ETV Bharat / bharat

ଅବୈଧ ନୁହେଁ ସ୍ତ୍ରୀ ସହ ଜୋରଜବରଦସ୍ତି ଶାରିରୀକ ସମ୍ପର୍କ: ମୁମ୍ବାଇ କୋର୍ଟ

author img

By

Published : Aug 13, 2021, 3:54 PM IST

ସ୍ତ୍ରୀ ସହ ଜବରଦସ୍ତି ଯୌନ ସମ୍ପର୍କ ଅବୈଧ ନୁହେଁ ବୋଲି ଏକ ଶୁଣାଣିରେ କହିଛନ୍ତି ମୁମ୍ବାଇର ସେସନ କୋର୍ଟ । ଅଧିକ ପଢନ୍ତୁ...

ଅବୈଧ ନୁହେଁ ସ୍ତ୍ରୀ ସହ ଜବରଦସ୍ତି ଯୌନ ସମ୍ପର୍କ: ମୁମ୍ବାଇ କୋର୍ଟ

ମୁମ୍ବାଇ: ସ୍ତ୍ରୀ ସହ ଜବରଦସ୍ତି ଯୌନ ସମ୍ପର୍କକୁ ନେଇ ଭିନ୍ନ ରାୟ ଦେଇଛନ୍ତି ମୁମ୍ବାଇର ସେସନ କୋର୍ଟ । ସ୍ତ୍ରୀ ସହ ଜବରଦସ୍ତି ଯୌନ ସମ୍ପର୍କ ଅବୈଧ ନୁହେଁ ବୋଲି କୋର୍ଟ କରିଛନ୍ତି ଶୁଣାଣି । ଏହାସହିତ ଅଭିଯୁକ୍ତ ସ୍ବାମୀକୁ ମିଳିଛି ଜାମିନ ।

ମୁମ୍ବାଇର ସେସନ କୋର୍ଟରେ ଏକ ଯାଚିକା ଦାଖଲ କରିଥିଲା ଅଭିଯୁକ୍ତ ସ୍ବାମୀ । ଯାଚିକାରେ ସ୍ବାମୀର କହିବାନୁଯାୟୀ, ତା'ର ସ୍ତ୍ରୀ ଯେଉଁ ଜବରଦସ୍ତି ଯୌନ ସମ୍ପର୍କର ଅଭିଯୋଗ ଆଣିଛି, ତାହା ସମ୍ପୂର୍ଣ୍ଣ ମିଥ୍ୟା । ଏହାସହ ଏହି ଯାଚିକାରେ ଜାମିନ ଆବେଦନ ମଧ୍ୟ କରିଥିଲା ସ୍ବାମୀ। ଅତିରିକ୍ତ ସେସନ ଜଜ ସଞ୍ଜୟଶ୍ରୀ ଜେ ଘରାତ ଏହି ମାମଲାରେ କହିଛନ୍ତି ଯେ ଅଭିଯୁକ୍ତ ଜଣକ ହେଉଛନ୍ତି ମହିଳାଙ୍କ ସ୍ବାମୀ, ତେଣୁ ସେ କୌଣସି ବେଆଇନ କାର୍ଯ୍ୟ କରିଛନ୍ତି ବୋଲି କୁହାଯାଇପାରିବ ନାହିଁ। ଏହା ସହିତ କୋର୍ଟ ଏହି ମାମଲାରେ ମହିଳାଙ୍କ ସ୍ବାମୀଙ୍କୁ ଜାମିନ ମଧ୍ୟ ଦେଇଛନ୍ତି।

ମହିଳାଙ୍କ ବିବାହ ଗତ ବର୍ଷ ନଭେମ୍ବର 22ରେ ହୋଇଥିଲା | ମହିଳା ଜଣକ ବିବାହ ପରଠାରୁ ତାଙ୍କ ସ୍ବାମୀ ଏବଂ ଶାଶୁ ତାଙ୍କୁ ହଇରାଣ କରୁଥିବା ଏବଂ ଯୌତୁକ ଦାବି କରୁଥିବା ଅଭିଯୋଗ କରି ପୋଲିସ ଷ୍ଟେସନରେ ଏଫଆଇଆର ଦାଖଲ କରିଥିଲେ। ଏହା ସହିତ ମହିଳା ଜଣକ ତାଙ୍କ ସ୍ବାମୀଙ୍କ ବିରୋଧରେ ଜବରଦସ୍ତି ଯୌନ ଶୋଷଣର ଅଭିଯୋଗ ମଧ୍ୟ କରିଥିଲେ। ଏହା ପରେ ଅଭିଯୁକ୍ତ ସ୍ବାମୀ ଜାମିନ ପାଇଁ କୋର୍ଟରେ କରିଥିଲେ ଆବେଦନ ।

ମହିଳାଙ୍କ କହିବାନୁଯାୟୀ, ଚଳିତ ବର୍ଷ ଜାନୁୟାରୀ 2ରେ ସ୍ବାମୀସ୍ତ୍ରୀ ଦୁହେଁ ମୁମ୍ବାଇ ନିକଟସ୍ଥ ମହାବଳେଶ୍ବର ଯାଇଥିଲୁ। ଏଠାରେ ତାଙ୍କ ସ୍ବାମୀ ଜବରଦସ୍ତି ଯୌନ ସମ୍ପର୍କ ସ୍ଥାପନ କରିଥିଲେ। ମହିଳା ଅଭିଯୋଗ କରିଛନ୍ତି ଯେ ଏହା ପରେ ସେ ଅସୁସ୍ଥ ଅନୁଭବ କରିବା କାରଣରୁ ସେ ଡାକ୍ତରଙ୍କୁ ପାଖକୁ ଯାଇଥିଲେ। ପରୀକ୍ଷା ପରେ ଡାକ୍ତର କହିଥିଲେ ଯେ ତାଙ୍କୁ ପକ୍ଷାଘାତ ହୋଇଛି।

ଅତିରିକ୍ତ ସେସନ୍ସ ଜଜ ସଞ୍ଜୟଶ୍ରୀ କହିଛନ୍ତି, ମହିଳା ପକ୍ଷାଘାତ ରୋଗରେ ପୀଡିତ ହେବା ଅତ୍ୟନ୍ତ ଦୁଃଖଦାୟକ। ତଥାପି ମହିଳାଙ୍କ ଅବସ୍ଥା ପାଇଁ ତାଙ୍କ ସ୍ବାମୀ କିମ୍ବା ପରିବାର ଦାୟୀ ରହିପାରିବେ ନାହିଁ। ମହିଳା ଜଣକ ତାଙ୍କ ସ୍ବାମୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଅଭିଯୁକ୍ତ ସ୍ବାମୀ ଏବଂ ତାଙ୍କ ପରିବାର ଏହି ମାମଲାର ତଦନ୍ତରେ ସେମାନଙ୍କର ସମ୍ପୂର୍ଣ୍ଣ ସହଯୋଗ ଦେବାକୁ ପ୍ରସ୍ତୁତ ଥିବାରୁ ହେପାଜତରେ ନେଇ ପଚରାଉଚୁରାର କୌଣସି ଆବଶ୍ୟକ ନଥିବା କୋର୍ଟ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.