ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ କ୍ୟାପ୍ଟେନ ସତୀଶ ଶର୍ମାଙ୍କ ପରଲୋକ ଘଟିଛି । ବୁଧବାର ଗୋଆରେ କ୍ୟାପ୍ଟେନ ସତୀଶ ଶର୍ମାଙ୍କର ଦେହାନ୍ତ ହୋଇଛି । ସତୀଶ ଦୀର୍ଘ ଦିନ ଧରି ଅମେଠି ଲୋକସଭା କ୍ଷେତ୍ରରେ ଗାନ୍ଧୀ ପରିବାରର ପ୍ରତିନିଧି ରହିଥିଲେ ।
73 ବର୍ଷୀୟ ଶର୍ମା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ବେଶ ନିକଟତର ଥିଲେ । ଶର୍ମା ଜାନୁଆରୀ 1993ରୁ 1996 ପର୍ଯ୍ୟନ୍ତ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ରହିଥିଲେ । ଏହା ସହ ସେ ସଂସଦୀୟ କମିଟିର ସଦସ୍ୟ ମଧ୍ୟ ରହିଛନ୍ତି ।