ETV Bharat / bharat

SC gets 5 new judges: ଶପଥ ନେଲେ 5 ନୂଆ ବିଚାରପତି - ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ

ସୁପ୍ରିମ କୋର୍ଟର ନୂଆ 5 ବିଚାରପତିଙ୍କୁ ଶପଥ ପାଠ କରାଇଲେ ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ । ଅଧିକ ପଢନ୍ତୁ

five judges take oath in the supreme court

author img

By

Published : Feb 6, 2023, 12:47 PM IST

Updated : Feb 6, 2023, 1:00 PM IST

ନୂଆଦିଲ୍ଲୀ: ଶପଥ ଗ୍ରହଣ କଲେ ସୁପ୍ରିମକୋର୍ଟର ନୂଆ 5 ବିଚାରପତି । ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ ନୂଆ ବିଚାରପତିଙ୍କୁ ଶପଥ ପାଠ କରାଇଛନ୍ତି । ଗତ ଶନିବାର ଦିନ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ସୁପ୍ରିମକୋର୍ଟରେ 5 ନୂଆ ବିଚାରପତିଙ୍କୁ ନିଯୁକ୍ତି ଦେଇଥିଲେ । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା । ନୂଆ ବିଚାରପତିଙ୍କୁ ମିଶାଇ ସୁପ୍ରିମକୋର୍ଟରେ ମୋଟ ବିଚାରପତିଙ୍କ ସଂଖ୍ୟା ୩୨ରେ ପହଞ୍ଚିଛି । ଏବେ ମଧ୍ୟ ଆଉ ୨ଟି ବିଚାରପତି ପଦବୀ ଖାଲି ରହିଛି ।

ଆଜି ଶପଥ ଗ୍ରହଣ କରିଥିବା ସୁପ୍ରିମକୋର୍ଟର ନୂଆ ବିଚାରପତି ହେଉଛନ୍ତି ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ପଙ୍କଜ ମିତ୍ତଲ, ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୟ କରୋଲ, ମଣିପୁର ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ପିଭି ସଞ୍ଜୟ କୁମାର, ପାଟନା ହାଇକୋର୍ଟର ବିଚାରପତି ଜଷ୍ଟିସ ଅହସାନୁଦ୍ଦିନ ଅମାନୁଲ୍ଲା, ଆହ୍ଲାବାଦ ହାଇକୋର୍ଟ ବିଚାରପତି ଜଷ୍ଟିସ ମନୋଜ ମିଶ୍ରା ।

ଆଜି ନୂଆ କୋର୍ଟ ବିଲ୍ଡିଂର ଅଡିଟୋରିୟମରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପାଞ୍ଚ ନୂଆ ବିଚାରପତିଙ୍କ ସବୁଠାରୁ ବରିଷ୍ଠ ହେଉଛନ୍ତି ଜଷ୍ଟିସ ପଙ୍କଜ ମିତ୍ତଲ । ଗତବର୍ଷ ଅଗଷ୍ଟ 14 ତାରିଖରୁ ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟରତ ଥିଲେ ଜଷ୍ଟିସ ପଙ୍କଜ ମିତ୍ତଲ । 17 ଜୁନ୍ 1961ରେ ସେ ଜନ୍ମଗ୍ରହଣ କରିଥିଲେ । 1982ରେ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରେ ବାଣିଜ୍ୟରେ ସ୍ନାତକ ହାସଲ କରିଥିଲେ । ଏହାପରେ 1985ରେ ମେରଟ୍ କଲେଜରେ ଏଲଏଲବି ପାସ କରିଥିଲେ । ସେହି ବର୍ଷ ଉତ୍ତରପ୍ରଦେଶର ବାର୍ କାଉନସିଲରେ ଆଡଭୋକେଟ୍ ଭାବରେ ଅଭ୍ୟାସ ଆରମ୍ଭ କରିଥିଲେ। । ସେ ପୂର୍ବରୁ ଜମ୍ମୁ କାଶ୍ମୀର ଓ ଲଦାଖ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରିଛନ୍ତି ।

ଜଷ୍ଟିସ ସଞ୍ଜୟ କରୋଲ ପାଟନା ହାଇକୋର୍ଟରେ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟରତ ଥିଲେ । ଏହା ପୂର୍ବରୁ ତ୍ରିପୁରା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରିଛନ୍ତି । ଏହାର ପ୍ୟାରେଣ୍ଟ କୋର୍ଟ ହେଉଛି ହିମାଚଳପ୍ରଦେଶ ହାଇକୋର୍ଟ । ଜଷ୍ଟିସ ପିଭି ସଞ୍ଜୟ କୁମାର ମଣିପୁର ହାଇକୋର୍ଟରେ ମୁଖ୍ୟ ବିଚାରପତି ଭାବେ ଦାୟିତ୍ବ ତୁଲାଇଛନ୍ତି । ପୂର୍ବରୁ ପଞ୍ଜାବ ଓ ହରିୟାଣା ହାଇକୋର୍ଟରେ ବିଚାରପତି ଭାବେ କାର୍ଯ୍ୟ କରିଛନ୍ତି । ସେ ପ୍ରଥମ କରି ତେଲେଙ୍ଗାନା ହାଇକୋର୍ଟରେ କାର୍ଯ୍ୟ ଆରମ୍ଭ କରିଥିଲେ ।

ସେହିପରି ଜଷ୍ଟିସ ଅହସୁଦ୍ଦିନ ଅମନୁହ୍ଲା ପାଟନା ହାଇକୋର୍ଟରେ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରିଥିବା ବେଳେପୂର୍ବରୁ ଆନ୍ଧ୍ରପ୍ରଦେଶ ହାଇକୋର୍ଟରେ ମଧ୍ୟ କାର୍ଯ୍ୟ କରିଛନ୍ତି । ତାଙ୍କ ପ୍ୟାରେଣ୍ଟ ହାଇକୋର୍ଟ ହେଉଛି ପାଟନା ହାଇକୋର୍ଟ । ସେହିପରି ଜଷ୍ଟିସ ମନୋଜ ମିଶ୍ରା ଆହ୍ଲାବାଦ ହାଇକୋର୍ଟରେ ବିଚାରପତି ଭାବେ କାର୍ଯ୍ୟ କରିଛନ୍ତି । ସେ ଗତ 2011 ନଭେମ୍ବର 21 ତାରିଖରେ ଅତିରିକ୍ତ ବିଚାରପତିରୁ ବିଚାରପତି ଭାବେ ପଦୋନ୍ନତି ହୋଇଥିଲା ।

Last Updated : Feb 6, 2023, 1:00 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.