ETV Bharat / bharat

ଆତଙ୍କୀଙ୍କ ଟାର୍ଗେଟରେ କାଶ୍ମୀର ସାମ୍ବାଦିକ, ଧମକ ପରେ 5 ଜଣଙ୍କ ଇସ୍ତଫା

ଆତଙ୍କବାଦୀଙ୍କ ଧମକ ପରେ ଇସ୍ତଫା ଦେଲେ ୫ କାଶ୍ମୀର ସାମ୍ବାଦିକ । ସୁରକ୍ଷା ଏଜେନ୍ସିର ଇନଫର୍ମର ସନ୍ଦେହରେ ଏହି ଧମକ ମିଳିଛି । ଅଧିକ ପଢନ୍ତୁ

ଆତଙ୍କବାଦୀଙ୍କ ଧମକ ପରେ ୫ କାଶ୍ମୀର ସାମ୍ବାଦିକଙ୍କ ଇସ୍ତଫା

author img

By

Published : Nov 18, 2022, 1:06 PM IST

ଶ୍ରୀନଗର: କାଶ୍ମୀରରେ ସାମ୍ବାଦିକଙ୍କୁ ଆତଙ୍କବାଦୀଙ୍କ ହତ୍ୟା ଧମକ । ସୁରକ୍ଷା ଏଜେନ୍ସି ପାଇଁ କାମ କରୁଥିବା ଅଭିଯୋଗରେ ସାମ୍ବାଦିକମାନଙ୍କୁ ଧମକ ମିଳିଛି । ଯାହାଫଳରେ ଭୟଭୀତ ହୋଇ ୫ ଜଣ କାଶ୍ମୀର ସାମ୍ବାଦିକ ଇସ୍ତଫା ଦେଇଛନ୍ତି(Kashmir Journalists Resign After Terrorist Threat) । ଏହାସହିତ ସୋସିଆଲ ମିଡିଆ ଆକାଉଣ୍ଟରେ ନିଜର ଇସ୍ତଫା ପତ୍ର ମଧ୍ୟ ପୋଷ୍ଟ କରିଛନ୍ତି । ଏହି ସାମ୍ବାଦିକମାନେ ସ୍ଥାନୀୟ ଖବରକାଗଜରେ କାମ କରୁଥିଲେ । ସେମାନଙ୍କ ମଧ୍ୟରେ ଦୁଇ ଜଣ ଏଡିଟର ଥିବା ସୂଚନା ମିଳିଛି ।

ସୁରକ୍ଷା ଏଜେନ୍ସି ପାଇଁ ଇନଫର୍ମର ଭାବେ କାମ କରୁଥିବା ସନ୍ଦେହରେ ଆତଙ୍କବାଦୀ କିଛି ଦିନ ତଳେ ଡର୍ଜନରୁ ଅଧିକ ସାମ୍ବାଦିକଙ୍କ ଏକ ତାଲିକା ଜାରି କରିଥିଲେ । ଏହି ତାଲିକାରେ ସମ୍ପୃକ୍ତ ୫ ଜଣଙ୍କ ନାମ ରହିଥିଲା । ପୂର୍ବରୁ ଆତଙ୍କୀଙ୍କ ଗୁଳିରେ ଅନେକ ସାମ୍ବାଦିକଙ୍କ ମୃତ୍ୟୁ ଘଟିଥିବାରୁ ଧମକରେ ଭୟଭୀତ ହୋଇ ସ୍ଥାନୀୟ ଖବରକାଗଜର ୫ ଜଣ ସାମ୍ବାଦିକ ଇସ୍ତଫା ଦେଇଛନ୍ତି । ପୋଲିସ(Jammu and Kashmir Police)ର କହିବା ଅନୁଯାୟୀ, ଏହି ଧମକ ପଛରେ ଲସ୍କର-ଏ-ତୋଏବା ସଂଗଠନର ଆତଙ୍କବାଦୀ ଏବଂ The Resistance Front(TRF)ର ହାତ ରହିଛି । ଏନେଇ ଏକ ମାମଲା ରୁଜୁ କରାଯାଇ ୧୦ରୁ ଅଧିକ ସନ୍ଦିଗ୍ଧଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି ।

ଏହାମଧ୍ୟ ପଢନ୍ତୁ: ନ୍ୟାସନାଲ କନଫରେନ୍ସ ସଭାପତି ପଦରୁ ଫାରୁକ ଅବଦୁଲ୍ଲାଙ୍କ ଇସ୍ତଫା

ପ୍ରକାଶଥାଉ କି, ୨୦୧୮ ଜୁନ ୧୪ରେ କାଶ୍ମୀର ସାମ୍ବାଦିକ ସୁଜାତ ବୁଖାରୀଙ୍କୁ ତାଙ୍କର ଶ୍ରୀନଗର ସ୍ଥିତ କାର୍ଯ୍ୟାଳୟ ନିକଟରେ ହତ୍ୟା କରାଯାଇଥିଲା । ଚାରି ବର୍ଷ ପରେ ତାଙ୍କ ଦ୍ବାରା ସ୍ଥାପିତ ଖବରକାଗଜର କର୍ମଚାରୀଙ୍କୁ ଧମକ ଦିଆଯାଇଛି । ଆତଙ୍କବାଦୀମାନେ ପାଖାପାଖି ୨୧ ଜଣ ସାମ୍ବାଦିକଙ୍କ ତାଲିକା ଜାରି କରିଛନ୍ତି । ବ୍ଲାକଲିଷ୍ଟ ହୋଇଥିବା 'kashmirfight.com' ଏବଂ ଟେଲିଗ୍ରାମ, ୱାର୍ଟ୍ସଆପ ଭଳି ମେସେଜିଂ ପ୍ଲାଟଫର୍ମରେ ଏହି ଧମକପୂର୍ଣ୍ଣ ବାର୍ତ୍ତା ପ୍ରକାଶିତ ହୋଇଛି । ଯାହାକି ପାକିସ୍ତାନରୁ ସଂଚାଳିତ ହେଉଥିବା ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.