ETV Bharat / bharat

Birbhum Voilence: ବୀରଭୂମ ହିଂସା ମାମଲାରେ ୫ ଗିରଫ - ବୀରଭୂମ ହିଂସା ମାମଲାରେ ୫ ଗିରଫ

ପଶ୍ଚିମବଙ୍ଗ ବୀରଭୂମ ହିଂସା ମାମଲାରେ ୫ ଗିରଫ । ଶନିବାର ସୁଦ୍ଧା ୨୧ ଜଣଙ୍କ ନାଁରେ ଏତଲା ଦାୟର କରିଛି ସିବିଆଇ । ଅଧିକ ପଢନ୍ତୁ

Birbhum Voilence: ବୀରଭୂମି ହିଂସା ମାମଲାରେ ୫ ଗିରଫ

author img

By

Published : Mar 27, 2022, 10:16 AM IST

କୋଲକାତା: ପଶ୍ଚିମବଙ୍ଗ ବୀରଭୂମି ହିଂସା(Birbhum Voilence) ଘଟଣାର ଏବେ ତଦନ୍ତ କରୁଛି ସିବିଆଇ । ଏହି ମାମଲାରେ ୫ ଜଣଙ୍କୁ ଗିରଫ କରାଯାଇଛି । ଶନିବାର ପୋଲିସ ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି । ଅନ୍ୟପଟେ ସିବିଆଇ ତଦନ୍ତ ଆରମ୍ଭ କରିବା ପରଠୁ ଶନିବାର ସୁଦ୍ଧା ୨୧ ଜଣଙ୍କ ନାଁରେ ଏତଲା ଦାୟର କରିଛି ଏବଂ ଆଇପିସିର ବିଭିନ୍ନ ଧାରାରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି । କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମାମଲାର ତଦନ୍ତ ଦାୟିତ୍ବ ଏସଆଇଟି ଠାରୁ ସିବିଆଇକୁ ହସ୍ତାନ୍ତର କରାଯାଇଛି ।

ଏହି ପରିପ୍ରେକ୍ଷୀରେ ସିବିଆଇର ଏକ ୩୦ ଜଣିଆ ଟିମ୍ ବୀରଭୂମର ରାମପୁରହାଟରେ ପହଞ୍ଚି ତଦନ୍ତ କରିଛନ୍ତି । ସିବିଆଇ ଟିମ୍ ସହ କେନ୍ଦ୍ରୀୟ ଫରେନସିକ ସାଇନ୍ସ ଲାବେରୋଟୋରୀ ମଧ୍ୟ ଯାଞ୍ଚରେ ସାମିଲ ହୋଇଛନ୍ତି । ପ୍ରଥମ ଦିନରେ ତଦନ୍ତରେ ଟିମ୍ ଘଟଣାସ୍ଥଳରେ ସ୍ଥିତି ଅନୁଧ୍ୟାନ କରିବା ସହ ଏସଆଇଟି ଠାରୁ ମାମଲା ସମ୍ପର୍କିତ ବିଭିନ୍ନ ଡକ୍ୟୁମେଣ୍ଟ ସଂଗ୍ରହ କରିଛି । ଗତ ୨୨ ତାରିଖ ରାତିରେ ବୀରଭୂମରେ ରାଜନୈତିକ ହିଂସାକୁ ନେଇ ନରସଂହାର ଘଟିଥିଲା । କିଛି ଦୁର୍ବୃତ୍ତ ଜଣେ ଟିଏମସି ନେତାଙ୍କ ହତ୍ୟାର ପ୍ରତିଶୋଧ ନେବାକୁ ଯାଇ ୫ରୁ ଅଧିକ ଘରେ ନିଆଁ ଲଗାଇ ଦେଇଥିଲେ । ଯେଉଁଥିରେ ୮ ଜୀଅନ୍ତା ଜଳି ଯାଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.