ପାଟନା: ରେଳ ଷ୍ଟେସନରେ ଭୟାବହ ଅଗ୍ନିକାଣ୍ଡ । ଖାଲି ଟ୍ରେନରେ ଲାଗିଲା ନିଆଁ । ବିହାରର ମଧୁବନୀ ରେଳ ଷ୍ଟେସନରେ ଏହି ଭୟଙ୍କର ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି । ଏନେଇ ପୂର୍ବ କେନ୍ଦ୍ରୀୟ ରେଳବାଇର ସିପିଆରଓ ପକ୍ଷରୁ ସୂଚନା ଦିଆଯାଇଛି ।
-
#WATCH | Fire breaks out in an empty train at Madhubani railway station in Bihar pic.twitter.com/Rps2N8gwKk
— ANI (@ANI) February 19, 2022 " class="align-text-top noRightClick twitterSection" data="
">#WATCH | Fire breaks out in an empty train at Madhubani railway station in Bihar pic.twitter.com/Rps2N8gwKk
— ANI (@ANI) February 19, 2022#WATCH | Fire breaks out in an empty train at Madhubani railway station in Bihar pic.twitter.com/Rps2N8gwKk
— ANI (@ANI) February 19, 2022
ରେଳବାଇର ସୂଚନାନୁଯାୟୀ, ଆଜି ସକାଳ ସମୟରେ ରେଳ ଷ୍ଟେସନରେ ସ୍ବତନ୍ତ୍ରତା ସେନାନି ଏକ୍ସପ୍ରେସ ଛିଡା ହୋଇଥିବା ୯ଟା ୧୩ରେ ଅଗ୍ନିକାଣ୍ଡ ଘଟିଥିଲା । ଟ୍ରେନରେ କୌଣସି ଯାତ୍ରୀ ମଧ୍ୟନଥିଲେ, କେହିବି ଏହି ଘଟଣାରେ ଆହତ କିମ୍ବା ମୃତାହତ ହୋଇନଥିବା ରେଳବାଇ ପକ୍ଷରୁ କୁହାଯାଇଛି ।
ପ୍ରଥମେ ୩ଟି ଡବାରେ ନିଆଁ ଲାଗିବା ପରେ ଗୋଟିଏପରେ ଗୋଟିଏ ଡବାକୁ ବ୍ୟାପି ଯାଇଥିଲା । ତେବେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଲା ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି । ଏହି ଘଟଣାକୁ ନେଇ ଉଚ୍ଚସ୍ତରୀୟ ତଦନ୍ତ ହେବା ନେଇ ସୂଚନା ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ