ETV Bharat / bharat

ମହାରାଷ୍ଟ୍ରକୁ ଅକ୍ସିଜେନ ନେଇ ଗଲା ପ୍ରଥମ 'ଅକ୍ସିଜେନ ଏକ୍ସପ୍ରେସ'

author img

By

Published : Apr 20, 2021, 2:27 PM IST

ମହାରାଷ୍ଟ୍ରକୁ ଅକ୍ସିଜେନ ନେଇ ବାହାରିଛି ଦେଶର ପ୍ରଥମ ଅକ୍ସିଜେନ ଏକ୍ସପ୍ରେସ । ଅଧିକ ପଢନ୍ତୁ...

ମହାରାଷ୍ଟ୍ରକୁ ଅକ୍ସିଜେନ ନେଇ ଗଲା ପ୍ରଥମ 'ଅକ୍ସିଜେନ ଏକ୍ସପ୍ରେସ'
ମହାରାଷ୍ଟ୍ରକୁ ଅକ୍ସିଜେନ ନେଇ ଗଲା ପ୍ରଥମ 'ଅକ୍ସିଜେନ ଏକ୍ସପ୍ରେସ'

ମୁମ୍ବାଇ: ଦେଶରେ କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ମେଡିକାଲରେ ଅକ୍ସିଜେନର ଆବଶ୍ୟକ ପଡୁଛି । ଏଥିଲାଗି ଦେଶର ବିଭିନ୍ନ ହସ୍ପିଟାଲକୁ ଅକ୍ସିଜେନ ପହଞ୍ଚାଇବା ପାଇଁ ରେଳ ସେବାର ବ୍ୟବହାର କରାଯାଇଛି । ତେବେ ସୋମବାର ସନ୍ଧ୍ୟାରେ କେନ୍ଦ୍ର ରେଲୱେର କଲାମ୍ବୋଲିରୁ ମହାରାଷ୍ଟ୍ରକୁ ଅକ୍ସିଜେନ ଏକ୍ସପ୍ରେସ ମାଧ୍ୟମରେ ମେଡିକାଲ ଅକ୍ସିଜେନ ଯୋଗାଯାଇଛି ।

ଆନ୍ଧ୍ରପ୍ରଦେଶର ବିଶାଖାପାଟନମର ଷ୍ଟିଲ ପ୍ଲାଣ୍ଟରୁ ସୋମବାର ରାତି ପ୍ରାୟ 8ଟା 30 ମିନିଟରେ 7ଟି ଖାଲି ଟ୍ୟାଙ୍କରରେ ପଠାଯାଇଛି । ଏହି ଟ୍ରେନ ବସାଇ ରୋଡ, ଜଲଗାଓଁ, ନାଗପୁର, ରାୟପୁର ଓ ବିଶାଖାପାଟନମ ଷ୍ଟିଲ ପ୍ଲାଣ୍ଟ ଦେଇ Ecor ଜୋନରେ ପହଞ୍ଚିବ । ଏହିଠାରେ ଟାଙ୍କରରେ ମେଡିକାଲ ଅକ୍ସିଜେନ ଭର୍ତ୍ତି କରାଯାଇ ପଠାଯିବାର ଯୋଜନା ରହିଥିଲା । ଏହି ଅକ୍ସିଜେନ ଏକ୍ସପ୍ରେସ ଶୀଘ୍ର ହସ୍ପିଟାଲରେ ପହଞ୍ଚାଇବା ପାଇଁ ଏକ ଗ୍ରୀନ କରିଡରର ପ୍ରସ୍ତୁତ କରାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ କହିଛନ୍ତି ।

ଦେଶରେ କୋରୋନା ଆକ୍ରାନ୍ତଙ୍କୁ ଉତ୍ତମ ଚିକିତ୍ସା ଯୋଗାଇବା ପାଇଁ କେନ୍ଦ୍ର ସରକାର ଅକ୍ସିଜେନର ଅଭାବକୁ ଦୂର କରିବା ପାଇଁ ଏହି ସେବା ଆରମ୍ଭ କରିଛନ୍ତି । ସୋମବାର ଠାରୁ ଏହି ସେବା ଆରମ୍ଭ ହୋଇସାରିଥିବା ବେଳେ ଏହାକୁ ସୁଚାରୁରୂପେ କରିବା ପାଇଁ ଗ୍ରୀନ କରିଡରର ବ୍ୟବସ୍ଥା କରାଯାଇଛି । ଫଳରେ ଦ୍ରୁତଗତିରେ ଟ୍ରେନ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିବ ବୋଲି ଗୋଏଲ କହିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.