ETV Bharat / bharat

BJP Executive Meeting: ହାଇଦ୍ରାବାଦରେ BJP-TRS କ୍ୟାମ୍ପେନ ଓ୍ବାର

author img

By

Published : Jun 30, 2022, 1:49 PM IST

Updated : Jun 30, 2022, 2:26 PM IST

ବିଜେପି ଜାତୀୟ କାର୍ଯ୍ୟକାରିଣୀ ପୂର୍ବରୁ ହାଇଦ୍ରାବାଦ ସହର ବ୍ୟାନର ଓ ହୋଡିଂରେ ଭର୍ତ୍ତି । BJP-TRS ମଧ୍ୟରେ କ୍ୟାମ୍ପେନ ଓ୍ବାର । ବଡ ବଡ ବ୍ୟାନର ଓ ହୋଡିଂ ମାଧ୍ୟମରେ ନିଜର ପ୍ରଚାର ସହ ପରସ୍ପରକୁ ସମାଲୋଚନାରେ ଲାଗିଛନ୍ତି ଉଭୟ ଦଳ । ଅଧିକ ପଢନ୍ତୁ

BJP National Working Committee Meetings: ହାଇଦ୍ରାବାଦରେ BJP- TRS କ୍ୟାମ୍ପେନ ଓ୍ବାର

ହାଇଦ୍ରାବାଦ: ଜୁଲାଇ 2 ତାରିଖରେ ହାଇଦ୍ରାବାଦରେ ଆୟୋଜିତ ହେବାକୁ ଯାଉଛି ଭାରତୀୟ ଜନତା ପାର୍ଟିର ଜାତୀୟ କାର୍ଯ୍ୟକାରିଣୀ ବୈଠକ । ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦି, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ଅନେକ ବରିଷ୍ଠ ନେତା ମଧ୍ୟ ଅଂଶଗ୍ରହଣ କରିବେ । ତେବେ କାର୍ଯ୍ୟକ୍ରମ ପୂର୍ବରୁ ସହରରେ ବିଜେପି ଓ ତେଲେଙ୍ଗାନାରେ ଶାସନରେ ଥିବା ଟିଆରଏସ ମଧ୍ୟରେ ପୋଷ୍ଟର ଓ ବ୍ୟାନର ଯୁଦ୍ଧ ଆରମ୍ଭ ହୋଇଗଲାଣି । ଉଭୟ ଦଳ ସହରର ପ୍ରମୁଖ ସ୍ଥାନ ସମେତ ବିଭିନ୍ନ ସ୍ଥାନରେ ବ୍ୟାନର ଓ ହୋଡିଂ ମାଧ୍ୟମରେ ନିଜ ନିଜର ପ୍ରଚାର କରିବା ସହ ପରସ୍ପରକୁ ସମାଲୋଚନା କରିବାରେ ଲାଗିଛନ୍ତି ।

BJP National Working Committee Meetings: ହାଇଦ୍ରାବାଦରେ BJP-TRS କ୍ୟାମ୍ପେନ ଓ୍ବାର

ଜାତୀୟ କାର୍ଯ୍ୟକାରିଣୀ ପାଇଁ ଭାରତୀୟ ଜନତା ପାର୍ଟି ବିଶାଳ ଆୟୋଜନ କରିଛି । ସହରର ପ୍ରାୟ ସମସ୍ତ ସ୍ଥାନରେ ଦଳୀୟ ବ୍ୟାନର, ହୋଡିଂ ଓ ଦଳୀୟ ଚିହ୍ନ ଲଗାଯିବା ନେଇ କାର୍ଯ୍ୟ ଜାରି ରହିଛି । ସେହିପରି ଭାରତୀୟ ଜନତା ପାର୍ଟିକୁ କାଉଣ୍ଟର କରିବା ପାଇଁ ଶାସକ ଟିଆରଏସ ମଧ୍ୟ କେସିଆର ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ସମ୍ପର୍କିତ ବ୍ୟାନର ଲଗାଇ ପ୍ରଚାର କାର୍ଯ୍ୟ ଜାରି ରଖିଛି । କିଛି ସ୍ଥାନରେ ମୁଖ୍ୟମନ୍ତ୍ରୀ କେସିଆରଙ୍କ ବିଶାଳ ଫଟୋ ମଧ୍ୟ ଲାଗିଥିବା ଦେଖିବାକୁ ମିଳିଛି ।

ସହରର ବ୍ୟସ୍ତବହୁଳ ବେଗମପେଟ, ସିକନ୍ଦରାବାଦ ପରେଡ ଗ୍ରାଉଣ୍ଡ ପରି ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ବ୍ୟାନର ଓ ହୋଡିିଂ ଭର୍ତ୍ତି ହୋଇଛି । ପରେ ରାଜନୀତି ମଧ୍ୟ ଜୋର ଧରିବାରେ ଲାଗିଛି । ଶାସକ ଟିଆରଏସ ଏପରି କରି ସହରର ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ବିଜେପି ହୋଡିଂ ନଲଗାଇ ପାରିବା ନେଇ ଉଦ୍ଦେଶ୍ୟମୂଳକ ଭାବେ ଷଡଯନ୍ତ୍ର କରିଥିବା ଅଭିଯୋଗ ମଧ୍ୟ କରିଛି । କିଛି ସ୍ଥାନରେ ହାଇଦ୍ରାବାଦ ମହାନଗର ନିଗମ ପକ୍ଷରୁ ନିଷେଧାଞ୍ଚଳରେ ବ୍ୟାନର ଓ ହୋଡିଂ ଲଗାଇବା ଅଭିଯୋଗରେ କାର୍ଯ୍ୟାନୁଷ୍ଠନ ମଧ୍ୟ ଗ୍ରହଣ କରାଯାଇ ଫାଇନ ମଧ୍ୟ ସଂଗ୍ରହ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 30, 2022, 2:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.