ETV Bharat / bharat

ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ, ୧୦୦ରୁ ଅଧିକ ରୋଗୀ ସ୍ଥାନାନ୍ତର - ଅହମ୍ମଦାବାଦ ହସ୍ପିଟାଲରେ ଅଗ୍ନିକାଣ୍ଡ

ଅହମ୍ମଦାବାଦର ଏକ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ । ସ୍ଥାନାନ୍ତର ହେଲେ ୧୦୦ରୁ ଅଧିକ ରୋଗୀ । ଅଧିକ ପଢନ୍ତୁ

ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ
ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ
author img

By

Published : Jul 30, 2023, 1:29 PM IST

ଗାନ୍ଧୀନଗର: ଗୁଜୁରାଟ ଅହମ୍ମଦାବାଦର ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଆଜି(ରବିବାର) ସକାଳେ ଅହମ୍ମଦାବାଦ ସାହିବାଗ ଅଞ୍ଚଳ ସ୍ଥିତ ୧୦ ମହଲା ବିଶିଷ୍ଟ ରାଜସ୍ଥାନ ହସ୍ପିଟାଲରେ ଏହି ନିଆଁ ଲାଗିଛି । ହସ୍ପିଟାଲରେ ବେସମେଣ୍ଟରୁ ପ୍ରବଳ ଧୂଆଁ ବାହାରୁଛି । ଏହାପରେ ୧୦୦ରୁ ଊର୍ଦ୍ଧ୍ବ ରୋଗୀଙ୍କୁ ହସ୍ପିଟାଲ ବିଲ୍ଡିଂରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛି । ତେବେ ଏ ଯାଏଁ କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିନି ।

ସୂଚନା ମୁତାବକ, ଆଜି ଭୋର ପ୍ରାୟ ସାଢେ ୪ଟା ବେଳେ ରାଜସ୍ଥାନ ହସ୍ପିଟାଲର ବେସମେଣ୍ଟରେ ନିଆଁ ଲାଗି ଯାଇଥିଲା । ସୁରକ୍ଷା ଦୃଷ୍ଟିରୁ ସଙ୍ଗେ ସଙ୍ଗେ ଉପର ମହଲା ଗୁଡିକରୁ ୧୦୦ରୁ ଅଧିକ ରୋଗୀଙ୍କୁ ସ୍ଥାନାନ୍ତର କରାଯାଇଥିଲା । ନିଆଁ ଲାଗିବା ପରେ ସମସ୍ତଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା । ଚାରିଆଡେ ଧୂଆଁ ଭର୍ତ୍ତି ହୋଇଯାଇଥିଲା । ତେବେ ଏଥିରେ କେହି ମୃତାହତ ହୋଇଥିବାର ସୂଚନା ନାହିଁ । ନିଆଁ ଲାଗିବା ମାତ୍ରେ ରୋଗୀଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଉଥିବାରୁ କାହାର କିଛି କ୍ଷତି ହୋଇନି ।

ଏହାମଧ୍ୟ ପଢନ୍ତୁ: କୁଲଗାମରେ ଯବାନ ନିଖୋଜ, କାର୍ ଭିତରେ ପଡିଛି ରକ୍ତ ଛିଟା

ଏହାମଧ୍ୟ ପଢନ୍ତୁ: Cracker Godown Explosion: ବାଣ ଗୋଦାମରେ ବିସ୍ଫୋରଣ ଘଟି 8 ମୃତ, 20 ଆହତ

ମିଳିଥିବା ସୂଚନା ଅନୁସାରେ, ଏହି ହସ୍ପିଟାଲର ବେସମେଣ୍ଟରେ ନବୀକରଣ କାର୍ଯ୍ୟ ଚାଲୁଥିଲା । ଆଜି ଭୋରରେ ବେସମେଣ୍ଟରେ ନିଆଁ ଲାଗିଯାଇଥିଲା । କିଛି ସମୟ ପରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ନିଆଁ ଲାଗିବା ଦେଖି ଅଗ୍ନିଶମ ବାହିନୀକୁ ଫୋନ କରିଥିଲେ । ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ । ମେଡିକାଲର ତଳ ମହଲାରୁ ପ୍ରବଳ ଧୂଆଁ ବାହାରିଥିଲା । ତେବେ ଏ ଯାଏଁ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନଥିବା ବେଳେ ଏନେଇ ଛାନଭିନ୍ କରାଯାଉଛି । ଏହି ରାଜସ୍ଥାନ ହସ୍ପିଟାଲ ଏକ ଚାରିଟେବୁଲ ଟ୍ରଷ୍ଟ ଦ୍ବାରା ପରିଚାଳିତ ହେଉଥିବା ଜଣାପଡିଛି ।

ପ୍ରକାଶ ଥାଉକି, ଶନିବାର ତାମିଲନାଡୁର ଏକ ବାଣ ଗୋଦାମରେ ବିସ୍ଫୋରଣ ହୋଇ ୮ ଜଣଙ୍କର ମୃତ୍ୟୁ ହୋଇଥିଲା । ଏଥିରେ ୨୦ ଜଣ ଆହତ ହୋଇଥିଲେ । କୃଷ୍ଣଗିରି ଜିଲ୍ଲାର ପାଲାୟାପେଟ୍ଟାଇ ଅଞ୍ଚଳରେ ଏହି ଅଘଟଣ ଘଟିଥିଲା । ପ୍ରଥମେ ୬ ଜଣଙ୍କ ମୃତ୍ୟୁ ନେଇ ଖବର ଆସିଥିବା ବେଳେ ପରେ ମୃତ୍ୟୁସଂଖ୍ୟା ୮କୁ ବୃଦ୍ଧି ପାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.