ETV Bharat / bharat

Gehlot vs Pilot: ଜନ ସଂଘର୍ଷ ପଦଯାତ୍ରା ବାହାର କଲେ ପାଇଲଟ୍‌

author img

By

Published : May 11, 2023, 11:00 PM IST

ରାଜସ୍ଥାନ ଆଜମେରରୁ ଆରମ୍ଭ ହେଲା ସଚିନ ପାଇଲଟଙ୍କ ଜନ ସଂଘର୍ଷ ପଦଯାତ୍ରା । ଦୁର୍ନୀତି ପ୍ରସଙ୍ଗରେ ଚୁପ ରହିବା ନେଇ ଗେହେଲୋଟଙ୍କୁ କଲେ ଟାର୍ଗେଟ । ଅଧିକ ପଢନ୍ତୁ

ଜନ ସଂଘର୍ଷ ପଦଯାତ୍ରା ବାହାର କଲେ ପାଇଲଟ
ଜନ ସଂଘର୍ଷ ପଦଯାତ୍ରା ବାହାର କଲେ ପାଇଲଟ

ଜୟପୁର: ରାଜସ୍ଥାନରେ ଚଳିତ ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ଶାସନରେ ଥିବା କଂଗ୍ରେସର ଅନ୍ତଃକନ୍ଦଳ କିନ୍ତୁ ହ୍ରାସ ପାଇବା ପରିବର୍ତ୍ତେ ଅଧିକ ଘନୀଭୂତ ହେବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ଗେହେଲୋଟଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଥିବା ଦଳର ଯୁବନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଆଜି ଠାରୁ ଆଜମେରରୁ ଜନସଂଘର୍ଷ ପଦଯାତ୍ରା ଆରମ୍ଭ କରିଛନ୍ତି । ଏହାପୂର୍ବରୁ ପାଇଲଟ ରାଜ୍ୟରେ ଦୁର୍ନୀତି ଏବଂ ପେପର-ଲିକ୍ ମାମଲାକୁ ନେଇ ଏକ ସାଧାରଣ ସଭାରେ ନାଁ ନନେଇ ଗେହେଲୋଟଙ୍କ ସରକାର ଉପରେ ବର୍ଷିଥିଲେ ।

ସେ ଆରମ୍ଭ କରିଥିବା ପଦଯାତ୍ରାର ଆଭିମୁଖ୍ୟ ସ୍ପଷ୍ଟ କରି ପାଇଲଟ୍ କହିଛନ୍ତି, ଏହି ଯାତ୍ରା କାହା ବିରୁଦ୍ଧରେ ନୁହେଁ, ଏହା ରାଜ୍ୟର ଦୁର୍ନୀତି ଏବଂ ପେପର ଲିକ ବିରୋଧରେ ଏହା ଏକ ଜନ ଆନ୍ଦୋଳନ । ଏହି ଯାତ୍ରାର ଏକମାତ୍ର ଉଦ୍ଦେଶ୍ୟ ହେଉଛି ରାଜ୍ୟରେ ବ୍ୟବସ୍ଥାରେ ସୁଧାର ଆଣିବା । ଶିକ୍ଷା ବ୍ୟବସ୍ଥାରେ ଥିବା ତ୍ରୁଟି ଦୂର କରିବା ଓ ଏହାକୁ ଆହୁରି ପ୍ରଭାବଶାଳୀ କରିବା । ହେଲେ ଏହି ଉତ୍ତର ରାଜନୈତିକ ସମୀକ୍ଷକଙ୍କୁ ଶାନ୍ତ କରିପାରିନାହିଁ । ଲଗାତର ମୁଖ୍ୟମନ୍ତ୍ରୀ ଗେହେଲୋଟ ଓ ପାଇଲଟଙ୍କ ମଧ୍ୟରେ ପରୋକ୍ଷ ବାକଯୁଦ୍ଧ ଜାରି ରହିଛି । ପରିସ୍ପରର ନାମ ନନେଇ ଏକାଧିକ ଅଭିଯୋଗ କରିବାରେ ଲାଗିଛନ୍ତି ଉଭୟ । ଏହାରି ମଧ୍ୟରେ ପାଇଲଟ ଏବେ ପଦଯାତ୍ରାର ମାର୍ଗ ବାଛିଛନ୍ତି ।

ପ୍ରେସମିଟରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ରାଜ୍ୟର ଗେହଲୋଟ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, ‘‘କର୍ଣ୍ଣାଟକ ନିର୍ବାଚନରେ ​​କଂଗ୍ରେସ ଶାସକ ଦଳ ବିଜେପି ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଥିଲା । ଜନସାଧାରଣ ମଧ୍ୟ ଏହି ଅଭିଯୋଗକୁ ଗ୍ରହଣ କରିଛନ୍ତି । ଫଳାଫଳ ସ୍ବରୂପ କର୍ଣ୍ଣାଟକରେ କଂଗ୍ରେସ ସପକ୍ଷରେ ଭୋଟ୍ ପଡିଛି । ରାଜସ୍ଥାନରେ ମଧ୍ୟ ଯେତେବେଳେ ଆମେ ବିରୋଧୀ ଥିଲୁ, ଆମେ ନିରନ୍ତର କହିଥିଲୁ ଯେ ବସୁନ୍ଧରା ସରକାର ଦୁର୍ନୀତିଗ୍ରସ୍ତ । ଲୋକେ ଆମକୁ ଭରସା କଲେ, ଭୋଟ ଦେଲେ । କଂଗ୍ରେସ କ୍ଷମତାକୁ ଆସିଲା । ହେଲେ କ୍ଷମତାକୁ 4 ବର୍ଷ ବିତି ସାରିଥିଲେ ସୁଦ୍ଧା ଦୁର୍ନୀତି ନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ ।’’

ନିକଟରେ ମୁଖ୍ୟମନ୍ତ୍ରୀ ଗେହେଲଟ ତାଙ୍କ ସରକାରକୁ ଭାଙ୍ଗିବା ପାଇଁ ଭାରତୀୟ ଜନତା ପାର୍ଟି ଓ ନିଜେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଚେଷ୍ଟା କରୁଥିବା ଅଭିଯୋଗ କରିଥିଲେ । ଏପରିକି ରାଜ୍ୟର କିଛି କଂଗ୍ରେସ ବିଧାୟକ ବିଜେପି ଠାରୁ କୋଟି କୋଟି ଟଙ୍କା ଲାଞ୍ଚ ଖାଇଥିବା ମଧ୍ୟ ସେ ଅଭିଯୋଗ କରିଥିଲେ । ହେଲେ ସେହି ବିଧାୟକମାନେ କି’ଏ ସେନେଇ ସେ ସିଧା ନାମ ନେଇନଥିଲେ ସୁଦ୍ଧା ଏହି ଇଙ୍ଗୀତ ସଚିନ ପାଇଲଟଙ୍କ ଗୋଷ୍ଠୀ ପ୍ରତି ସ୍ପଷ୍ଟ ଅନୁମାନ କରାଯାଉଥିଲା । ଏବେ ପାଇଲଟ ପଦଯାତ୍ରାରେ ବାହାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.