ଲକ୍ଷ୍ନୌ: ପରଲୋକରେ ପୂର୍ବତନ ବିଜେପି ସାଂସଦ ଶରଦ ତ୍ରିପାଠୀ । 44 ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ଦୀର୍ଘ ଦିନ ଧରି ସେ ଅସୁସ୍ଥ ରହିଥିଲେ । ହେଲେ ବୁଧବାର ରାତିରେ ଗୁରୁଗ୍ରାମର ଏକ ଡାକ୍ତରଖାନାରେ ତାଙ୍କର ଦେହାନ୍ତ ହୋଇଛି ।
2014ରେ ଉତ୍ତରପ୍ରଦେଶର ସାଣ୍ଟ କବୀର ନାଗର ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ବ କରିଥିଲେ ଶରଦ । ଏବଂ ବିଜୟ ଲାଭ କରିଥିଲେ । ସେ ବିଜେପି ସାଂସଦ ଡକ୍ଟର ରାମାପତୀ ରାମ ତ୍ରିପାଠୀଙ୍କ ପୁଅ ଥିଲେ । ତେବେ ତାଙ୍କ ଦେହାନ୍ତ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ସମବେଦନା ଜଣାଇଛନ୍ତି ।
ସେପଟେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନି ମଧ୍ୟ ଟ୍ବିଟ କରି ଶୋକବ୍ୟକ୍ତ କରିଛନ୍ତି । ତାଙ୍କର ଅଚାନକ ମୃତ୍ୟୁ ବୋଧେ ଭଗବାନଙ୍କ ଇଚ୍ଛା ଥିଲା । ତାଙ୍କର ଅମର ଆତ୍ମାର ସଦଗତି ହେଉ ବୋଲି ଟ୍ବିଟ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ।
ପୂର୍ବତନ ସାଂସଦ ତଥା ବିଜେପିର ବରିଷ୍ଠ ନେତା ଶରଦ ତ୍ରିପାଠୀଙ୍କ ଦେହାନ୍ତ ଖବର ଶୁଣି ଆଶ୍ଚର୍ଯ୍ୟ ଲାଗୁଛି । ତାଙ୍କ ଅମର ଆତ୍ମାର ସଦଗତି ହେଉ । ଏବଂ ପରିବାର ସଦସ୍ୟଙ୍କୁ ଏଭଳି ଘଟଣାକୁ ସାମ୍ନା କରିବାକୁ ଭଗବାନ ଶକ୍ତି ଦିଅନ୍ତୁ ବୋଲି ରାଜ୍ୟ ବିଜେପି ସଭାପତି ସ୍ବତନ୍ତ୍ର ଦେବ ସିଂ କହିଛନ୍ତି ।
@ANI