ETV Bharat / bharat

ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ CBI ର ଜେରା

author img

By

Published : Apr 14, 2021, 12:53 PM IST

ସିବିଆଇରେ ହାଜର ହୋଇଛନ୍ତି ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖ । ଦାଦା ବଟି ଆଦାୟ ମାମଲାରେ ଗୁଡାଇ ତୁଟାଇ ପ୍ରଶ୍ନ କରୁଛନ୍ତି ସିବିଆଇର ଏଜେନ୍ସି । ଅଧିକ ପଢନ୍ତୁ...

ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ ଜେରା କରୁଛି ସିବିଆଇ

ନୂଆଦିଲ୍ଲୀ: 100 କୋଟି ଦାଦାବଟି ଆଦାୟ ମାମଲାରେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ ସିବିଆଇର ଜେରା। ସିବିଆଇର ସମନ ପରେ ଆଜି ସିବିଆଇର ଡିଆରଡିଓ ଗେଷ୍ଟ ହାଉସରେ ହାଜର ହୋଇଛନ୍ତି ଅନୀଲ ଦେଶମୁଖ । ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମ ବୀର ସିଂଙ୍କ ଅଭିଯୋଗକୁ ଆଧାର କରି ସିବିଆଇ ପ୍ରଶ୍ନ ପଚାରୁଛି ।

ଏହି ମାମଲାରେ ଗତ ରବିବାର ସିବିଆଇ ଦେଶମୁଖଙ୍କ ଦୁଇ ବ୍ୟକ୍ତିଗତ ସହାୟକ(ପିଏ)ଙ୍କୁ ଜେରା କରିଥିଲା । ଉଭୟଙ୍କୁ ଗୋଟିଏ ଦିନରେ ସମନ ଜାରି କରାଯାଇଥିଲା । ଏହା ପୂର୍ବରୁ ସିବିଆଇର ଏଜେନ୍ସି ପରମବୀର ସିଂ ଓ ନିଲମ୍ବିତ ପୋଲିସ ଅଫିସର ସଚିନ ୱାଜେଙ୍କୁ ବୟାନ ରେକର୍ଡ କରିଛି । ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ବାସଭବନ ବାହାରେ ଏକ ବିସ୍ଫୋରକ ଭର୍ତ୍ତି ଏସୟୁଭି ମାମଲାରେ ସଚିନ ୱାଜେଙ୍କ ତଦନ୍ତ ଜାରି ରହିଛି ।

ସୂଚନାଯୋଗ୍ୟ, ୱାଜେଙ୍କୁ 100 କୋଟି ଦାଦା ବଟି ଆଦାୟ କରିବାକୁ ଅନୀଲ ଦେଶମୁଖ ନିର୍ଦ୍ଦେଶ ଦେଇଥିବା ନେଇ ଅଭିଯୋଗ ଆଣି ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ ପରମବୀର ସିଂ । ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲାର ଶୁଣାଣି କରି ବମ୍ବେ ହାଇକୋର୍ଟରେ ଚାଲିବ ବୋଲି ରାୟ ଦେଇଥିଲେ। ଏହା ପରେ ଏହି ମାମଲାକୁ ସିବିଆଇକୁ ଯାଞ୍ଚ କରିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।ହାଇକୋର୍ଟ ସିବିଆଇକୁ ତଦନ୍ତ ନିର୍ଦ୍ଦେଶ ଦେବା ପରେ ଅନୀଲ ଦେଶମୁଖ ଗୃହମନ୍ତ୍ରୀ ପଦବୀରୁ ଇସ୍ତଫା ଦେଇଥିଲେ ।

ଅନ୍ୟପଟେ, ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଦେଶମୁଖ୍ୟ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ମଧ୍ୟ ଏହାକୁ ଖାରଜ କରିଦିଆଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.