ETV Bharat / bharat

ପ୍ରଥମ ଥର ବିମାନରେ ଘରକୁ ଫେରିବେ ପ୍ରବାସୀ ଶ୍ରମିକ

author img

By

Published : May 28, 2020, 9:37 AM IST

Updated : Oct 17, 2022, 5:10 PM IST

ଆପଣ ନିଶ୍ଚିତ ଭାବରେ ଶ୍ରମିକମାନଙ୍କୁ ପାଦରେ, ଟ୍ରକରେ, ବସ କିମ୍ବା ଟ୍ରେନ୍ ଯୋଗେ ଘରକୁ ଫେରୁଥିବାର ଦେଖିଥିବେ, କିନ୍ତୁ ପ୍ରଥମ ଥର ପାଇଁ ଶ୍ରମିକମାନେ ବିମାନରେ ଘରକୁ ଫେରିଛନ୍ତି ।

first flight carrying migrants
ପ୍ରଥମ ଥର ବିମାନରେ ଘରକୁ ଫେରିବେ ପ୍ରବାସୀ ଶ୍ରମିକ

ରାଞ୍ଚି: ଆପଣ ନିଶ୍ଚିତ ଭାବରେ ଶ୍ରମିକମାନଙ୍କୁ ପାଦରେ, ଟ୍ରକରେ, ବସ କିମ୍ବା ଟ୍ରେନ୍ ଯୋଗେ ଘରକୁ ଫେରୁଥିବାର ଦେଖିଥିବେ, କିନ୍ତୁ ପ୍ରଥମ ଥର ପାଇଁ ଶ୍ରମିକମାନେ ବିମାନରେ ଘରକୁ ଫେରିଛନ୍ତି । ମୁମ୍ବାଇରେ ଶ୍ରମିକମାନଙ୍କ ପାଇଁ ଏକ ବିମାନ ରାଞ୍ଚି ଅଭିମୁଖେ ଯାତ୍ରା କରିଛି। ଏନଜିଓ ସହାୟତାରେ 177 ଶ୍ରମିକଙ୍କୁ ବିମାନବନ୍ଦରକୁ ପହଞ୍ଚାଇଦିଆଗଲା । ଯେତେବେଳେ ଏହି ବିମାନ ରାଞ୍ଚିରେ ଅବତରଣ କରିବ ସେତେବେଳେ ଶ୍ରମ ମନ୍ତ୍ରୀ ନିଜେ ବିମାନବନ୍ଦରରେ ଉପସ୍ଥିତ ରହିବେ।

177 ପ୍ରବାସୀ ଶ୍ରମିକଙ୍କ ବିମାନ ଯାତ୍ରା ତଦାରଖ ବାଙ୍ଗାଲୋର ଆଇନ ବିଦ୍ୟାଳୟ ଆଲୁମିନି ଆସୋସିଏସନର ପ୍ରିୟଙ୍କା ରମଣ କରିଛନ୍ତି । ଏହି ଆଇନ ବିଦ୍ୟାଳୟର ଆଲୁମିନି ଆସୋସିଏସନ କିଛି ଏନଜିଓ ସହିତ ମିଶି କେବଳ ମୁମ୍ବାଇର ବିଭିନ୍ନ ପ୍ରାନ୍ତରୁ ଆସିଥିବା ପ୍ରବାସୀମାନଙ୍କୁ ଏକାଠି କରିନଥିଲେ ବରଂ ସେମାନଙ୍କ ବିମାନ ଟିକେଟ ପାଇଁ ମଧ୍ୟ ବ୍ୟବସ୍ଥା କରିଥିଲେ। ପ୍ରବାସୀଙ୍କ ପାଇଁ ଟିକେଟ୍, ବିମାନବନ୍ଦର ଫି ଓ ପରିବହନ ଶୁଳ୍କ ଏସବୁ ପାଇଁ ପାଣ୍ଠି ଯୋଗାଡ କରିଥିଲା ସଙ୍ଘ ।

ଅନ୍ୟପକ୍ଷେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କହିଛନ୍ତି ଯେ ଝାଡଖଣ୍ଡର ଶ୍ରମିକମାନେ ବିମାନରେ ନିଜ ରାଜ୍ୟକୁ ଫେରୁଛନ୍ତି ଏହା ଖୁସିର ବିଷୟ। ଆଣ୍ଡାମାନରେ ଫସି ରହିଥିବା ପ୍ରବାସୀଙ୍କୁ ଆଣିବା ପାଇଁ ଖୁବ୍ ଶୀଘ୍ର ଆଉ 2ଟି ବିମାନ ରାଞ୍ଚିରେ ଅବତରଣ କରିବ । ଏ ସମସ୍ତ ବିମାନ ଭଡା ରାଜ୍ୟ ସରକାର ବହନ କରୁଛନ୍ତି ବୋଲି କହିଛନ୍ତି ସୋରେନ ।

Last Updated : Oct 17, 2022, 5:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.