ETV Bharat / bharat

ବୃଦ୍ଧାଶ୍ରମରେ ଅଗ୍ନିକାଣ୍ଡ, ସୂର୍ଯ୍ୟୋଦୟ ପୂର୍ବରୁ ଆଖିବୁଜିଲେ ୨ ବରିଷ୍ଠ ନାଗରିକ

ନବବର୍ଷରେ ରାଜଧାନୀରୁ ସାମ୍ନାକୁ ଆସିଛି ଦୁଃଖଦ ଖବର । ଦିଲ୍ଲୀର ଗ୍ରେଟର କୈଳାସ-୨ ଅଞ୍ଚଳରେ ଥିବା ଏକ ବୃଦ୍ଧାଶ୍ରମରେ ନିଆଁ ଲାଗି ୨ ଜଣ ବରିଷ୍ଠ ନାଗରିକଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଅଧିକ ପଢନ୍ତୁ

fire at senior citizen care home
fire at senior citizen care home
author img

By

Published : Jan 1, 2023, 11:58 AM IST

ନୂଆଦିଲ୍ଲୀ: ନୂଆବର୍ଷର ଆରମ୍ଭରୁ ଅଘଟଣ । ନବବର୍ଷର ସକାଳ ଉଦୟ ହେବା ପୂର୍ବରୁ ଆଖିବୁଜିଲେ ୨ ବରିଷ୍ଠ ନାଗରିକ । ଦିଲ୍ଲୀର ଗ୍ରେଟର କୈଳାସ-୨ ଅଞ୍ଚଳରେ ଥିବା ଏକ ବୃଦ୍ଧାଶ୍ରମରେ ନିଆଁ ଲାଗି ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ସୂଚନା ରହିଛି (Fire Broke Out in Greater kailash Delhi) ।

ଖବରଅନୁସାରେ, ପାଖାପାଖି ଭୋର ୫.୧୫ ମିନିଟରେ ହଠାତ ବୃଦ୍ଧାଶ୍ରମରେ ନିଆଁ ଲାଗିଯାଇଥିଲା । ଫଳରେ ଦୁଇଜଣଙ୍କ ମୃ୍ତ୍ୟୁ ହୋଇଥିବା ବେଳେ ଜଣକୁ ଗୁରୁତର ଭାବେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହାସହ ୬ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଅଗ୍ନିକାଣ୍ଡର ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ୪ଟି ଦମକଳ ଗାଡି ଘଟଣାସ୍ଥଳରେ ନିୟୋଜିତ ହୋଇଥିବା ବେଳେ ନିଆଁ ଲିଭାପାଇଁ ପାଖାପାଖି ୧ ଘଣ୍ଟାକୁ ଊର୍ଦ୍ଧ୍ବ ସମୟ ଲାଗିଥିଲା ।

ଏହା ମଧ୍ୟ ପଢନ୍ତୁ: New Year 2023: ମହାପ୍ରଭୁଙ୍କ ଦର୍ଶନରୁ ନୂଆବର୍ଷ ଆରମ୍ଭ, ଲୋକାରଣ୍ୟ ଶ୍ରୀକ୍ଷେତ୍ର

ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଡିସିପି କହିଛନ୍ତି, "ଆମେ ଖବର ପାଇ ଘଟଣାସ୍ଥଳକୁ ଯିବା ବେଳେ ୨ଜଣ ବରିଷ୍ଠ ନାଗରିକଙ୍କ ମୃତ୍ୟୁ ହୋଇଯାଇଥିଲା । ଏହାସହ ଜଣକୁ ଗୁରୁତର ଭାବେ ଉଦ୍ଧାର କରାଯାଇ ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନଥିବା ବେଳେ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥାଇପାରେ ବୋଲି ଅନୁମାନ କରାଯାଉଛି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.