ETV Bharat / bharat

ପଶ୍ଚିମବଙ୍ଗରେ ବାଘଛାଲ ଚୋରାଚାଲାଣ, ଡିଲ ବେଳେ ଓଡିଶାର 3 ଗିରଫ

author img

By ETV Bharat Odisha Team

Published : Dec 19, 2023, 11:40 AM IST

leopard Skin Smuggling: ବାଘଛାଲ ଚୋରାଚାଲାଣ ପାଇଁ ଚାଲିଥିଲା ଯୋଜନା। ପଶ୍ଚିମବଙ୍ଗରୁ ଓଡିଶାର ତିନି ଜଣଙ୍କୁ ଗିରଫ କଲା ବନ ବିଭାଗ । ଅଧିକ ପଢନ୍ତୁ

ବାଘଛାଲ ଚୋରାଚାଲାଣ
leopard Skin Smuggling

କୋଲକାତା: ପଶ୍ଚିମବଙ୍ଗ ବନ ବିଭାଗକୁ ବଡ ସଫଳତା । ବାଘଛାଲ ଚୋରାଚାଲାଣ ପାଇଁ ଚାଲିଥିଲା ଯୋଜନା । ଚଢାଉ କରି ତିନି ଜଣଙ୍କୁ ଗିରଫ କଲା ବନ ବିଭାଗ । ଗିରଫ ଅଭିଯୁକ୍ତ ଓଡିଶାର ହୋଇଥିବା ସୂଚନା ମିଳିଛି । ଓଡିଶାର ବାଘଛାଲ ଚୋରାଚାଲାଣକାରୀଙ୍କୁ ପଶ୍ଚିମବଙ୍ଗରୁ ଗିରଫ କରାଯାଇଛି । ଜବତ ବାଘଛାଲର ମୂଲ୍ୟ ପାଖାପାଖି 20 ଲକ୍ଷ ଟଙ୍କା ହେବ । ଗିରଫ ଅଭିଯୁକ୍ତମାନେ ହେଲେ ଓଡ଼ିଶାର ବିଶେଶ୍ବର ବାଗ, ଉପେନ୍ଦ୍ର ବାଗ ଏବଂ ରାଜେନ୍ଦ୍ର ବାଗ ବୋଲି ଜଣାପଡିଛି।

ସୋମବାର ଏକ ବିଶେଷସୁତ୍ରରୁ ଖବର ପାଇବା ପରେ ସୋମବାର 24 ପ୍ରଗଣା ଜିଲ୍ଲାର ମଧ୍ୟାମଗ୍ରାମର ଛୋମାଥା ନିକଟରେ ଥିବା ଅଞ୍ଚଳରେ ଚଢ଼ାଉ କରିଥିଲା ବନ ବିଭାଗର ଏକ ଟିମ୍‌ । ଏହାପରେ ଉକ୍ତ ସ୍ଥାନରୁ ଏକ ବାଘଛାଲ ଜବତ କରିବା ସହ ତିନି ଜଣଙ୍କୁ ଗିରଫ କରିଥିଲା । ଯାହାର ମୂଲ୍ୟ 20 ଲକ୍ଷ ଟଙ୍କା ବୋଲି କୁହାଯାଉଛି । ବନ ବିଭାଗର କହିବା ଅନୁଯାୟୀ, ଗିରଫ ତିନି ଅଭିଯୁକ୍ତ ଓଡ଼ିଶାର । ଆନ୍ତଃରାଜ୍ୟ କାରବାରରେ ସେମାନଙ୍କ ଲିଙ୍କ୍‌ ରହିଛି ନା ନାହିଁ ସେନେଇ ତଦନ୍ତ କରାଯାଉଛି । ଆନ୍ତର୍ଜାତୀୟ ବଜାରର ଜବତ ବାଘଛାଲର ବହୁତ ଚାହିଦା ରହିଛି । ବୋଧ ହୁଏ ଏହି ବାଘଛାଲକୁ ଅଭିଯୁକ୍ତମାନେ ନେପାଳ କିମ୍ବା ବାଂଲାଦେଶ ପଠାଇବାକୁ ଯୋଜନା କରିଥାଇପାରନ୍ତି । କିନ୍ତୁ ଏହା ପୂରବ୍ରୁ ବନ ବିଭାଗ ଚଢାଉ କରି ତାଙ୍କ ପ୍ଲାନ୍‌କୁ ଫ୍ଲପ୍‌ କରିଦେଇଛି । ପ୍ରାଥମିକ ଅନୁସନ୍ଧାନରେ ବନ ବିଭାଗର ଅଧିକାରୀମାନେ ଅନୁମାନ କରିଛନ୍ତି ଯେ, ଓଡ଼ିଶା ଜଙ୍ଗଲରୁ ବାଘ ଶିକାର କରାଯିବା ପରେ ଏହାର ଛାଲକୁ ଚୋରାଚାଲାଣ ଉଦ୍ଦେଶ୍ୟରେ ପଶ୍ଚିମବଙ୍ଗକୁ ଆଣିଥିଲେ ଅଭିଯୁକ୍ତ ମାନେ ।

ଏହା ମଧ୍ୟ ପଢନ୍ତୁ-ବାଘଛାଲ ଡିଲ୍‌ ସମୟରେ STFର ଚଢାଉ, ଜଣେ ଗିରଫ

ପାଞ୍ଚରୁ ଛଅ ମାସ ପୂର୍ବରୁ ଚିତାବାଘକୁ ଶିକାର କରାଯିବା ପରେ ପରେ ତାର ଛାଲକୁ ଚୋରାଚାଲାଣ ପାଇଁ ଯୋଜନା କରାଯାଇଥିବା ଅନୁମାନ କରୁଛି ବନ ବିଭାଗ । ଜବତ ହୋଇଥିବା ଚିତାବାଘର ଛାଲ ପ୍ରାୟ ସାଢେ ଛଅ ଫୁଟ ହେବ । ଶିକାର ହୋଇଥିବା ଚିତାବାଘର ବୟସ କେତେ ତାହା ଜାଣିବାକୁ ଜିଓଲେଜିକାର ସର୍ଭ ଅଫ ଇଣ୍ଡିଆକୁ ଯାଞ୍ଚ ପାଇଁ ପଠାଯାଇଛି । ଅଭିଯୁକ୍ତମାନଙ୍କୁ ବର୍ତ୍ତମାନ ପଚରାଉଚରା କରାଯାଉଛି । ଏହି ଲିଙ୍କ୍‌ କେଉଁ ପର୍ଯ୍ୟନ୍ତ ଲମ୍ବିଛି ଓ ଆଉ କିଏ କିଏ ଏଥିରେ ସାମିଲ ରହିଛନ୍ତି ତାହା ଜାଣିବାକୁ ଚେଷ୍ଟା କରୁଛି ତଦନ୍ତକାରୀ ଟିମ୍‌ । ସୋମବାର ଅପରାହ୍ନରେ ତିନିଜଣ ଅଭିଯୁକ୍ତଙ୍କୁ ବାରାସଟ ଜିଲ୍ଲା କୋର୍ଟରେ ହାଜର କରାଯିବା ପରେ ସେମାନଙ୍କୁ 12 ଦିନ ବନ ବିଭାଗର ହେପାଜତରେ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.