ETV Bharat / bharat

ପଞ୍ଜାବରେ କଂଗ୍ରେସ ନେତାଙ୍କୁ ଗୁଳି କରି ହତ୍ୟା କଲେ ସମ୍ପର୍କୀୟ ମହିଳା

author img

By

Published : Feb 27, 2023, 10:12 PM IST

ପଞ୍ଜାବରେ କଂଗ୍ରେସ ନେତାଙ୍କୁ ଗୁଳି କରି ହତ୍ୟା କଲା ସମ୍ପର୍କୀୟ ମହିଳା । ବ୍ୟକ୍ତିଗତ କାରଣରୁ ହତ୍ୟା ସନ୍ଦେହ । ଅଧିକ ପଢନ୍ତୁ

ପଞ୍ଜାବରେ କଂଗ୍ରେସ ନେତାଙ୍କୁ ଗୁଳି କରି ହତ୍ୟା

ଚଣ୍ଡିଗଡ: ପଞ୍ଜାବରେ କଂଗ୍ରେସ ନେତାଙ୍କୁ ଗୁଳିକରି ହତ୍ୟା କଲା ଜଣେ ସମ୍ପର୍କୀୟ ମହିଳା । ତାରନ ତାରନ ସ୍ଥାନୀୟ ବଜାର କିମିଟିର ପୂର୍ବତନ ମୁଖ୍ୟ ତଥା କଂଗ୍ରେସ ନେତା ମେଜର ସିଂ ଧଲିଓ୍ବାଲଙ୍କୁ ଜଣେ ମହିଳା ଗୁଳି କରି ହତ୍ୟା କରିଛି । ଆଜି ଅପରାହ୍ନରେ ତାରଣ ତାରଣ ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ଏହି ହତ୍ୟାକାଣ୍ଡ ଘଟିଛି । ମହିଳାଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ମିଳିନଥିବା ବେଳେ ସେ ମୃତକଙ୍କ ସମ୍ପର୍କୀୟ ବୋଲି ପ୍ରାଥମିକ ଭାବେ ଜଣାପଡିଛି । ମହିଳାଙ୍କର ମେଜର ସିଂଙ୍କ ସହ କିଛି ବ୍ୟକ୍ତିଗତ ଶତ୍ରୁତା ଥିଲା । ସେହି କାରଣରୁ ଏହି ହତ୍ୟାକାଣ୍ଡ ହୋଇଥିବା ନେଇ ସନ୍ଦେହ କରାଯାଉଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ପଠାଇଛି ।

ପୋଲିସର ସୂଚନା ଅନୁସାରେ, ହତ୍ୟାର ଶିକାର ହୋଇଥିବା ମେଜର ସିଂ ଧଲିଓ୍ବାଲଙ୍କୁ ମହିଳାଜଣଙ୍କ ଏକାଧିକ ରାଉଣ୍ଡ ଫାଏରିଂ କରିଥିଲେ । ଏଥିରେ ଦୁଇଟି ଗୁଳି ମେଜରଙ୍କ ଛାତି ଓ ଅନ୍ୟ ସ୍ଥାନରେ ବାଜିଥିଲା । ତାଙ୍କୁ ସ୍ଥାନୀୟ ଲୋକଙ୍କ ଦ୍ବାରା ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ଡାକ୍ତର ମୃତ ଘୋଷଣା କରିଥିଲେ । ତେବେ ଘଟଣାସ୍ଥଳରୁ ମହିଳାଜଣଙ୍କ ଫେରାର ହୋଇଯାଇଥିଲା । ପ୍ରତ୍ୟେକ୍ଷଦର୍ଶୀଙ୍କ ଠାରୁ ପୋଲିସ ସୂଚନା ସଂଗ୍ରହ କରିଛି । ନିକଟରେ ଲାଗିଥିବା ସିସିଟିଭିରୁ ମଧ୍ୟ ହତ୍ୟା ବେଳର ଭିଡିଓ ଫୁଟେଜ ସଂଗ୍ରହ କରାଯାଇଛି । ଉକ୍ତ ଆଧାରରେ ପୋଲିସ ମହିଳା ଅଭିଯୁକ୍ତକୁ ଚିହ୍ନଟ ମଧ୍ୟ କରିଛି । କେଉଁ ଶତ୍ରୁତା କାରଣରୁ ମହିଳାଜଣଙ୍କ ଏପରି ହତ୍ୟାକାଣ୍ଡ ଭିଆଇଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନି । ଅଭିଯୁକ୍ତକୁ ଗିରଫ ଉଦ୍ୟମ ସହ ଉଭୟଙ୍କ ମଧ୍ୟରେ ଥିବା ବିବାଦ ସମ୍ପର୍କରେ ଜାଣିବାକୁ ପୋଲିସ ପ୍ରୟାସ କରୁଛି । ଘଟଣାସ୍ଥଳରେ ପୋଲିସ ଓ ଡଗସ୍କ୍ବାଡ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ଘଟଣାସ୍ଥଳରୁ ଖୋକା ଜବତ ହୋଇଛି । ଅନ୍ୟ ପାରିପାର୍ଶ୍ବିକ ସ୍ଥିତିକୁ ମଧ୍ୟ ପୋଲିସ ତଦନ୍ତ ପରିସରଭୂକ୍ତ କରିଛି । ମହିଳାଜଣଙ୍କ ପ୍ରାୟ 3 ରାଉଣ୍ଡ ଫାଏରିଂ କରିଥିବା ପ୍ରତ୍ୟେକ୍ଷଦର୍ଶୀ ପୋଲିସକୁ ସୂଚନା ଦେଇଛନ୍ତି । ଦୁଇଟି ଗୁଳି ମେଜର ସିଂଙ୍କ ଛାତି ଓ ପେଟରେ ବାଜିଥିଲା । ଘଟଣାସ୍ଥଳରେ ସେ ଟଳିପଡିଥିଲେ । ପରେ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କର ମୃତ ଘୋଷଣା କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.