ETV Bharat / bharat

ଶ୍ରୀନଗରରୁ ରାତ୍ରକାଳୀନ ବିମାନସେବା ଆରମ୍ଭ

author img

By

Published : Mar 20, 2021, 7:38 AM IST

ଶୁକ୍ରବାର ଶ୍ରୀନଗର ବିମାନବନ୍ଦରରୁ ଦିଲ୍ଲୀ ଅଭିମୁଖେ ଆରମ୍ଭ ହୋଇଛି ରାତ୍ରକାଳୀନ ବିମାନ । ଏନେଇ ଜମ୍ମୁକାଶ୍ମୀର ସରକାରର ସୂଚନା ଓ ପ୍ରସାରଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ...

first night flight started from srinagar airport
ଶ୍ରୀନଗରରୁ ଆରମ୍ଭ ହେଲା ରାତ୍ରକାଳୀନ ବିମାନସେବା

ଶ୍ରୀନଗର: ଜମ୍ମୁକାଶ୍ମୀରରୁ ଆରମ୍ଭ ହେଲା ରାତ୍ରକାଳୀନ ବିମାନ ସେବା । ଶୁକ୍ରବାର ଶ୍ରୀନଗର ବିମାନବନ୍ଦରରୁ ଦିଲ୍ଲୀ ଅଭିମୁଖେ ଆରମ୍ଭ ହୋଇଛି ରାତ୍ରକାଳୀନ ବିମାନ । ଏନେଇ ଜମ୍ମୁକାଶ୍ମୀର ସରକାରର ସୂଚନା ଓ ପ୍ରସାରଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଶୁକ୍ରବାର ରାତ୍ର 7.15 ମିନିଟରେ ଶ୍ରୀନଗର ବିମାନବନ୍ଦରରୁ ପ୍ରଥମ ରାତ୍ରକାଳୀନ ବିମାନ ଭାବେ ଗୋ ଏୟାର ବିମାନ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛି । ଏହି ଅବସରରେ ଜମ୍ମୁକାଶ୍ମୀର ସରକାରର ଶିଳ୍ପ ବାଣିଜ୍ୟ ବିଭାଗର ମୁଖ୍ୟ ସଚିବ ରଞ୍ଜନ ପ୍ରକାଶ ଠାକୁର ଉପସ୍ଥିତ ରହି ବିମାନ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହା କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁକାଶ୍ମୀର ପାଇଁ ଏକ ନୂତନ ଅଧ୍ୟାୟ ଏବଂ ଯୋଗାଯୋଗ କ୍ଷେତ୍ରରେ ଉନ୍ନତ ହେବ । କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁକଶ୍ମୀରରେ ଏହି ବିମାନସେବା ବେଶ ଗୁରୁତ୍ବପୂର୍ଣ୍ଣ ରହିବ । ରାଜ୍ୟରେ ପର୍ଯ୍ୟଟକ ଶିଳ୍ପରେ ଏହା ବେଶ ସହାୟକ ହେବ ।

ସୂଚନାଥାଉକି ଜମ୍ମୁକାଶ୍ମୀର ଦେଶର ପର୍ଯ୍ୟଟନ କ୍ଷେତ୍ରରେ ବେଶ ଗୁରୁତ୍ବପୂର୍ଣ୍ଣ ରହିଛି । ସରକାର ମଧ୍ୟ ଏହାର ଯୋଗାଯଗ ସହ ଅର୍ଥନୈତିକ କ୍ଷେତ୍ରରେ ଉନ୍ନତି ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି । ଶ୍ରୀନଗରରୁ ରାତ୍ରକାଳୀନ ବିମାନସେବା ରାଜ୍ୟରେ ପର୍ଯ୍ୟଟକଙ୍କ ସଂଖ୍ୟ ବୃଦ୍ଧି ପାଇବାରେ ସହାୟକ ହେବ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.