ ହେବ ଅସୁସ୍ଥ ଥିଲେ । ବେଙ୍ଗାଲୁରୁର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ଗତ କିଛିଦିନ ଧରି ଚିକିତ୍ସା ଜାରି ରହିଥିବାବେଳେ ଆଜି ତାଙ୍କର ପରଲୋକ ଘଟିଛି ।

ଗତ କିଛିଦିନ ପୂର୍ବରୁ ତାଙ୍କର ରକ୍ତସ୍ରାବ ଜନିତ ସମସ୍ୟା ଦେଖାଦେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି ତାଙ୍କର ମୃତ୍ୟୁ ଖବର ଶୁଣି ମୁଖ୍ୟମନ୍ତ୍ରୀ ୟେଦ୍ୟୁରପ୍ପା, କର୍ଣ୍ଣାଟକ ଗୃହମନ୍ତ୍ରୀ ବାସଭାରାଜା ବମ୍ମାଇଙ୍କ ସମେତ କର୍ଣ୍ଣାଟକର ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଶୋକ ପ୍ରକାଶ କରିଛନ୍ତି ।

ଉଦାସୀ ଜଣେ ସଫଳ ରାଜନେତା ଥିଲେ । ସେ ହାନାଗଲ ନିର୍ବାଚନ ମଣ୍ଡଳୀରୁ 6 ଥର ବିଧାୟକ ଭାବରେ କର୍ଣ୍ଣାଟକ ବିଧାନସଭାକୁ ନିର୍ବାଚିତ ହେବା ସହ 2 ଥର ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ ଦାୟିତ୍ବ ତୁଲାଇଛନ୍ତି । ସେ ଜନତା ପାର୍ଟିରୁ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବାବେଳେ ପରେ ବିଜେପିରେ ଯୋଗ ଦେଇଥିଲେ । ତାଙ୍କର ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହେବା ପରେ ମୁଖ୍ୟମନ୍ତ୍ରୀ ୟେଦ୍ୟୁରପ୍ପା ଓ ଗୃହମନ୍ତ୍ରୀ ବାସଭାରାଜା ବମ୍ମାଇ ପୂର୍ବରୁ ମଧ୍ୟ ଏକାଧିକ ଥର ଡାକ୍ତରଖାନା ପରିଦର୍ଶନ କରିବା ସହ ତାଙ୍କ ସ୍ବାସ୍ଥ୍ୟବସ୍ଥା ବୁଝିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.