ଭୋପାଳ: ମଧ୍ୟ ପ୍ରଦେଶର ଭୋପାଳରେ ଜରୁରୀ ଅବତରଣ କଲା କଂଗ୍ରେସ ସଂସଦୀୟ କମିଟି ମୁଖ୍ୟ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀଙ୍କୁ ନେଇ ଯାଉଥିବା ବିମାନ । ଖରାପ ପାଗ ଯୋଗୁ ବିମାନଟି ଜରୁରୀ ଅବତରଣ କରିଥିବା ସ୍ଥାନୀୟ ପୋଲିସ ସ୍ପଷ୍ଟ କରିଛି । ସୋନିଆ ରାହୁଲଙ୍କ ସମେତ ଅନ୍ୟ କିଛି କଂଗ୍ରେସ ନେତା ମଧ୍ୟ ଏହି ବିମାନରେ ଯାତ୍ରା କରୁଥିଲ । ବେଙ୍ଗାଲୁରୁରେ ଆଜି ବରୋଧୀଙ୍କ ଦୁଇ ଦିନିଆ ସମାବେଶ ଶେଷ ହେବା ପରେ କଂଗ୍ରେସ ଟିମ ବେଙ୍ଗାଲୁରୁ ବିମାନ ବନ୍ଦରରୁ ଦିଲ୍ଲୀ ଅଭିମୁଖେ ଏକ ଚାର୍ଟାଡ ଫ୍ଲାଇଟରେ ଯାତ୍ରା ଆରମ୍ଭ କରିଥିଲେ ।
-
The aircraft carrying Congress leaders Sonia Gandhi and Rahul Gandhi makes an emergency landing in MP's Bhopal due to bad weather, say Bhopal police. pic.twitter.com/4XJVEl7Mq9
— ANI (@ANI) July 18, 2023 " class="align-text-top noRightClick twitterSection" data="
">The aircraft carrying Congress leaders Sonia Gandhi and Rahul Gandhi makes an emergency landing in MP's Bhopal due to bad weather, say Bhopal police. pic.twitter.com/4XJVEl7Mq9
— ANI (@ANI) July 18, 2023The aircraft carrying Congress leaders Sonia Gandhi and Rahul Gandhi makes an emergency landing in MP's Bhopal due to bad weather, say Bhopal police. pic.twitter.com/4XJVEl7Mq9
— ANI (@ANI) July 18, 2023
ହେଲେ ପ୍ରତିକୂଳ ପାଗ କାରଣରୁ ବିମାନଟିକୁ ଭୋପାଳ ବିମାନ ବନ୍ଦରରେ ଜରୁରୀ ଅବତରଣ କରିବାକୁ ପଡିଥିବା ସୂଚନା ମିଳିଛି । ସମସ୍ତେ ସୁରକ୍ଷିତ ରହିଛନ୍ତି । ତେବେ ବିମାନରେ ସୋନିଆ ଓ ରାହୁଲଙ୍କ ସହ ଅନ୍ୟ କିଏ କଂଗ୍ରେସ ନେତା ଥିଲେ ସେ ନେଇ ସ୍ପଷ୍ଟ ହୋଇନି । ତେବେ ସୋନିଆ ଓ ରାହୁଲ ଏକ ଘରୋଇ ବିମାନରେ ଦିଲ୍ଲୀ ଯିବା ନେଇ ଦଳୀୟ ସୂତ୍ରରୁ ସୂଚନା ମିଳିଛି । ଉଭୟ ରାତି ପ୍ରାୟ 9ଟା ବେଳେ ଦିଲ୍ଲୀ ଅଭିମୁଖେ ଇଣ୍ଡିଗୋ ବିମାନରେ ଯାତ୍ରା କରିବା ନେଇ ସୂଚନା ମିଳିଛି ।
ବେଙ୍ଗାଲୁରୁରେ ଗତକାଲି ଠାରୁ ଆରମ୍ଭ ହୋଇଥିବା ମିଳିତ ବିରୋଧୀଙ୍କ ଦୁଇ ଦିନିଆ ସମ୍ମିଳନୀ ପାଇଁ ଗତକାଲି ଅପରାହ୍ନରେ ଏକ ଚାଟାର୍ଡ ଫ୍ଲାଇଟରେ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ପୂର୍ବତନ ଅଧ୍ୟକ୍ଷା ତଥା ବର୍ତ୍ତମାନର ପାର୍ଟି ସଂସଦୀୟ କିମିଟି ମୁଖ୍ୟ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ବେଙ୍ଗାଲୁରୁ ବିମାନ ବନ୍ଦରରେ ଅବତରଣ କରିଥିଲେ । ଆଜି ବିରୋଧୀଙ୍କ କାର୍ଯ୍ୟକ୍ରମ ଶେଷ ହେବା ପରେ ଉକ୍ତ ବିମାନରେ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ ସୋନିଆ ଓ ରାହୁଲ । ତେବେ ଖରାପ ପାଗ କାରଣରୁ ଏହି ବିମାନକୁ ଭୋପାଲ ବିମାନ ବନ୍ଦରରେ ଜରୁରୀ ଅବତରଣ କରିବାକୁ ପଡିଛି ।
ଆଜି ବେଙ୍ଗାଲୁରୁରେ ବିରୋଧୀଙ୍କ ଦୁଇ ଦିନିଆ ମହାସମାବେଶ ଶେଷ ହୋଇଛି । ଆଜି କଂଗ୍ରେସ ନେତୃତ୍ବରେ ହେଉଥିବା ଏହି ସମାବେଶରେ ପାର୍ଟିର ପୂର୍ବତନ ମୁଖ୍ୟ ସୋନିଆ ଗାନ୍ଧୀଙ୍କୁ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା । ଦୀର୍ଘଦିନ ହେବ ରାଜନୀତିରେ ସକ୍ରିୟ ନଜର ଆସୁନଥିବା ସୋନିଆ ଗାନ୍ଧୀ 2019 ପରେ ପ୍ରଥମ ଥର ପାଇଁ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ନିର୍ବାଚନୀ ସଭାମଞ୍ଚରେ ସାମିଲ ହୋଇଥିଲେ । ପରେ ସେ ପାଟନାରେ ଆୟୋଜିତ ବିରୋଧୀଙ୍କ ପ୍ରଥମ ବୈଠକରେ ସାମିଲ ହୋଇନଥିବା ବେଳେ ଆଜି ବେଙ୍ଗାଲୁରୁ ବୈଠକରେ ସାମିଲ ହୋଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ