ଅମରାବତୀ: ଆନ୍ଧ୍ରର ପ୍ରକାଶମ୍ (Prakasam district) ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ସିମେଣ୍ଟ ବୋଝେଇ ଟ୍ରକକୁ ପଛପଟୁ ଧକ୍କା ଦେଲା କାର । ଘଟଣାସ୍ଥଳରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଟ୍ରକ୍ ଚାଳକ ଆହତ ହୋଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ, ପ୍ରକାଶମ ଜିଲ୍ଲାର ଅମରାବତୀ-ଅନନ୍ତପୁରମ ଜାତୀୟ ରାଜପଥ(Amaravati-Ananthapuram National Highway) କାମ୍ଭାମ ନିକଟସ୍ଥ ବାସବୀ ପଲିଟେକନିକ୍ କଲେଜ୍ ନିକଟରେ ଏକ ସିମେଣ୍ଟ ବୋଝେଇ ଟ୍ରକକୁ ଦୃତ ଗତିରେ ଆସୁଥିବା ଏକ କାର୍ ପଛପଟୁ ଧକ୍କା ଦେଇଥିଲା ।
ଫଳରେ କାର୍ ଭିତରେ ଥିବା ସମସ୍ତ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା । ପୋଲିସ ଖବର ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଗୁଡିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତକମାନେ ହେଲେ ଅନିମି ରେଡ୍ଡୀ (60), ଗୁରୁଭାମା (60), ଅନନ୍ତମ୍ମା (55), ଆଦିଲକ୍ଷ୍ମୀ (58) ଓ ନାଗିରେଡି (24) । ସମସ୍ତ ମୃତକ ଘର ପାଲାଣ୍ତୁ ଜିଲ୍ଲାରେ ହୋଇଥିବା ସୂଚନା ମିଳିଛି । ଏମାନେ ସମସ୍ତ ତିରୁପତି ଦର୍ଶନ ପାଇଁ ଯାଉଥିଲେ ବୋଲି ଜଣାପଡିଛି । ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।