ETV Bharat / bharat

ସିଏମ୍ ବଙ୍ଗଳା ଛାଡ଼ିଲେ ଶିବରାଜ: ଶ୍ୟାମଳା ହିଲ୍ସରୁ ଗଲେ ନୂଆ ଠିକଣା - ପୂର୍ବତନ ମୁଖ୍ୟମନ୍ତ୍ରୀ

Former MP CM Shivraj vacates CM residence: ମୁଖ୍ୟମନ୍ତ୍ରୀ ପଦ ଯିବା ପରେ ସରକାରୀ ବାସଭବନ ଛାଡ଼ିଲେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାଣ । ଶ୍ୟାମଳା ହିଲ୍ସ ଛାଡ଼ିଲେ ଶିବରାଜ । ଏବେ ନୂଆ ଠିକଣା 74 ବଙ୍ଗଳାର ବି-8 କ୍ବାଟର । ଅଧିକ ପଢ଼ନ୍ତୁ,

ସିଏମ୍ ବଙ୍ଗଳା ଛାଡ଼ିଲେ ଶିବରାଜ: ଶ୍ୟାମଳା ହିଲ୍ସ ଗଲା ପରେ ଏବେ ନୂଆ ଠିକଣା

author img

By ANI

Published : Dec 27, 2023, 4:59 PM IST

ଭୋପାଳ: ମୁଖ୍ୟମନ୍ତୀ ପଦ ଯିବା ପରେ ହାତରୁ ଗଲା ସରକାରୀ ବାସଭବନ । ପାଖା ପାଖି ସାଢ଼େ 3 ବର୍ଷ ପରେ ମୁଖ୍ୟମନ୍ତ୍ରୀ ବାସଭବନ ଛାଡ଼ିଲେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାଣ । ଶିବରାଜ ଆଜି ଶ୍ୟାମଳା ହିଲ୍ସର ସିଏମ ହାଉସ ଛାଡ଼ିଛନ୍ତି । ଘର ଛାଡ଼ିବା ପୂର୍ବରୁ ସିବରାଜ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ଏବେ ଶିବରାଜଙ୍କ ନୂଆ ଠିକଣା, 74 ବଙ୍ଗଳାରେ ଅବସ୍ଥିତ B-8 ବାସଭବନ ।

ମଧ୍ୟପ୍ରଦେଶରେ ପ୍ରଚଣ୍ଡ ବହୁମତ ସହ ସରକାର ଗଠନ କରିଛି ବିଜେପି। ମୋହନ ଯାଦବ ହୋଇଛନ୍ତି ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ। ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବାର 13 ଦିନ ପରେ ସରକାରୀ ବାସଭବନ ଛାଡ଼ିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାଣ। ମୁଖ୍ଯମନ୍ତ୍ରୀ ଆବାସ ଛାଡ଼ିବା ପୂର୍ବରୁ ଶିବରାଜ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ପରେ ବାସଭବନ ପଆଇଁ ନିୟୋଜିତ ସୁରକ୍ଷା କର୍ମୀମାନଙ୍କଠାରୁ ବିଦାୟ ନେଇଥିଲେ। ବିଦାୟ ନେବା ବେଳେ ଭାବ ବିହ୍ଭଳ ହୋଇଥିଲେ ଶିବରାଜ । ଶିବରାଜ ଶ୍ୟାମଳା ହିଲ୍ସ ଛାଡ଼ି ଏବେ 74 ବଙ୍ଗଳାର ବି-8 କ୍ବାର୍ଟରରୁ ସ୍ଥାନାନ୍ତିରିତ ହୋଇଛନ୍ତି।

ଏହା ମଧ୍ଯ ପଢ଼ନ୍ତୁ: ପୁଞ୍ଚ୍ ଆତଙ୍କୀ ହମଲା ପରେ କାଶ୍ମୀରରେ ରାଜନାଥ, ଉଚ୍ଚସ୍ତରୀୟ ବୈଠକରେ ସୁରକ୍ଷାର ସମୀକ୍ଷା

ମୁଖ୍ୟମନ୍ତ୍ରୀ ବାସଭବନ ଛାଡ଼ିବା ବେଳେ, ଶିବରାଜ କହିଛନ୍ତି ଯେ, "ସେ ବର୍ତ୍ତମାନ ବିଜେପିର ଜଣେ ସାଧାରଣ କର୍ମୀ। ଜଣେ ବିଧାୟକ ହିସାବରେ ସେ ତାଙ୍କର ସମସ୍ତ ଦାୟିତ୍ବ ପାଳନ କିରବେ। ଏହା ଛଡ଼ା ଦଳ ପକ୍ଷରୁ ଯାହା ଦାୟିତ୍ବ ପ୍ରଦାନ କରାଯିବ, ତାକୁ ଅନୁପାଳନ କରିବେ। " ଶିବରାଜଙ୍କ 2 କୋଟିର ବଙ୍ଗଳା: 2005ରେ ଶିବରାଜ ସିଂ ଯେତେବେଳେ ସାଂସଦ ଥିଲେ, ସେତେବେଳେ ତାଙ୍କୁ ଏହି ବଙ୍ଗଳା ପ୍ରଦାନ କରାଯାଇଥିଲା । କଂଗ୍ରେସ ମୁଖ୍ୟମନ୍ତ୍ରୀ କମଲନାଥ ସରକାର ପତନ ପରେ, ଶିବରାଜ ପୁଣି ଥରେ ମୁଖ୍ଯମନ୍ତ୍ରୀ ହେଲେ ଏବଂ ବି-8 ସହ ବି-9 କ୍ବାର୍ଟରକୁ ମିଶାଇ ଦେଇଥିଲେ। ଏହାର ମରାମତି ପାଇଁ ପାଖା ପାକଇ 2 କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ମରାମତିରେ ଏତେ ଟଙ୍କା ଖର୍ଚ୍ଚକୁ ନେଇ ବିଧାନସଭାରେ ପ୍ରଶ୍ନ ଉଠାଇଥିଲା କଂଗ୍ରେସ ଦଳ।

ଏହା ମଧ୍ଯ ପଢ଼ନ୍ତୁ: ଇସ୍ରାଏଲ ଦୂତାବାସ ବିସ୍ଫୋରଣର କେନ୍ଦ୍ରୀୟ ଏଜେନ୍ସି ତଦନ୍ତ ଆରମ୍ଭ, ଏନଆଇଏ-ଏନଏସଜି କମାଣ୍ଡୋଙ୍କ ତନାଘନା

ଶିବରାଜ ସିଂ ଚୌହାଣ 2005ରୁ 2018 ପର୍ଯ୍ୟନ୍ତ ମଧ୍ଯ ପ୍ରଦେଶର ମୁଖ୍ଯମନ୍ତ୍ରୀ ଥିଲେ। ସେ ପୁଣିଥରେ 2020ରୁ 2023 ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ହୋଇଥିଲେ। 2023 ବିଧାନସଭା ନିର୍ବାଚନରେ ବିଜେପି ପୁଣି ଥରେ କ୍ଷଣତାକୁ ଫେରିଥିବା ବେଳେ, ମୁଖ୍ୟମନ୍ତ୍ରୀ ବଦଳାଇଛି ଦଳ। ଭେଟେରାନ ଶିବରାଜଙ୍କ ସ୍ଥାନରେ ମୋହନ ଯାଦବ ହୋଇଛନ୍ତି ନୂଆ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ପଦ ଯିବା ପରେ ଶିବରାଜ ସିଏମ ହାଉସ ଛାଡ଼ି ନୂଆ ଘରକୁ ସ୍ଥାନାନ୍ତିରିତ ହୋଇଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.