ETV Bharat / bharat

ଗଣେଶ ପୂଜାରେ ଅଘଟଣ , ପୋଖରୀରେ ବୁଡି ୪ ନାବାଳିକା ମୃତ - ଗଣେଶ ପୂଜାରେ ଅଘଟଣ

ଝାଡଖଣ୍ଡ ଗିରିଡିହର ପେଠିୟାଟାଣ୍ଡ ନିକଟ ସୋନା ମହତୋ ପୋଖରୀରେ ପୋଖରୀରେ ବୁଡି ୪ ନାବାଳିକା ମୃତ । ଅଧିକ ପଢନ୍ତୁ

ପୋଖରୀରେ ବୁଡି ୪ ନାବାଳିକା ମୃତ
ପୋଖରୀରେ ବୁଡି ୪ ନାବାଳିକା ମୃତ
author img

By ETV Bharat Odisha Team

Published : Sep 19, 2023, 12:09 PM IST

ରାଞ୍ଚି: ଝାଡ଼ଖଣ୍ଡ ଗିରିଡିହରେ ଅଘଟଣ । ପୋଖରୀରେ ବୁଡି ୪ ନାବାଳିକା ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି ଝାଡ଼ଖଣ୍ଡ ଗିରିଡିହର ପେଠିୟାଟାଣ୍ଡ ନିକଟ ସୋନା ମହତୋ ପୋଖରୀରେ । କରମା ପୂଜା ପାଇଁ ପୋଖରୀରେ ଗାଧୋଇବା ବେଳେ ଘଟିଛି ଅଘଟଣ ।

ସୂଚନା ମୁତାବକ, ଆଜି(ମଙ୍ଗଳବାର) କରମା ପୂଜା ପାଇଁ ବାଲି ଆଣିବାକୁ ଓ ସ୍ନାନ କରିବାକୁ ସୋନା ମହତୋ ପୋଖରୀକୁ ଯାଇଥିଲେ ୫ଜଣ ନାବାଳିକା । ସେଠାରେ ଗାଧୋଇବା ସମୟରେ ହଠାତ ଗଭୀର ପାଣିରେ ବୁଡ଼ି ଯାଇଥିଲେ । ଘଟଣାସ୍ଥଳରେ ଗ୍ରାମବାସୀ ୫ ଜଣ ନାବାଳିକାଙ୍କୁ ପୋଖରୀକୁ ଯାଇ ଖୋଜିବା ଆରମ୍ଭ କରିଥିଲେ । ଘଟଣାରେ 3 ଜଣ ନାବାଳିକାଙ୍କୁ କିଛି ସମୟ ମଧ୍ୟରେ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ 2 ଜଣଙ୍କୁ ବହୁ ଖୋଜାଖୋଜି ପରେ ଉଦ୍ଧାର କରାଯାଇଥିଲା ।

ଉଦ୍ଧାର ହୋଇଥିବା ସମସ୍ତ ନାବାଳିକାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ବର୍ତ୍ତମାନ ଚିକିତ୍ସିତ ହେଉଥିବା ସୂଚନା ମିଳିଛି । ଅନ୍ୟପଟେ ପାଚମ୍ବା ଥାନା ଦାୟିତ୍ବରେ ଥିବା ମୁକେଶ ଦିନଲ ସିଂ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ପାଣିରେ ବୁଡ଼ି ନାବାଳିକାଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଥିଲେ । ସେପଟେ ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ଏହା ମଧ୍ୟ ପଢନ୍ତୁ- ପୋଖରୀରେ ବୁଡି ଚାଲିଗଲା ବର୍ଷକ ଶିଶୁର ଜୀବନ

ପ୍ରକାଶ ଥାଉକି, ଗତ ମାସରେ ମାଲକାନଗିରି ଜିଲ୍ଲା ସଦର ବ୍ଲକ ଚମ୍ପାଖାରି ଗାଁରେ ପୋଖରୀରେ ବୁଡ଼ି ବର୍ଷକ ପୁଅର ମୃତ୍ୟୁ ହୋଇଥିଲା । ଚମ୍ପାଖାରି ଗାଁର ହେମନ୍ତ ଖିଲଙ୍କ ସ୍ତ୍ରୀ ନିଜ ଘର ନିକଟରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଘରକୁ ଫେରିବା ପରେ ଦେଢ଼ ବର୍ଷର ପୁଅ ଶୁଭମକୁ ଘରେ ଦେଖି ନଥିଲେ । ବହୁ ଖୋଜାଖୋଜି କରିବା ପରେ ତାର କିଛି ଖବର ପାଇନଥିଲେ । ପରେ ପରେ ପରିବାର ଲୋକ ଆଖପାଖ ଅଞ୍ଚଳରେ ଶୁଭମକୁ ଖୋଜିଥିଲେ । ହେଲେ ଶୁଭମକୁ ନପାଇ ନିକଟରେ ଥିବା ପୋଖରୀ ଆଡ଼େ ଖୋଜିବାକୁ ଯାଇଥିଲେ ପରିବାର ଲୋକେ । ସେଠାରେ ପୋଖରି ପାଣି ଭିତରେ କୁନି ପୁଅ ଭାସୁଥିବା ଦେଖିଥିଲା ପରିବାର । ତୁରନ୍ତ ଶୁଭମକୁ ନିକଟସ୍ଥ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ ପରିବାର ଲୋକେ । ହେଲେ ସେଠାରେ ଡାକ୍ତର ଶୁଭମକୁ ମୃତ ଘୋଷଣା କରିଥିବା କରିଥିଲେ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.