ETV Bharat / bharat

କେରଳ ଫଳାଫଳ: ପୁଥୁପାଲ୍ଲୀରେ ଆଗୁଆ ପୂର୍ବତନ ମୁଖ୍ୟମନ୍ତ୍ରୀ ଚାଣ୍ଡି

author img

By

Published : May 2, 2021, 12:32 PM IST

କେରଳର ପୁଥୁପାଲ୍ଲୀ ନିର୍ବାଚନ ମଣ୍ଡଳୀରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ପ୍ରାର୍ଥୀ ଉମେନ ଚାଣ୍ଡି ଆଗୁଆ ରହିଛନ୍ତି । ଅଧିକ ପଢନ୍ତୁ...

କେରଳ ଫଳାଫଳ: ପୁଥୁପାଲ୍ଲୀରେ ଆଗୁଆ ପୂର୍ବତନ ମୁଖ୍ୟମନ୍ତ୍ରୀ ଚାଣ୍ଡି
କେରଳ ଫଳାଫଳ: ପୁଥୁପାଲ୍ଲୀରେ ଆଗୁଆ ପୂର୍ବତନ ମୁଖ୍ୟମନ୍ତ୍ରୀ ଚାଣ୍ଡି

ଥିରୁଅନନ୍ତପୁରମ: କେରଳରେ 140ଟି ବିଧାନସଭା ନିର୍ବାଚନ ପାଇଁ ଜାରି ରହିଛି ଭୋଟ ଗଣତି ପ୍ରକ୍ରିୟା । ତେବେ ବର୍ତ୍ତମାନ ସୁଦ୍ଧା ପୁଥୁପାଲ୍ଲୀ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଉମେନ ଚାଣ୍ଡି ଆଗୁଆ ରହିଛନ୍ତି ।

ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା କେରଳରେ ସିପିଆଇ ନେତୃତ୍ବାଧୀନ ଏଲଡିଏଫ 91 ସିଟରେ ଆଗୁଆ ରହିଥିବା ବେଳେ କଂଗ୍ରେସ ନେତୃତ୍ବାଧୀନ ୟୁଡିଏଫ 46 ଓ ଏନଡିଏ 3ଟି ସିଟରେ ଆଗୁଆ ରହିଛି । କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରିଛନ୍ତି । ଭୋଟ ଗଣତି ହେଉଥିବା କେନ୍ଦ୍ରକୁ ସାନିଟାଇଜ କରାଯାଇଛି ।

ତେବେ ଗତ ଏପ୍ରିଲ 26 ତାରିଖରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହୋଇଥିଲା । କେରଳ ସମେତ ରବିବାର ରାଜ୍ୟରେ ଆଉ 3ଟି ରାଜ୍ୟ ଆସାମ, କେରଳ ଓ ତାମିଲନାଡୁ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ଭୋଟ ଗଣତି ପ୍ରକ୍ରିୟା ଜାରି ରହିଛି । 4ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର 822ଟି ବିଧାନସଭା ନିର୍ବାଚନୀ ମଣ୍ଡଳୀରେ ସୁରୁଖୁରୁରେ ଭୋଟ ଗଣତି ପ୍ରକ୍ରିୟା ପାଇଁ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା କରିଛି ନିର୍ବାଚନ ଆୟୋଗ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.