ETV Bharat / bharat

ଉଜ୍ଜୈନର ଏକ ହସ୍ପିଟାଲରେ ଲାଗିଲା ନିଆଁ, ସମସ୍ତ ରୋଗୀ ସୁରକ୍ଷିତ ସ୍ଥାନାନ୍ତରିତ

author img

By

Published : Apr 4, 2021, 4:17 PM IST

ମଧ୍ୟ ପ୍ରଦେଶର ଉଜ୍ଜୈନ ସହରରେ ଏକ ହସ୍ପିଟାଲରେ ନିଆଁ । ନିଆଁକୁ ଆୟତ କଲେ ଅଗ୍ନିଶମ ବାହିନୀ । ଅଧିକ ପଢନ୍ତୁ..

ଉଜ୍ଜୈନର ଏକ ହସ୍ପିଟାଲରେ ଲାଗିଲା ନିଆଁ , ସମସ୍ତ ରୋଗୀ ସୁରକ୍ଷିତ ସ୍ଥାନାନ୍ତରିତ

ଭୋପାଲ: ମଧ୍ୟପ୍ରଦେଶର ଉଜ୍ଜୈନ ସହରରେ ଏକ ହସ୍ପିଟାଲରେ ନିଆଁ ଲାଗିଥିବା ସୂଚନା ରହିଛି । ହସ୍ପିଟାଲର ଆଇସିୟୁ ୟୁନିଟରେ ନିଆଁ ଲାଗିଛି । ତେବେ ଏଥିରେ କେହି ମୃତାହତ ହୋଇନାହାଁନ୍ତି । ନିଆଁ ଲାଗିବା ଖବର ପାଇବା ପରେ ସ୍ଥାନୀୟ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବାରେ ସଫଳ ହୋଇଛି ।

ନିଆଁ ଲାଗିବା ସମୟରେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯିବା ସହ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଛି । ନିଆଁ ସମ୍ପୂର୍ଣ୍ଣ ଆୟତକୁ ଆସିସାରିଥିବାବେଳେ ନିଆଁ ଲାଗିବାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ । ସଟସର୍କିଟ ଯୋଗୁ ଏହା ହୋଇଥାଇପାରେ ବୋଲି ପ୍ରାଥମିକ ଭାବେ ଅନୁମାନ କରାଯାଉଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.