ETV Bharat / bharat

ବିମାନବନ୍ଦରରୁ ଫେରୁଥିଲେ ଧକ୍କା ଦେଲା ଟ୍ରକ, ଗୋଟିଏ ପରିବାରର 5 ମୃତ

author img

By

Published : Oct 4, 2021, 1:54 PM IST

ଦିଲ୍ଲୀ-ମେରଟ ଏକ୍ସପ୍ରେସୱେରେ ଭୟଙ୍କର ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ଗୋଟିଏ ପରିବାରର 5 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ କିଛି ଲୋକ ଗୁରୁତର ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...

ଦିଲ୍ଲୀ-ମେରଠ ଏକ୍ସପ୍ରେସୱେରେ ଭୟଙ୍କର ସଡ଼କ ଦୁର୍ଘଟଣା, ଗୋଟିଏ ପରିବାରର 5 ମୃତ

ଲକ୍ଷ୍ନୌ: ଦିଲ୍ଲୀ-ମେରଟ ଏକ୍ସପ୍ରେସୱେରେ ଭୟଙ୍କର ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଗୋଟିଏ ପରିବାରର 5 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ କିଛି ଲୋକ ଗୁରୁତର ଆହତ ହୋଇଛନ୍ତି । ତେବେ ଦିଲ୍ଲୀ-ମେରଟ ଏକ୍ସପ୍ରେସୱେରେ ଓଭର ସ୍ପିଡ୍ ଟ୍ରାକିଂ ମିଟର ଲଗାଯାଇଥିଲେ ବି ଏଠାରେ ସବୁବେଳେ ସଡ଼କ ଦୁର୍ଘଟଣା ଘଟୁଛି ।

ସୂଚନାମୁତାବକ, ସୋମବାର ଗୋଟିଏ ପରିବାରର ସଦସ୍ୟମାନେ ଦିଲ୍ଲୀ ବିମାନବନ୍ଦରରୁ କାରରେ ଘରକୁ ଫେରୁଥିବାବେଳେ ଏକ୍ସପ୍ରେସୱେ ପରତାପୁର ଟୋଲ ନିକଟରେ ପାର୍କିଂ ହୋଇଥିବା ଟ୍ରକ ସହିତ କାରଟି ଧକ୍କା ହୋଇଥିଲା । ଯେଉଁଥିରେ 5ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ଯରେ 4 ଜଣ ମହିଳା ରହିଛନ୍ତି । କିନ୍ତୁ କାରରେ ଥିବା ଏକ ସାତ ମାସର ଶିଶୁ ବଞ୍ଚିଯାଇଥିବା ଜଣାପଡ଼ିଛି । ତେବେ କାର ଚାଳକ ଆଖି ଲାଗିଯିବାରୁ ଏଭଳି ଦୁର୍ଘଟଣା ଘଟିଥିବା ସୂତ୍ରରୁ ପ୍ରକାଶ ପାଇଛି ।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ ସମସ୍ତଙ୍କର ମୃତ୍ୟୁ ହୋଇଥିବା ବେଳେ ଏକ ସାତ ମାସର ଶିଶୁ ସେଥିରୁ ବର୍ତ୍ତି ଯାଇଛି । ଦୁର୍ଘଟଣା ପରେ ପୋଲିସ ଟ୍ରକକୁ ଜବତ କରିଛି ଏବଂ କାରରେ ଥିବା ସାତ ମାସର ଶିଶୁକୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.