ETV Bharat / bharat

NDAରେ ସାମିଲ ହେଲା HAM: ଶାହଙ୍କୁ ଭେଟିଲେ ଜୀତନ ରମ ମାଞ୍ଝୀ

author img

By

Published : Jun 21, 2023, 10:47 PM IST

ଶାହଙ୍କୁ ଭେଟି ଜୀତନ ରମ ମାଞ୍ଝୀଙ୍କ ଆଲୋଚନା ପରେ NDA ରେ ସାମିଲ ହେଲା HAM । ଗତକାଲି ନୀତିଶ କୁମାର ନେତୃତ୍ବାଧୀନ ମେଣ୍ଟରୁ ସମର୍ଥନ ପ୍ରତ୍ୟାହାର କରିଥିଲା HAM । ଆଉ ଦୁଇ ଦିନ ପରେ ବିହାରରେ ଏକାଠି ହେବେ ବିରୋଧୀ । ଅଧିକ ପଢନ୍ତୁ

NDA ରେ ସାମିଲ ହେଲା HAM: ଶାହଙ୍କୁ ଭେଟିଲେ ଜୀତନ ରମ ମାଞ୍ଝୀ

ପାଟନା: ବିରୋଧୀ ଦଳର ବୈଠକର ଠିକ ଦୁଇ ଦିନ ପୂର୍ବରୁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ବଡ ଝଟକା ଲାଗିଛି । ନୀତିଶଙ୍କ ଘନିଷ୍ଠ ସହଯୋଗୀ ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୀତନ ରାମ ମାଞ୍ଝୀ ନିଜ ଦଳ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା (HMA) କୁ ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟରେ ସାମିଲ କରିଛନ୍ତି । ଜିତନ ରାମ ମାଞ୍ଝୀ ଆଜି ରାଜଧାନୀ ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ସାକ୍ଷାତ କରିବା ପରେ ଏନଡିଏରେ ଯୋଗଦେବା ନେଇ ଘୋଷଣା କରିଛନ୍ତି ।

ନିକଟରେ ନୀତିଶଙ୍କ ମେଣ୍ଟ ସରକାରରେ ମନ୍ତ୍ରୀ ଥିବା ଜୀତନ ରାମଙ୍କ ପୁଅ ସନ୍ତୋଷ ସୁମନ ଇସ୍ତଫା ଦେଇଥିଲେ । ଗତକାଲି ତାଙ୍କ ଦଳ ନୀତିଶ କୁମାର ନେତୃତ୍ବାଧୀନ ମହାମେଣ୍ଟରୁ ସମର୍ଥନ ମଧ୍ୟ ପ୍ରତ୍ୟାହାର କରିଥିଲା । ସୁମନ ଗଣମାଧ୍ୟମରେ ଏନଡିଏ ରେ ଦଳର ସାମିଲ ହେବା ନେଇ ସଙ୍କେତ ମଧ୍ୟ ଦେଇଥିଲେ । ତାଙ୍କ ନିକଟରେ ଏକାଧିକ ବିକଳ୍ପ ରହିଛି । ସେ ଦିଲ୍ଲୀ ଗସ୍ତ କରି ଆଲୋଚନା କରିବା ପରେ ନିଷ୍ପତ୍ତି ସ୍ପଷ୍ଟ କରିବେ ବୋଲି ସୁମନ କହିଥିଲେ । ଆଜି ଅପରାହ୍ନରେ କେନ୍ଦ୍ର ଗୃହମନ୍ତ୍ରୀ ଶାହଙ୍କ ସହ ଜୀତନ ରାମ ମାଞ୍ଝୀଙ୍କ ସାକ୍ଷାତ ଓ ଆଲୋଚନା ପରେ ହିନ୍ଦୁସ୍ତାନୀ ଆଓ୍ବାମ ମୋର୍ଚ୍ଚା ଏନଡିଏ ମେଣ୍ଟରେ ସାମିଲ ହେବା ନେଇ ଘୋଷଣା କରିଛି ।

243 ଆସନ ବିଶିଷ୍ଟ ବିହାର ବିଧାନସଭାରେ ହିନ୍ଦୁସ୍ତାନୀ ଆଓ୍ବାମ ମୋର୍ଚ୍ଚାର ମାତ୍ର 4 ଜଣ ବିଧାୟକ ରହିଛନ୍ତି । ସର୍ବାଧିକ 79 ବିଧାୟକ RJD ର ଥିବା ବେଳେ JD(U) 45 ବିଧାୟକ ରହିଛନ୍ତି । ସେହିପରି ଭାରତୀୟ ଜନତା ପାର୍ଟିର 77 ବିଧାୟକ ରହିଛନ୍ତି । ପୂର୍ବରୁ ବିଜେପି-ଜେଡିୟୁ ମେଣ୍ଟ ସରକାର ଥିବା ବେଳେ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ଥିଲେ । ହେଲେ ନୀତିଶ ବିଜେପି ସମର୍ଥିତ ମେଣ୍ଟ ଭାଙ୍ଗି କଂଗ୍ରେସ, ଆରଜେଡି ସମର୍ଥନରେ ସରକାର ଗଠନ କଲେ । ନୀତିଶ କୁମାର ମୁଖ୍ଯମନ୍ତ୍ରୀ ପଦ ବଜାୟ ରଖିବା ସହ ଆରଜେଡି ନେତା ତେଜସ୍ବୀ ଯାଦବ ଉପମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କଲେ । 2022 ମସିହା 9 ଅଗଷ୍ଟରେ ନୀତିଶ ଏହି ସମର୍ଥନ ପରିବର୍ତ୍ତନ କରିବା ସମୟରେ ଜୀତନରାମ ମାଞ୍ଝୀଙ୍କ ଦଳ ହିନ୍ଦୁସ୍ଥାନ ଆଓ୍ବାମ ମୋର୍ଚ୍ଚା ମହାଗଠବନ୍ଧନ ସରକାରକୁ ନସର୍ତ୍ତଃ ସମର୍ଥନ ଘୋଷଣା କରିଥିଲା ।

ଏହା ମଧ୍ୟ ପଢନ୍ତୁ:-ବିହାର ସରକାରରୁ ସମର୍ଥନ ପ୍ରତ୍ୟାହାର କଲା ହିନ୍ଦୁସ୍ଥାନ ଆଓ୍ବାମ ମୋର୍ଚ୍ଚା

ଚଳିତ ଏପ୍ରିଲ 13 ତାରିଖରେ ଜୀତନରାମ ମାଞ୍ଝୀ ଦିଲ୍ଲୀ ଗସ୍ତ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସାକ୍ଷାତ କରିଥିଲେ । ସେତେବଳେ ସେ ଏନଡିଏରେ ସାମିଲ ହେବା ଚର୍ଚ୍ଚାକୁ ଖଣ୍ଡନ କରିବା ସହ ଏନଡିଏକୁ ଛୋଟ ଦଳର ଆବଶ୍ୟକତା ନଥିବା କହିଥିଲେ । ସେହିପରି ସେ ନୀତିଶ କୁମାରଙ୍କ ସହ ରହିବେ ଓ ନୀତିଶଙ୍କ ନିକଟରେ 2024 ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ପାଇଁ ସମସ୍ତ ଯୋଗ୍ୟତା ଥିବା କହିଥିଲେ ଜୀତନ ରାମ । ବିରୋଧୀ ଦଳମାନେ ଏକାଠି ହେଲେ ନୀତିଶ କୁମାରଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରାଯାଇ ପାରେ ବୋଲି ସେ ମଧ୍ୟ ସଙ୍କେତ ଦେଇଥିଲେ । ହେଲେ ନିକଟରେ ନୀତିଶ କୁମାରଙ୍କ କ୍ୟାବିନେଟରୁ ପୁଅ ସନ୍ତୋଷ ସୁମନ ଇସ୍ତଫା ଦେବା ପରେ ଗତକାଲି ଦଳ ମଧ୍ୟ ନୀତିଶ ନେତୃତ୍ବୀଧୀନ ଶାସକ ମେଣ୍ଟରୁ ସମର୍ଥନ ପ୍ରତ୍ୟାହାର କରିଥିଲା । ଆଜି ଦଳ ଏନଡିଏ ମେଣ୍ଟରେ ସାମିଲ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.