ETV Bharat / bharat

ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ପୂର୍ବତନ ପ୍ରଦେଶ କଂଗ୍ରେସ ମୁଖ୍ୟ ସିଦ୍ଧୁ - ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ସିଦ୍ଧୁ

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାଗଓ୍ବାନ୍ତ ମାନଙ୍କୁ ଭେଟିବେ ପୂର୍ବତନ ପ୍ରଦେଶ କଂଗ୍ରେସ ମୁଖ୍ୟ ନବଜ୍ୟୋତ ସିଂ ସିଦ୍ଧୁ । ସୋସିଆଲ ମିଡିଆରେ ଦେଲେ ସୂଚନା । ପୁଣି ଆରମ୍ଭ ହେଲା ଚର୍ଚ୍ଚା । ଅଧିକ ପଢନ୍ତୁ

ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ପୂର୍ବତନ ପ୍ରଦେଶ କଂଗ୍ରେସ ମୁଖ୍ୟ ସିଦ୍ଧୁ

author img

By

Published : May 8, 2022, 8:44 PM IST

ଚଣ୍ଡିଗଡ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାଗଓ୍ବନ୍ତ ମାନଙ୍କୁ ଭେଟିବେ ପ୍ରଦେଶ କଂଗ୍ରେସର ପୂର୍ବତନ ମୁଖ୍ୟ ନବଜ୍ୟୋତ ସିଂ ସିଦ୍ଧୁ । ଏହି ସାକ୍ଷାତକାର ନେଇ ସେ ନିଜେ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି । ଆଜି (ସୋମବାର) ସଂନ୍ଧ୍ୟାରେ ସିଦ୍ଧୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ନେଇ ଘୋଷଣା କରିଛନ୍ତି । ତେବେ ରାଜ୍ୟର ଅର୍ଥନୀତିର ସୁଧାର ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି ସିଦ୍ଧୁ ସ୍ପଷ୍ଟ କରିଥିବା ସତ୍ତ୍ବେ ମଧ୍ୟ ପଞ୍ଜାବ ରାଜନୀତିରେ ଏହି ଭେଟଘାଟକୁ ନେଇ ପୁଣି ଉଷ୍ମତା ବଢିଛି ।

  • Will meet CM @BhagwantMann tomorrow at 5:15 PM in Chandigarh to discuss matters regarding the revival of Punjab’s economy . . . Punjab’s Resurrection is only possible with an honest collective effort . . .

    — Navjot Singh Sidhu (@sherryontopp) May 8, 2022 " class="align-text-top noRightClick twitterSection" data=" ">

ଚଳିତ ବିଧାନସଭା ନିର୍ବାଚନରେ ସିଦ୍ଧୁଙ୍କ ସଭାପତିତ୍ବରେ ଦଳ ନିର୍ବାଚନ ଲଢୁଥିବାବେଳେ କ୍ଷମତାଚ୍ଯୁତ ହେବା ପାଇଁ ବାଧ୍ୟ ହୋଇଥିଲା । ପରେ ପଞ୍ଜାବ କଂଗ୍ରେସ ମୁଖ୍ୟ ପଦରୁ ସିଦ୍ଧୁଙ୍କୁ ଇସ୍ତଫା ଦେବା ପାଇଁ କହିଥିଲେ ପାର୍ଟି ହାଇକମାଣ୍ଡ ସୋନିଆ ଗାନ୍ଧୀ । ଇସ୍ତଫା ପରେ ସିଦ୍ଧୁ କଂଗ୍ରେସ ଛାଡିପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିଲା । କିଛି ଦିନର ବ୍ୟବଧାନ ପରେ ସିଦ୍ଧୁ ମୁଖ୍ଯମନ୍ତ୍ରୀଙ୍କୁ ଭେଟିବା ନିଷ୍ପତ୍ତି ପରେ ପୁଣି ବିଭିନ୍ନ ଚର୍ଚ୍ଚା ପ୍ରକାଶ ପାଇବା ଆରମ୍ଭ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.