ETV Bharat / bharat

Budget 2022: ଖୁବଶୀଘ୍ର ଆସିବ LIC IPO - ଖୁବଶୀଘ୍ର ଆସିବ ଏଲଆଇସି ଆଇପିଓ

୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବଜେଟ୍‌ରେ LIC IPO ନେଇ ବଡ ଘୋଷଣା କଲେ ଅର୍ଥମନ୍ତ୍ରୀ । ଖୁବଶୀଘ୍ର IPO ଆଣିବ ଭାରତୀୟ ଜୀବନ ବୀମା ନିଗମ(LIC) । ଅଧିକ ପଢନ୍ତୁ

Budget 2022: ଖୁବଶୀଘ୍ର ଆସିବ LIC IPO
Budget 2022: ଖୁବଶୀଘ୍ର ଆସିବ LIC IPO
author img

By

Published : Feb 1, 2022, 2:56 PM IST

ନୂଆଦିଲ୍ଲୀ: ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଉପସ୍ଥାପନ ହୋଇଛି ସାଧାରଣ ବଜେଟ୍ । ଏହି ବଜେଟ୍ ମହିଳା, କୃଷିକ, ଦଳିତ ଏବଂ ଯୁବବର୍ଗଙ୍କ ପାଇଁ ବେଶ୍ ଉପଯୋଗୀ ହେବ ବୋଲି କୁହାଯାଇଛି । ବଜେଟ୍‌ରେ ଏଲଆଇସି ଆଇପିଓ (IPO) ନେଇ ବଡ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ଖୁବଶୀଘ୍ର ବହୁ ପ୍ରତୀକ୍ଷିତ IPO ଆଣିବାକୁ ଯାଉଛି ଭାରତୀୟ ଜୀବନ ବୀମା ନିଗମ(LIC) । ଏଥିସହ ଏୟାର ଇଣ୍ଡିଆରେ ପୁଞ୍ଜି ପ୍ରତ୍ୟାହାର ଶେଷ ହୋଇଥିବା ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି । ଏହା ସଙ୍ଗେ ସଙ୍ଗେ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍ ପ୍ରସଙ୍ଗ ମଧ୍ୟ ଉଠିଛି । ନୀଳାଚଳ ଇସ୍ତାତ ନିଗମରେ ବିନିବେଶ ଚୂଡାନ୍ତ ହୋଇଥିବା ନେଇ କହିଛନ୍ତି ସୀତାରମଣ ।

ପ୍ରକାଶଥାଉ କି, ଆସନ୍ତା ମାର୍ଚ୍ଚରେ ଏଲଆଇସି ଆଇପିଓ(IPO) ଲଞ୍ଚ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ଏଲଆଇସି ଦେଶର ସବୁଠୁ ବଡ ଆଇପିଓ ଆଣିବ । ସରକାର ଏହା ଜରିଆରେ ୧୦ରୁ ୧୫ ପ୍ରତିଶତ ଅଂଶଧନ ବିକ୍ରି କରି ୯୦ ହଜାରରୁ ୧ ଲକ୍ଷ କୋଟି ଟଙ୍କା ସଂଗ୍ରହର ଲକ୍ଷ୍ୟ ରଖିଛନ୍ତି । ପ୍ରାପ୍ତ ସୂଚନା ଅନୁସାରେ, ଖୁବଶୀଘ୍ର ଭାରତୀୟ ପ୍ରତିଭୂତି ଏବଂ ବିନିୟମ ବୋର୍ଡ(SEBI) ନିକଟରେ ଏଲଆଇସି ଆଇପିଓ ସମ୍ବନ୍ଧୀୟ ପ୍ରସ୍ତାବ ଉପସ୍ଥାପନ କରାଯିବାର ରହିଛି । ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଆଇପିଓ ଆସିବାର ଆଶା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.