ପାଟଣା: ବର୍ବରତାର ସୀମା ଲଙ୍ଘିଛି ବିହାର ରାଜ୍ୟର ନାଳନ୍ଦା ଜିଲ୍ଲା । ଗୁଳିକାଣ୍ଡ ଘଟି ୫ ମୃତ । ଏଭଳି ଘଟଣା ଦେଖିବାକୁ ମିଳିଛି ନାଳନ୍ଦା ଜିଲ୍ଲାର ଲୋଡିପୁର ଗ୍ରାମରେ ।
ଜମିବାଡି ବିବାଦକୁ କେନ୍ଦ୍ର କରି ନାଳନ୍ଦା ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ବଡ଼ ଧରଣର ହତ୍ୟାକାଣ୍ଡ । ଏନେଇ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରଚୁର ଗୁଳି ବିନିମୟ ଫଳରେ ୫ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି ।
ଘଟଣାସ୍ଥଳରେ ଛାବିଲାପୁର ପୋଲିସ ପହଞ୍ଚି ଏହି ଗୁଳିକାଣ୍ଡ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ