ETV Bharat / bharat

ତାଲିବାନରେ ସାମିଲ ହେବେ ପୂର୍ବତନ ରାଷ୍ଟ୍ରପତିଙ୍କ ଭାଇ ! - ଆଫଗାନିସ୍ତାନ ଗୃହଯୁଦ୍ଧ

ପୂର୍ବତନ ରାଷ୍ଟ୍ରପତି ଅସରଫ ଘନିଙ୍କ ଭାଇ ହାଶମତ ଘାନି ଅହମ୍ମଦଜାଇ ତାଲିବାନରେ ସାମିଲ ହେବା ନେଇ ଚର୍ଚ୍ଚା। ଅଧିକ ପଢନ୍ତୁ...

ତାଲିବାନରେ ସାମିଲ ହେବେ ପୂର୍ବତନ ରାଷ୍ଟ୍ରପତି ଘନିଙ୍କ ଭାଇ !

author img

By

Published : Aug 21, 2021, 6:28 PM IST

କାବୁଲ: ଆଫଗାନରେ ତାଲିବାନ ଆତଙ୍କୀଙ୍କ ତାଣ୍ଡବ ଚାଲିଥିବାବେଳେ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି । ଆଫଗାନିସ୍ତାନର ପୂର୍ବତନ ତଥା ପଦଚ୍ୟୁତ ହୋଇ ଦେଶତ୍ୟାଗ କରିଥିବା ରାଷ୍ଟ୍ରପତି ଅସରଫ ଘନିଙ୍କ ଭାଇ ତାଲିବାନରେ ସାମିଲ ହୋଇଥିବା ତଥ୍ୟ ସାମ୍ନାକୁ ଆସିଛି । ତେବେ ଖବରର ସତ୍ୟତା ସ୍ପଷ୍ଟ ହୋଇ ନ ଥିବାବେଳେ ଏକ ବିଶ୍ବସ୍ତ ସୂତ୍ରରୁ ଏହି ସୂଚନା ମିଳିଥିବା ଚର୍ଚ୍ଚା ଜୋର ଧରିଛି ।

ମିଳିଥିବା ତଥ୍ୟ ଅନୁସାରେ ଆଫଗାନିସ୍ତାନ ପୂର୍ବତନ ରାଷ୍ଟ୍ରପତି ଆଶରଫ ଘାନିଙ୍କ ଭାଇ ହାଶମତ ଘାନି ଅହମ୍ମଦଜାଇ ତାଲିବାନକୁ ସମର୍ଥନ କରୁଥିବା ଘୋଷଣା କରିଛନ୍ତି। କୁଚିସର ଗ୍ରାଣ୍ଡ କାଉନସିଲର ମୁଖ୍ୟ ହାଶମତ ଘାନି ଅହମ୍ମଦଜାଇ ତାଲିବାନ ନେତା ଖଲିଲ-ଉର-ରେହମାନ ଏବଂ ଧାର୍ମିକ ପଣ୍ଡିତ ମୁଫତି ମହମୁଦ ଜାକିରଙ୍କ ଉପସ୍ଥିତିରେ ଏହି ଗୋଷ୍ଠୀକୁ ସମର୍ଥନ ଜଣାଇଛନ୍ତି ବୋଲି ମଧ୍ୟ ଉକ୍ତ ରିପୋର୍ଟରେ କୁହାଯାଇଛି । ତେବେ ଏପରି ତଥ୍ୟ ସାମ୍ନାକୁ ଆସିବା ପରେ ସମଗ୍ର ବିଶ୍ବରେ ତାଲିବାନର ଆଗାମୀ ରଣନୀତି ଓ ସରକାର ଗଠନ ଉପରେ ଦୃଷ୍ଟି କେନ୍ଦ୍ରୀଭୂତ ହୋଇଛି ।

ରବିବାର ତାଲିବାନ ଆତଙ୍କୀ ରାଜଧାନୀ କାବୁଲକୁ ସମ୍ପୂର୍ଣ୍ଣ କବ୍ଜା କରିନେବା ପରେ ରାଷ୍ଟ୍ରପତି ଅସରଫ ଘାନି ସପରିବାର ଓ ଅନ୍ୟ କିଛି ସହଯୋଗୀଙ୍କ ସହିତ ଦେଶ ଛାଡି ପଳାଇଥିଲେ। ପ୍ରଥମେ ସେ ତାଜିକିସ୍ଥାନ ଯାଇଥିବା ଚର୍ଚ୍ଚା ହେଉଥିବା ବେଳେ ଏକ ଭିଡିଓ ବାର୍ତ୍ତାରେ ସେ ୟୁଏଇରେ ଆଶ୍ରୟ ନେଇଥିବା ସ୍ପଷ୍ଟ କରିଥିଲେ । ଦେଶଛାଡି ପଳାଇବା ନେଇ ତାଙ୍କୁ ଦେଶବାସୀ ସମାଲୋଚନା କରୁଥିବା ବେଳେ ବିପୁଳ ଅର୍ଥ ମଧ୍ୟ ସାଙ୍ଗରେ ନେଇଯାଇଥିବା ଅଭିଯୋଗ କରିଥିଲେ। ତେବେ ଏହାକୁ ଖଣ୍ଡନ କରିବା ସହ ଦେଶଛାଡି ନ ଥିଲେ ସେ ବର୍ବରତାର ସହ ହତ୍ୟାର ଶିକାର ହୋଇଥାନ୍ତେ ବୋଲି କହି ନିଜ ଅସହାୟତା ପ୍ରକାଶ କରିଥିଲା।

ତେବେ ତାଲିବାନର ରାଜଧାନୀ କାବୁଲ ଦଖଲ ପରେ ସରକାର ଗଠନ ପ୍ରକ୍ରିୟା ଆରମ୍ଭ କରିଛନ୍ତି ସଂଗଠନର ତୁଙ୍ଗ ନେତା । ଆଜି ସଂଗଠନର ସର୍ବୋଚ୍ଚ ନେତା କୁହାଯାଉଥିବା ତଥା ତାଲିବାନ ସହ ପ୍ରତିଷ୍ଠାତା ମୁଲ୍ଲା ଅବଦୁଲ୍ଲ ଘନି ବାରାଦାର ରାଜଧାନୀ କାବୁଲରେ ପହଞ୍ଚି ସରକାର ଗଠନ ପ୍ରକ୍ରିୟା ଆରମ୍ଭ କରିବା ଦିଗରେ ଆଲୋଚନା ଜାରି ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.