ETV Bharat / bharat

UP: ମହରମ ଶୋଭାଯାତ୍ରାରେ ଦୁଇ ମୁସଲିମ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ଗୁଳି ଓ ପଥରମାଡରେ ଏକାଧିକ ଆହତ

author img

By

Published : Jul 29, 2023, 10:58 PM IST

ଉତ୍ତର ପ୍ରଦେଶ ରାମପୁର ଓ ବାରାଣାସୀରେ ମହମର ଶୋଭାଯାତ୍ରା ବେଳେ ଦୁଇ ଇସଲାମ ସମ୍ପ୍ରଦାୟ ଶିହା-ସୁନ୍ନି ମଧ୍ୟରେ ସଂଘର୍ଷ । ଗୁଳି ଓ ପଥରମାଡରେ ଏକାଧିକ ହସ୍ପିଟାଲରେ ଭର୍ତ୍ତି । ଅଧିକ ପଢନ୍ତୁ

UP: ମହରମ ଶୋଭାଯାତ୍ରାରେ ଗୁଳିମାଡ, ଏକାଧିକ ଆହତ
UP: ମହରମ ଶୋଭାଯାତ୍ରାରେ ଗୁଳିମାଡ, ଏକାଧିକ ଆହତ
UP: ମହରମ ଶୋଭାଯାତ୍ରାରେ ଦୁଇ ମୁସଲିମ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ଗୁଳି ଓ ପଥରମାଡରେ ଏକାଧିକ ଆହତ

ଲକ୍ଷ୍ନୌ: ମହରମ ଶୋଭାଯାତ୍ରାରେ ଫୁଟିଲା ଗୁଳି, ଚାଲିଲା ପଥରମାଡ । କି’ଏ କୁଆଡେ ଧାଇଁଲେ । ଗୁଳିମାଡ ଓ ଦଳାଚକଟାରେ 5 ଜଣ ଆହତ ହେଲେ । ଉତ୍ତର ପ୍ରଦେଶ ରାମପୁର ଜିଲ୍ଲାରେ ଆଜି ଏପରି ଘଟଣା ଦେଖିବାକୁ ମିଳିଛି । ଆଜି (ଶନିବାର) ସନ୍ଧ୍ୟାରେ ଜିଲ୍ଲାର ସିଭିଲ୍ ଲାଇନ୍ସ ଅଞ୍ଚଳରେ ଏହି ମହରାମ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ଏହି ସମୟରେ କିଛି ଦୁର୍ବୃତ୍ତ ଶୋଭାଯାତ୍ରା ଉପରକୁ ଅତର୍କିତ ଗୁଳି ଚଳାଇଥିଲେ । ଏହି କାରଣରୁ ଏହି ଶୋଭାଯାତ୍ରାରେ ସାମିଲ ଥିବା ଗାଁ ମୁଖିଆଙ୍କ ଭାଇ ଏବଂ ସମ୍ପର୍କୀୟଙ୍କ ସମେତ ପାଞ୍ଚ ଜଣ ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି । ତିନି ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଉଥିବା ବେଳେ ଅବଶିଷ୍ଟ 2 ଗୁରୁତରଙ୍କୁ ଅନ୍ୟତ୍ର ହସ୍ତାନ୍ତର କରାଯାଇଛି । ତେବେ ସୂଚନା ଅନୁସାରେ, ଆକ୍ରମଣ କରିଥିବା ଗୋଷ୍ଠୀ ମଧ୍ୟ ସ୍ଥାନୀୟ ଅଞ୍ଚଳର ଓ ସମାନ ଧର୍ମର ଅନ୍ୟ ଏକ ଗୋଷ୍ଠୀ ।

ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତା ଶତ୍ରୁତାରୁ ଏହି ଆକ୍ରମଣ ହୋଇଛି ବୋଲି କୁହାଯାଉଛି । ସତର୍କତାମୂଳକ ପଦକ୍ଷେପ ଭାବେ ଗାଁରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସେହିପରି ରାମପୁର ବ୍ୟତୀତ ବାରାଣାସୀରେ ମଧ୍ୟ ଇସଲାମର ଦୁଇ ଉପସମ୍ପ୍ରଦାୟ ଶିହା ଓ ସୁନ୍ନି ମଧ୍ୟରେ ସଂଘର୍ଷ ହୋଇଛି । ଉଭୟ ପକ୍ଷ ପରସ୍ପର ଉପରକୁ ପଥରମାଡ କରିଛନ୍ତି । ଏଥିରେ ଉଭୟ ପକ୍ଷର ଏକାଧିକ ଆହତ ହୋଇଛନ୍ତି । ସ୍ଥାନୀୟ ଅଞ୍ଚଳରେ ଶୋଭାଯାତ୍ରା ବନ୍ଦ ରଖଯିବା ସହ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ:-ମହରମରେ ଅଘଟଣ: ତାଜିଆ ଶୋଭାଯାତ୍ରା ବେଳେ କରେଣ୍ଟ ଲାଗି ୪ ମୃତ

ଅନ୍ୟପଟରେ ଆଜି ମହରମରେ ଝାଡଖଣ୍ଡରେ ଏକ ବଡ ଅଘଟଣ ଘଟିଛି । ବୋକାରୋ ଜିଲ୍ଲାର ପେଟୱାର ଥାନା ଅନ୍ତର୍ଗତ ଖେତକୋ ଅଞ୍ଚଳରେ ମହରମ ଶୋଭାଯାତ୍ରା ବେଳେ ବିଦ୍ୟତ ତାର ସଂସ୍ପର୍ଷରେ ଆସି ୪ ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ ୬ ଜଣ ଗୁରୁତର ଆହତ ହୋଇଛନ୍ତି । ଆଜି (ଶନିବାର) ସକାଳେ ବୋକାରୋ ଅଞ୍ଚଳରେ ମହରମ ପାଳନ ବେଳେ ଏହି ଅଘଟଣ ଘଟିଛି । ଶିହା ସମ୍ପ୍ରଦାୟ ପକ୍ଷରୁ ସକାଳ ପାଖାପାଖି ୬ଟା ବେଳେ ତାଜିଆ ଶୋଭାଯାତ୍ରା ବାହାରି ଥିଲା । ଦୁର୍ଭାଗ୍ୟବଶତଃ ତାଜିଆ ୧୧ ହଜାର ଭୋଲ୍ଟର ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ ତାର ପ୍ରାୟ ୧୦ ଜଣ ଲୋକେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ମୃତ୍ୟୁ ହୋଇଯାଇଛି । ଅନ୍ୟମାନେ ଗୁରୁତରମାନେ ଚିକିତ୍ସାଧୀନ ଅଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.