ETV Bharat / bharat

ଅଫିସରେ ପଶିଲା, MD-CEOଙ୍କୁ ହାଣିଲା ପୂର୍ବତନ କର୍ମଚାରୀ

MD ଓ CEO ଙ୍କୁ ହତ୍ୟା କଲା କମ୍ପାନୀର ପୂର୍ବତନ କର୍ମଚାରୀ । ବ୍ୟବସାୟିକ କାରଣରୁ ହତ୍ୟା ସନ୍ଦେହ । ଅଧିକ ପଢନ୍ତୁ

MDଙ୍କୁ ହତ୍ୟା କଲା କମ୍ପାନୀର ପୂର୍ବତନ କର୍ମଚାରୀ

author img

By

Published : Jul 11, 2023, 10:29 PM IST

ବେଙ୍ଗାଲୁରୁ: MD ଓ CEO ଙ୍କୁ ହତ୍ୟା କଲା କମ୍ପାନୀରେ କାର୍ଯ୍ୟ କରିଥିବା ଜଣେ ପୂର୍ବତନ କର୍ମଚାରୀ । ଏପରି ଏକ ଅଭିଯୋଗ ବେଙ୍ଗାଲୁରୁରୁ ଆସିଛି । ଜଣେ ପୂର୍ବତନ କର୍ମଚାରୀଙ୍କ ଦ୍ୱାରା କମ୍ପାନୀର ଉଭୟ ପରିଚାଳନା ନିର୍ଦ୍ଦେଶକ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ହତ୍ୟା ହୋଇଥିବା ସୂଚନା ମିଳିଛି । ମୃତକଙ୍କ ନାମ ଫନୀନ୍ଦ୍ର ସୁବ୍ରମଣ୍ୟମ ଏବଂ ବିନୁ କୁମାର ବୋଲି ଜଣାପଡିଛି । ସହରର ଅମ୍ରିତହାଲିର ପାମା କଲୋନୀରେ ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି । ପୋଲିସ ପହଞ୍ଚି ଉଭୟ ମୃତଦେହ ଉଦ୍ଧାର କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ପୋଲିସର ପ୍ରାଥମିକ ସୂଚନା ଅନୁସାରେ ହତ୍ୟାର ଶିକାର ହୋଇଥିବା ଫନିନ୍ଦ୍ର ସୁବ୍ରମଣ୍ୟମ ଏବଂ ବିନୁ କୁମାର ଏରୋନିକ୍ସ ‘ମିଡିଆ ପ୍ରାଇଭେଟ ଲିମିଟେଡ’ ନାମକ ଏକ କମ୍ପାନୀର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଥିଲେ । ଏହି ଡବଲ ମର୍ଡର ଘଟାଇଥିବା ଫେଲିକ୍ସ ନାମକ ଅଭିଯୁକ୍ତ ଏହି କମ୍ପାନୀରେ ଜଣେ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ । ପରେ ଏହି ଅଭିଯୁକ୍ତ ଜଣଙ୍କ କମ୍ପାନୀରେ କାମ ଛାଡି ନିଜେ ଏକ କମ୍ପାନୀ ପ୍ରତିଷ୍ଠା କରିଥିଲା । ତାଙ୍କ ବ୍ୟବସାୟରେ ବାଧା ସୃଷ୍ଟି କରୁଥିବାରୁ ଫେଲିକ୍ସ ଉଭୟଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରିଥିଲା ବୋଲି ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ:-Lakhimpur Kheri case: ବଢିଲା ଅଭିଯୁକ୍ତ ଆଶିଷ ମିଶ୍ରାଙ୍କ ଅନ୍ତରୀଣ ଜାମିନ ଅବଧି

ବେଙ୍ଗାଲୁରୁ ଉତ୍ତର-ପୂର୍ବ ଡିସିପି ଲକ୍ଷ୍ମୀ ପ୍ରସାଦ କହିଛନ୍ତି ଯେ ଅଭିଯୁକ୍ତ ଫେଲିକ୍ସ ଆଜି (ମଙ୍ଗଳବାର) ଅପରାହ୍ନ ପ୍ରାୟ 4ଟା ସମୟରେ ଅଫିସରେ ପ୍ରବେଶ କରି ଫନିନ୍ଦ୍ର ଏବଂ ବିନୁ କୁମାରଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା । ଉଭୟଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ହତ୍ୟାକାଣ୍ଡ ଘଟାଇବା ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ସ୍ଥାନୀୟ ଅମୃତଲୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ଉଭୟ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ନିକଟସ୍ଥ ହସ୍ପିଟାଲକୁ ପଠାଯାଇଥିଲା । ଅଭିଯୁକ୍ତକୁ ଚିହ୍ନଟ ସରିଛି । କମ୍ପାନୀର ଅନ୍ୟ କର୍ମଚାରୀଙ୍କୁ ମଧ୍ୟ ପୋଲିସ ଜେରା କରିଛି । ପୂର୍ବ ଘଟଣାକ୍ରମକୁ ମଧ୍ୟ ପୋଲିସ ଯାଞ୍ଚ କରୁଛି । କମ୍ପାନୀର ଅଫିସରେ ଲାଗିଥିବା ସିସିଟିଭି ଓ ଅନ୍ୟ ସାମଗ୍ରୀକୁ ମଧ୍ୟ ପୋଲିସ ଯାଞ୍ଚ କରୁଛି । ଖୁବଶିଘ୍ର ଅଭିଯୁକ୍ତକୁ ଗିରଫ କରାଯିବା ନେଇ ପୋଲିସ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.