ETV Bharat / bharat

First batch of Agniveer Training: ସାରା ଦେଶରେ ଆରମ୍ଭ ହେଲା ଟ୍ରେନିଂ, 7ମାସ ଚାଲିବ ପ୍ରଶିକ୍ଷଣ

ଭାରତୀୟ ସେନା(Indian Army) ର ସୂଚନା ଅନୁସାରେ ଅଗ୍ନିପଥ ଯୋଜନା ଅନ୍ତର୍ଗତ ପ୍ରଥମ ବ୍ୟାଚ ଅଗ୍ନିବୀରଙ୍କ ନିଯୁକ୍ତି ପ୍ରକ୍ରିୟା ପ୍ରାୟ ଶେଷ ହୋଇଛି । ମନୋନୀତି ହୋଇଥିବା ଯବାନ ଗତ 25 ଡିସେମ୍ବରରୁ 31 ଡିସେମ୍ବର (2022) ମଧ୍ୟରେ ସେନାର ବିଭିନ୍ନ ରେଜିମେଣ୍ଟ ସେଣ୍ଟରରେ ରିପୋର୍ଟିଂ କରିଛନ୍ତି । ଅଗ୍ନିବୀରର ପ୍ରଥମ ବ୍ୟାଚରେ ମହିଳା ଯବାନଙ୍କ ମଧ୍ୟ ସାମିଲ କରାଯାଇଛି । ଅଧିକ ପଢନ୍ତୁ

author img

By

Published : Jan 10, 2023, 7:47 PM IST

Etv Bharat
Etv Bharat

ହାଇଦ୍ରାବାଦ: Agniveer Training ସାରା ଦେଶରେ ଆରମ୍ଭ ହେଲା ଅଗ୍ନିବୀରଙ୍କ ତାଲିମ । ଦେଶର ବିଭିନ୍ନ ପ୍ରାନ୍ତରେ ଆଜି ଠାରୁ ତାଲିମ ଆରମ୍ଭ ହୋଇଛି । ଅଗ୍ନିବୀରର ପ୍ରଥମ ବ୍ୟାଚ ଟ୍ରେନିଂ ହାଇଦ୍ରାବାଦ ସ୍ଥିତ Artillery centre ରେ ଆରମ୍ଭ ହୋଇଛି (first batch of Agniveers started their training in Hyderabad) । ଅଗ୍ନିବୀରଙ୍କ ଟ୍ରେନିଂ 7 ମାସରୁ ଅଧିକ ସମୟ ଚାଲିବ । ଟ୍ରେନିଂ ଶେଷ ହେବା ପରେ 3 ସେନାର ବିଭିନ୍ନ ସେକ୍ଟରରେ ପୋଷ୍ଟିଂ ଦିଆଯିବ ।

ଭାରତୀୟ ସେନା(Indian Army) ର ସୂଚନା ଅନୁସାରେ ଅଗ୍ନିପଥ ଯୋଜନା ଅନ୍ତର୍ଗତ ପ୍ରଥମ ବ୍ୟାଚ ଅଗ୍ନିବୀରଙ୍କ ନିଯୁକ୍ତି ପ୍ରକ୍ରିୟା ପ୍ରାୟ ଶେଷ ହୋଇଛି । ମନୋନୀତି ହୋଇଥିବା ଯବାନ ଗତ 25 ଡିସେମ୍ବରରୁ 31 ଡିସେମ୍ବର (2022) ମଧ୍ୟରେ ସେନାର ବିଭିନ୍ନ ରେଜିମେଣ୍ଟ ସେଣ୍ଟରରେ ରିପୋର୍ଟିଂ କରିଛନ୍ତି । ଅଗ୍ନିବୀରର ପ୍ରଥମ ବ୍ୟାଚରେ ମହିଳା ଯବାନଙ୍କ ମଧ୍ୟ ସାମିଲ କରାଯାଇଛି ।

ସେନାର ସୂଚନା ଅନୁସାରେ ଅଗ୍ନିବୀରଙ୍କ ତାଲିମ ଅହମଦନଗର ମହାରାଷ୍ଟ୍ର, ତୋପଖାନା ଟ୍ରେନିଂ ସେଣ୍ଟର ନାସିକ ମହାରାଷ୍ଟ୍ର, ଆର୍ଟିଲରୀ ଟ୍ରେନିଂ ସେଣ୍ଟର ହାଇଦ୍ରାବାଦ ତେଲେଙ୍ଗାନା, ଜକରୀଫ ଟ୍ରେନିଂ ସେଣ୍ଟର ଜବଲପୁର ମଧ୍ୟ ପ୍ରଦେଶ, ବେଙ୍ଗାଲୁର କର୍ଣ୍ଣାଟକ, ପଞ୍ଜାବ ରେଜିମେଣ୍ଟ ସେଣ୍ଟର ରାମଗଡ ଝାରଖଣ୍ଡ, ନାଗପୁର ମହାରାଷ୍ଟ୍ରରେ ଟ୍ରେନିଂ ଆରମ୍ଭ ହେଉଛି ।

ଅଗ୍ନିପଥ ଯୋଜନା କେବଳ ସେନାରେ ଯବାନଙ୍କ ଭର୍ତ୍ତି ପାଇଁ ଉଦ୍ଦିଷ୍ଟ । ଏହି ଯୋଜନା ମାଧ୍ୟମରେ ସେନା ଅଧିକାରୀ ନିଯୁକ୍ତି ହୋଇପାରିବ ନାହିଁ । ଏହି ଯୋଜନାରେ ସେନାରେ ସାମିଲ ହୋଇଥିବା ଯବାନଙ୍କୁ ଅଗ୍ନିବୀର ସମ୍ବୋଧନ କରାଯିବ । ସମସ୍ତ ଅଗ୍ନିବୀର 4 ବର୍ଷ ପାଇଁ ସେନାରେ ଭର୍ତ୍ତି ହେବେ । 4 ବର୍ଷର ସେବା ପରେ ଯବାନଙ୍କ ଦକ୍ଷତା ଓ ଦାୟିତ୍ବ ସମୀକ୍ଷା ହେବ । ସମୀକ୍ଷା ପରେ ମୋଟ ଅଗ୍ନିବୀର ରୁ 25 ପ୍ରତିଶତ ଅଗ୍ନିବୀର ଯବାନଙ୍କ ରେଗୁଲାର ସେନାରେ କାମ କରିବେ । ଅଗ୍ନିବୀରରୁ ଯାଇଥିବା ଯବାନ ମଧ୍ୟ ରେଗୁଲାର ସେବା ପରେ ସେନାର ବିଭିନ୍ନ ପଦପଦବୀ ସୁବିଧା ସୁଯୋଗ ପାଇବେ । ଅବଶିଷ୍ଟ 75 ପ୍ରତିଶତ ଅଗ୍ନିବୀର ଅବସର ଗ୍ରହଣ କରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.