ETV Bharat / bharat

କୋରୋନା କାୟା, ଗୋଟିଏ ଜୁଇରେ ଜଳିଲା 5 ମୃତଦେହ - ସୁରତ କୋରୋନା ମୃତ୍ୟୁ

ଭୟାନକ ହେଉଛି କୋରୋନା ଦ୍ବିତୀୟ ଲହର । ବହୁ ସଂଖ୍ୟକ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଯୋଗୁଁ ଗୋଟିଏ ଜୁଇରେ ଜଳିଲା ପାଞ୍ଚ ଜଣଙ୍କ ଚିତା । ଅଧିକ ପଢନ୍ତୁ...

କୋରୋନା କାୟା, ଗୋଟିଏ ଜୁଇରେ ଜଳିଲେ 5 ମୃତକ
କୋରୋନା କାୟା, ଗୋଟିଏ ଜୁଇରେ ଜଳିଲେ 5 ମୃତକ
author img

By

Published : Apr 16, 2021, 8:34 PM IST

Updated : Apr 17, 2021, 3:42 PM IST

ଗାନ୍ଧୀନଗର: ଦେଶରେ ପୁଣି ହାହାକାର ପକାଇଛି କୋରୋନା । ବଢୁଥିବା ସଂକ୍ରମଣ ଯୋଗୁଁ କେଉଁଠି ଶଯ୍ୟା ଅଭାବ ତ ଆଉ କେଉଁଠି ଅକ୍ସିଜେନ ଓ ଭେଣ୍ଟିଲେଟରର । ଦେଶରେ ଟୀକାକରଣ ଜାରି ରହିଥିବା ସତ୍ତ୍ବେ ହଜାର ହଜାର ସଂକ୍ରମଣ ମାମଲା ସହିତ ବଢି ଚାଲିଛି ମୃତ୍ୟୁ ସଂଖ୍ୟା । ଇତିମଧ୍ୟରେ କୋରୋନାର ଅନେକ ଲୋମଟାଙ୍କୁରା ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଲାଣି । ସେହିପରି ଗୁଜୁରାଟ ସୁରତରୁ ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି । ଯେଉଁଥିରେ ଗୋଟିଏ ଜୁଇରେ ପାଞ୍ଚ ଜଣ କୋରୋନା ମୃତକଙ୍କ ଚିତା ଜଳିଛି । ଏହି ଦୃଶ୍ୟ କୋରୋନା ତାଣ୍ଡବ ଲୀଳାର ଭୟାବହତାକୁ ସ୍ପଷ୍ଟ ବୟାନ କରୁଛି ।

ସୂଚନାଯୋଗ୍ୟ, ସମ୍ପୃକ୍ତ ପାଞ୍ଚ ଜଣ କୋରୋନା ମୃତକଙ୍କ ଅନ୍ତିମ ସଂସ୍କାର ପାଇଁ କାଠରେ ଗୋଟିଏ ବଡ ଜୁଇ ତିଆରି କରାଯାଇଥିଲା । ଯେଉଁଥିରେ ସେମାନଙ୍କୁ ଏକାଠି ଦାହ କରାଯାଇଛି । ଦାହ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ଏଭଳି ଗୋଟିଏ ଜୁଇରେ ସମସ୍ତଙ୍କ ଅନ୍ତିମ ସତ୍କାର କରାଯାଇଥିବା ଜଣାପଡିଛି । କାରଣ ଏତେ ମାତ୍ରାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ଘଟୁଛି ଯେ ମୃତଦେହ ଦାହ କରିବାକୁ ଏଭଳି ପନ୍ଥା ଆପଣାଇବାକୁ ଲୋକେ ବାଧ୍ୟ ହେଉଛନ୍ତି । ସେପଟେ ଗୁଜୁରାଟର ପ୍ରମୁଖ ଚାରି ସହରରେ ଦୈନିକ 25 ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟୁଛି । ସେହିପରି ଗୁଜୁରାଟର ଭଦୋଦରାଠାରେ ଥିବା ସବୁଠୁ ବଡ ହସ୍ପିଟାଲ ଏସଏସଜି ହସ୍ପିଟାଲରେ ଗତ 9 ଦିନ ମଧ୍ୟରେ 180 ଜଣ ସଂକ୍ରମିତ ଆଖି ବୁଜିଲେଣି । ଭଦୋଦରାରର ଜିଏମଇଆରଏସ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ଏବଂ ଗୋତ୍ରି ଭଳି ଅନ୍ୟାନ୍ୟ ବଡ ବଡ ହସ୍ପିଟାଲ ଗୁଡିକରେ ମଧ୍ୟ ଠିକ ସମାନ ସ୍ଥିତି । ତେବେ ସରକାରୀ ତଥ୍ୟ ମୁତାବକ ଗତ ବର୍ଷ ମହାମାରୀ ଆରମ୍ଭରୁ ଭଦୋଦରା ଜିଲ୍ଲାରେ ମୃତ୍ୟୁ ସଂଖ୍ୟା 300 ଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 17, 2021, 3:42 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.