ETV Bharat / bharat

କଂଗ୍ରେସରେ ଯୋଗଦେଲେ ଚମ୍ବଲର ଡକାୟତ ମଲଖାନ ସିଂ, କହିଲେ ବଢ଼ି ଚାଲିଛି ବିଜେପି ଅତ୍ୟାଚାର

author img

By

Published : Aug 9, 2023, 9:00 PM IST

କଂଗ୍ରେସରେ ଯୋଗଦେଲେ ଚମ୍ବଲର ଡକାୟତ ରାଜା ମଲଖାନ ସିଂ । ମହିଳାମାନଙ୍କ ସମ୍ମାନ ପାଇଁ ପୁଣି ହାତରେ ଧରିବେ ବନ୍ଧୁକ । କଂଗ୍ରେସରେ ଯୋଗ ଦେଇ ବିଜେପିକୁ କଲେ ଟାର୍ଗେଟ । ଅଧିକ ପଢ଼ନ୍ତୁ

ଦସ୍ୟୁ କିଙ୍ଗ ମଲଖାନ ସିଂ
ଦସ୍ୟୁ କିଙ୍ଗ ମଲଖାନ ସିଂ

ଭୋପାଳ: ମଧ୍ୟପ୍ରଦେଶରେ ମହିଳାମାନଙ୍କ ସମ୍ମାନ ଏବଂ ସେମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ପାଇଁ ପୁଣି ଥରେ ହାତରେ ବନ୍ଧୁକ ଧରିବା କଥା କହିଛନ୍ତି ଚମ୍ବଲର ଡକାୟତ କୁହାଯାଉଥିବା ମଲଖାନ ସିଂ । ଏବେ ମଲକାନ ସିଂ ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଛନ୍ତି । ତେବେ ପାର୍ଟିରେ ସାମିଲ ହେବା ପରେ ମିଡିଆ ସାମ୍ନାରେ ଏକ ବୟାନ ଦେଇଛନ୍ତି ।

ମଲଖାନଙ୍କ କହିବା ଅନୁସାରେ, ଆଜି ଦେଶର ମଧ୍ୟପ୍ରଦେଶରେ ମହିଳାମାନଙ୍କ ପ୍ରତି ସବୁଠାରୁ ଅଧିକ ଅପରାଧ ବଢ଼ି ଚାଲିଛି । ଏହାସହ ଝିଅ ପିଲାମାନେ ସ୍କୁଲ୍‌ ଓ କଲେଜ ଯିବା ପାଇଁ ଡରୁଛନ୍ତି । ଦିନକୁ ଦିନ ରାଜ୍ୟରେ ଦୁଷ୍କର୍ମ ଘଟଣା ମଧ୍ୟ ବଢ଼ିବାରେ ଲାଗିଛି । ଏହାସହ ରାଜ୍ୟରେ ସେ ଏଭଳି ଘଟଣା ଘଟିବାକୁ ଦେବେ ନାହିଁ ବୋଲି କହିଛନ୍ତି ।

ବର୍ତ୍ତମାନ ସେ କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି ଏବଂ ଏଥର ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ଗଠନ କରିବ ବୋଲି ଦୃଢ଼ୋକ୍ତି ଦେଇଛନ୍ତି । ସରକାର ଗଠନ ପରେ କମଲନାଥ ଭୋପାଳରେ କାର୍ଯ୍ୟ ସମ୍ଭାଳିବା ବେଳେ ସେ ନିଜେ ହାତରେ ହତିଆର ଧରି ସମସ୍ତ ମାଆ ଭଉଣୀମାନଙ୍କୁ ରକ୍ଷା କରିବେ ଏବଂ କାହାର ଉଜ୍ଜତ ଉପରେ ଆଞ୍ଚ୍‌ ଆସିବାକୁ ଦେବେ ନାହିଁ ବୋଲି କହିଛନ୍ତି ।

ମଲଖାନ ଆହୁରି କହିଛନ୍ତି,"ମୁଁ ଯେତେବେଳେ ଡକାୟତି କରୁଥିଲି ସେତେବେଳେ ୧୫ ବର୍ଷ ଭିତରେ କୌଣସି ମହିଳାଙ୍କ ସହ ଅସଦାଚରଣ ହୋଇନଥିଲା । ଯଦି କୌଣସି ବ୍ୟକ୍ତି ମହିଳାଙ୍କୁ ଅସଦାଚାରଣ କିମ୍ବା ଦୁଷ୍କର୍ମ କରନ୍ତି ତେବେ ସେମାନଙ୍କ ହାତ କାଟିହେବା ପାଇଁ ସମସ୍ତଙ୍କୁ ଚେତାବନୀ ଦେଇଥିଲି ।"

ସେ ଏହା ମଧ୍ୟ କହିଛନ୍ତି ଯେ, ବିଜେପି ସରକାରରେ ତାଙ୍କୁ ଅନ୍ୟାୟ ବରଦାସ୍ତ ଦେଲା ନାହିଁ । ଏଥିପାଇଁ ସେ ବିଜେପି ଛାଡି କଂଗ୍ରେସ ସହ ହାତ ମିଶାଇଲେ । ବିଜେପି ସରକାରରେ ଗରିବମାନଙ୍କର ଜମି ସେମାନଙ୍କଠାରୁ ଛଡ଼ାଇ ନିଆଯାଉଛି । ମଦ୍ୟପ୍ରଦେଶର ଶିବପୁରୀ ଗୁନା ଏବଂ ଅଶୋକ ନଗରରେ ବିଜେପି ଅଧିକ ଆତଙ୍କ ଓ ଅତ୍ୟାଚାର କରୁଛି । ସେଠାରେ ଗରିବମାନଙ୍କ ଜମିକୁ ଜବରଦସ୍ତ କବ୍‌ଜା କରିନେଉଛନ୍ତି । ତେବେ ଏହାକୁ ବିରୋଧ କଲେ ମିଛ କେସ୍‌ରେ ସେମାନଙ୍କୁ ଜେଲ୍‌କୁ ପଠାଇ ଦିଆଯାଉଛି । ଏବେ ବିଜେପିର ଏହି ଅନ୍ୟାୟ ଆଉ ବରଦାସ୍ତ କରାଯିବ ନାହିଁ ।

ଏହା ମଧ୍ୟ ପଢ଼ନ୍ତୁ...ମେରା ଘର ପୁରା ହିନ୍ଦୁସ୍ଥାନ ହୈ; ରାହୁଲ

ତେବେ କଂଗ୍ରେସରେ ସାମିଲ ହେବା ଅବସରରେ ମଲଖାନ କହିଛନ୍ତି ଯେ, ତାଙ୍କର ଟିକେଟ୍‌କୁ ନେଇ କୌଣସି ଆଶା ନାହିଁ । ଦଳ ତାଙ୍କୁ ଯେଉଁ କାମ ଦେବ ସେ ତାକୁ ସଚ୍ଚୋଟତାର ସହ କରିବେ । ସେ ଏବେ ଜନତାଙ୍କର ଏବଂ ଦଳ ସେବା କରିବେ । ସୂଚନା ଅନୁସାରେ ମଲଖାନ ୨୦୧୪ରେ ବିଜେପି ପାର୍ଟିରେ ସାମିଲ ହୋଇଥିଲେ କିନ୍ତୁ ୨୦୧୯ ନିର୍ବାଚନରେ ବିଜେପି ତାଙ୍କୁ ଟିକେଟ୍‌ ନଦେବାରୁ ସେ ବିଜେପି ଉପରେ ରାଗି ଦଳ ଛାଡି ଦେଇଥିଲେ । ଏହାପରେ ସେ ଶିବପାଲ ଯାଦବଙ୍କ ପ୍ରଗତିଶୀଳ ସମାଜବାଦୀ ପାର୍ଟିରେ ଯୋଗ ଦେଇଥିଲେ ଏବଂ ଧୋରହେରା ଲୋକସଭା ଆସନରୁ ନିର୍ବାଚନ ଲଢ଼ି ହାରି ଯାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.