ନୂଆଦିଲ୍ଲୀ: ଭାରତରେ ମହାମାରୀର ଭୟାବହତା ମଧ୍ୟରେ କୋଭିଡ ପରିଚାଳନାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ଉଠୁଛି ପ୍ରଶ୍ନ । ଏନେଇ ଲଣ୍ଡନରେ ଆୟୋଜିତ କାର୍ଯ୍ୟକ୍ରମରେ ତମାମ ପ୍ରଶ୍ନର ଉତ୍ତର ରଖିଛନ୍ତି ବୈଦେଶିକ ମନ୍ତ୍ରୀ ଜୟଶଙ୍କର ।
କୋରୋନା ସଙ୍କଟ ମଧ୍ୟରେ ପ୍ରଶ୍ନ ଏହା ଉଠିବାରେ ଲାଗିଛି ଯେ କଣ ସରକାରଙ୍କ ଏହି ସଙ୍କଟକୁ ଚିହ୍ନିବାରେ ଆଉ ଏହା ସହିତ ମୁକାବିଲା କରିବାରେ କୌଣସି ଭୁଲ ରହିଗଲା କି? ତେବେ ପ୍ରଶ୍ନରର ଉତ୍ତରରେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର କହିଛନ୍ତି, ମୁଁ ଭାବୁନାହିଁ ଯେ ସମସ୍ୟା ଚିହ୍ନିବାରେ ଆମେ କୌଣସି ଭୁଲ କରିଛୁ କିମ୍ବା ଆମେ ଏଥିପାଇଁ ପ୍ରସ୍ତୁତ ନଥିଲୁ । ଫେବୃଆରୀ 2021ରେ, ଦୈନିକ ଭାରତକରେ 10 ହଜାର ପାଖାପାଖି ମାମଲା ସାମ୍ନାକୁ ଆସିଥିଲା । ମଙ୍ଗଳବାର ଏହି ସଂଖ୍ୟା 3.8 ଲକ୍ଷରେ ପହଞ୍ଚିଛି । ଅର୍ଥାତ ନୂଆ ଲହରୀରେ ସଂକ୍ରମଣରେ 38 ଗୁଣ ବୃଦ୍ଧି ଘଟିଛି। ଏଥିରୁ ଅନୁମାନ କରାଯାଇପାରେ ଯେ ଭୂତାଣୁ କେତେ ଶୀଘ୍ର ବ୍ୟାପିଛି ।
ଯଦି ଆମେ ମାର୍ଚ୍ଚ ଶେଷର ତଥ୍ୟକୁ ଦେଖିବା, ତେବେ ପ୍ରତିଦିନ 100ରୁ ଅଧିକ ମାମଲା ଥିବା ଜିଲ୍ଲା ସଂଖ୍ୟା 75 ଥିଲା। ଏହି ସମୟରେ, ଏହି ସଂଖ୍ୟା 400କୁ ବୃଦ୍ଧି ପାଇଛି । ପଜିଟିଭ ହାରକୁ ଯଦି ଦେଖିବା ପରେ ମଧ୍ୟ ମାର୍ଚ୍ଚ ଶେଷରେ ପ୍ରାୟ 40ଟି ଜିଲ୍ଲାରେ 15 ପ୍ରତିଶତ ମାମଲା ରହିଥିଲା । ଆଜି ଏହି ସଂଖ୍ୟା 360ଟି ଜିଲ୍ଲାରେ ଅଛି । ପ୍ରଥମ ଲହରୀରେ ପିକ୍ ସେପ୍ଟେମ୍ବର ମଧ୍ୟଭାଗରେ ହୋଇଥିଲା । ସେହି ସମୟ ମଧ୍ୟରେ ବହୁତ ଜିନିଷ ଆମକୁ ଆଶ୍ଚର୍ଯ୍ୟ କଲା । ଅନେକ ଜିନିଷର ଅଭାବ ଥିଲା । ଏପରି ମହାମାରୀ ପାଇଁ କେହି ପ୍ରସ୍ତୁତ ନଥିଲେ। ଆମର ପିପିଇ କିଟ୍ ଓ ମାସ୍କର ମଧ୍ୟ ଅଭାବ ଥିଲା । ଲକଡାଉନ ଅତ୍ୟନ୍ତ ଯନ୍ତ୍ରଣାଦାୟକ ନିଷ୍ପତ୍ତି ଥିଲା, ତାହା ଭଲ ବୋଲି ପ୍ରମାଣିତ ହେବା ସହ ଏହାର ଉତ୍ତମ ଫଳାଫଳ ମିଳିଥିଲା ।
ମହାରାଷ୍ଟ୍ର, କେରଳକୁ ନେଇ ସରକାର ଅଧିକ ଚିନ୍ତିତ ଥିଲେ । ଅକ୍ଟୋବର, ନଭେମ୍ବର, ଡିସେମ୍ବରରେ ଅନେକ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କୁ ପରାମର୍ଶ ନିଆଯାଇଥିଲା । ବିଶେଷଜ୍ଞ ଟିମ ପଠାଯାଇଥିଲା । 75ଟି ଟିମ ବିଭିନ୍ନ ରାଜ୍ୟକୁ ପଠାଯାଇଥିଲା । ସରକାର 1200 ଅମ୍ଳଜାନ ପ୍ଲାଣ୍ଟକୁ ଅନୁମତି ଦେଇଥିଲେ। ସ୍ୱାସ୍ଥ୍ୟ ମଧ୍ୟ ଏକ ରାଜ୍ୟ ବିଷୟ ହୋଇଥିବାରୁ କେନ୍ଦ୍ର ଏଥିପାଇଁ ଟଙ୍କା ମଧ୍ୟ ଦେଇଛି ।
ଅର୍ଥନୀତିକୁ ପୁଣିଥରେ ଟ୍ରାକକୁ ଫେରାଇ ଆଣିବାକୁ ସମସ୍ତେ କହୁଥିଲେ । ଆର୍ଥିକ ଗତି ବୃଦ୍ଧି ପାଇଁ ଏହି ବିଶ୍ୱାସ ମଧ୍ୟ ଆବଶ୍ୟକ ଥିଲା । ଏହା କୁହାଯାଇପାରେ ଯେ କୋଭିଡ ମାମଲାଗୁଡ଼ିକର ସଂଖ୍ୟା କମିବାରେ ଲାଗିଥିବାରୁ ସମସ୍ତେ ଟିକେ କିଛିକାଂଶରେ ନିଶ୍ଚିନ୍ତି ଓ ଏବଂ ଅସାବଧାନ ହୋଇପଡିଥିଲେ। ଏହା ଦୋଷାରୋପର ଖେଳ ନୁହେଁ । କେହି କହିବେ ନାହିଁ ଯେ ଆମେ ଆମର ସୁରକ୍ଷା ବ୍ୟବସ୍ଥା ସବୁବେଳେ ପ୍ରସ୍ତୁତ ରଖିଛୁ ବୋଲି କହିଛନ୍ତି ଜୟଶଙ୍କର ।