ETV Bharat / bharat

କାର ଦୁର୍ଘଟଣା ଆଖି ବୁଜିଲେ ଗୁଜୁରାଟର ପୂର୍ବତନ କୃଷିମନ୍ତ୍ରୀ - ଗୁଜୁରାଟର ପୂର୍ବତନ କୃଷିମନ୍ତ୍ରୀଙ୍କ ଦେହାନ୍ତ

ଗୁଜୁରାଟର ପୂର୍ବତନ କୃଷିମନ୍ତ୍ରୀ ବଲ୍ଲବଭାଇ ଭାଘାସିୟାଙ୍କ ପରଲୋକ । ଆମରେଲି ଜିଲ୍ଲାର ଶାବରକୁଣ୍ଡଲା ଟାଉନରେ ଏକ ସଡକ ଦୁର୍ଘଟଣାରେ ତାଙ୍କର ଦେହାନ୍ତ ହୋଇଛି । ଅଧିକ ପଢନ୍ତୁ

Vallabhbhai Vaghasiya died
Vallabhbhai Vaghasiya died
author img

By

Published : May 19, 2023, 12:59 PM IST

ଗାନ୍ଧୀନଗର: ସଡକ ଦୁର୍ଘଟଣାରେ ଗୁଜୁରାଟର ପୂର୍ବତନ କୃଷିମନ୍ତ୍ରୀ ବଲ୍ଲବଭାଇ ଭାଘାସିୟାଙ୍କ ଦେହାନ୍ତ । ଆମରେଲି ଜିଲ୍ଲାର ଶାବରକୁଣ୍ଡଲା ଟାଉନରେ ତାଙ୍କ କାର ଏକ ବୁଲଡୋଜର ସହ ଧକ୍କା ହେବା କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଗତକାଲି(ଗୁରୁବାର) ରାତିରେ ହୋଇଥିବା ନେଇ ଭାଣ୍ଡା ପୋଲିସ ପକ୍ଷରୁ କୁହାଯାଇଛି ।

ସୂଚନା ଅନୁସାରେ, ଗତକାଲି(ଗୁରୁବାର) ରାତିରେ ଏକ ଗ୍ରାମରୁ ସଭରକୁଣ୍ଡଲା ଗ୍ରାମରୁ ଫେରୁଥିବା ବେଳେ ରାତି ପ୍ରାୟ ୮ଟା ୩୦ମିନିଟ ସମୟରେ ଭାଣ୍ଡା ଗ୍ରାମ ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ ବଲ୍ଲବଭାଇ । ଏନେଇ ପୋଲିସ ପକ୍ଷରୁ କୁହାଯାଇଛି, "ଦୁର୍ଘଟଣା ସମୟରେ ପୂର୍ବତନ ମନ୍ତ୍ରୀ ବଲ୍ଲବଭାଇ ଭାଘାସିୟା କାର ଚଲାଉଥିଲେ । ସେହି କାରରେ ଅନ୍ୟଜଣେ ବ୍ୟକ୍ତି ମଧ୍ୟ ରହିଥିଲେ । କୌଣସି ଏକ କାରଣରୁ ତାଙ୍କ କାର ଏକ ବୁଲଡୋଜର ସହ ଧକ୍କା ହୋଇଥିଲା । ଫଳରେ ଗୁରୁତର ହୋଇପଡିଥିଲେ ବଲ୍ଲବଭାଇ ଭାଘାସିୟା । ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ସହ ରହିଥିବା ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ ଗୁରୁତର ହୋଇଥିବା ବେଳେ ସେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।’’ ଖବର ପ୍ରଚାରିତ ହେବା ପରେ ହସ୍ପିଟାଲରେ ବହୁ ସଂଖ୍ୟାରେ ପାର୍ଟି ନେତାଙ୍କ ଗହଳି ଜମିଥିଲା ।

୨୦୧୨ରେ ବିଧାୟକ ଥିଲେ ବଲ୍ଲବଭାଇ ଭାଘାସିୟା: ସେ ୨୦୧୨ ମସିହାରେ ସର୍ବକୁଣ୍ଡଲା ଆସନରୁ ନିର୍ବାଚିତ ହୋଇଥିଲେ ସେ । ୨୦୧୬ ମସିହାରେ ବିଜୟ ରୂପାନୀ ସରକାରଙ୍କ ମନ୍ତ୍ରୀ ପଦ ପାଇଥିଲେ । ତାଙ୍କୁ କୃଷି ଏବଂ ସହରାଞ୍ଚଳ ବିକାଶମନ୍ତ୍ରୀ ଦାୟିତ୍ବ ମିଳିଥିଲା । ପୂର୍ବତନ ମନ୍ତ୍ରୀଙ୍କ ବିୟୋଗରେ ସର୍ବକୁଣ୍ଡଲା ବିଜେପି ବିଧାୟକ ମହେଶ କସଓ୍ବାଲା କହିଛନ୍ତି,"ପୂର୍ବତନ ସର୍ବକୁଣ୍ଡଲା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବଲ୍ଲବଭାଇ ଭାଘାସିୟାଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ସେ ବିଜେପିର ଜଣେ ଦକ୍ଷ ଏବଂ ଟାଣୁଆ ନେତା ଥିଲେ । ଏହା ଆମରେଲିର ବିଜେପି ଦଳ ପାଇଁ ଏକ ଝଟକା ଅଟେ । ଭଗବାନ ତାଙ୍କ ଆତ୍ମାକୁ ସଦଗତି ଦିଅନ୍ତୁ ଏବଂ ଏହି ଦୁଃଖଦ ସମୟରେ ସାମ୍ନା କରିବା ପାଇଁ ପରିବାର ପରିଜନଙ୍କୁ ଧୌର୍ଯ୍ୟ ଦିଅନ୍ତୁ ।

ଏହି ଖବର ପ୍ରଚାରିତ ହେବା ପରେ ବିଜେପି ଶିବିରରେ ଶୋକ ଛାୟା ଖେଳି ଯାଇଛି । ପ୍ରିୟ ନେତାଙ୍କୁ ହରାଇ ମ୍ରିୟମାଣ ହୋଇପଡିଛନ୍ତି କର୍ମୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.