ETV Bharat / bharat

Gujarat: ହମସଫର ଏକ୍ସପ୍ରେସରେ ଲାଗିଲା ନିଆଁ, ନିଆଁ ଲିଭା କାର୍ଯ୍ୟ ଜାରି

author img

By ETV Bharat Odisha Team

Published : Sep 23, 2023, 4:41 PM IST

ଗୁଜୁରାଟର ଭଲସାଦରେ ହମସଫର ଏକ୍ସପ୍ରେସରେ ଲାଗିଲା ନିଆଁ । ଟ୍ରେନକୁ ଖାଲି କରି ନିଆଁ ଲିଭା କାର୍ଯ୍ୟ ଜାରି । କେହି ମୃତାହତ ହୋଇନଥିବା ସୂଚନା । ଅଧିକ ପଢନ୍ତୁ

Gujarat: ହମସଫର ଏକ୍ସପ୍ରେସରେ ଲାଗିଲା ନିଆଁ, ନିଆଁଲିଭା କାର୍ଯ୍ୟ ଜାରି

ହମସଫର ଏକ୍ସପ୍ରେସରେ ଲାଗିଲା ନିଆଁ, ନିଆଁ ଲିଭା କାର୍ଯ୍ୟ ଜାରି

ଗାନ୍ଧୀନଗର: ଗୁଜୁରାଟର ଭଲସାଦ ନିକଟରେ ହମସଫର ଏକ୍ସପ୍ରସରେ ନିଆଁ ଲାଗିଛି । ଭଲସାଦ ଷ୍ଟେସନର କିଛି ଦୂରରେ ତିରୁଚିରାପଲ୍ଲୀ-ଶ୍ରୀଗଙ୍ଗାନଗର ହମସଫର ଏକ୍ସପ୍ରେସରେ ଏହି ଅଗ୍ନିକାଣ୍ଡ ଘଟିଛି । ଜେନେରେଟର କାର ସହ ଏକାଧିକ ବଗିରେ ନିଆଁ ଲାଗିଛି । କେହି ଯାତ୍ରୀ ମୃତାହତ ହୋଇଥିବା ସୂଚନା ସାମ୍ନାକୁ ଆସିନି । ସମ୍ପର୍ଣ୍ଣ ଟ୍ରେନକୁ ଖାଲି କରାଯାଇଛି । ଏକାଧିକ ଫାଏର ଟିମ୍‌ ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି । ତେବେ କେଉଁ କାରଣ ପାଇଁ ନିଆଁ ଲାଗିଛି, ତାହା ମଧ୍ୟ ସ୍ପଷ୍ଟ ହୋଇନି । ଘଟଣାସ୍ଥଳରେ ରେଳବାଇ ଅଧିକାରୀ ପହଞ୍ଚିଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ଆଜି ଅପରାହ୍ନରେ ‘ତିରୁଚିରାପଲ୍ଲୀ-ଶ୍ରୀଗଙ୍ଗାନଗର ହମସଫର ଏକ୍ସପ୍ରେସ’ ଭଲସାଦ ଷ୍ଟେସନର ନିକଟବର୍ତ୍ତୀ ଥିବା ବେଳେ ଏଥିରେ ନିଆଁ ଦେଖିବାକୁ ମିଳିଥିଲା । ପ୍ରଥମ ଗୋଟିଏ ବଗିରେ ନିଆଁ ଦେଖାଯିବା ପରେ ଟ୍ରେନଟି ଅଟକିଥିଲା । କିଛି ସମୟ ମଧ୍ୟରେ ଏକାଧିକ ବଗିକୁ ନିଆଁ ବ୍ୟାପି ଯାଇଥିଲା । ସମସ୍ତ ବଗିରୁ ଯାତ୍ରୀକୁ ସୁରକ୍ଷିତ ବାହାର କରାଯାଇଛି । ଟ୍ରେନକୁ ଖାଲି କରି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ଏକାଧିକ ଫାଏର ଟିମ୍‌ । ଏପର୍ଯ୍ୟନ୍ତ କେହି ମୃତାହତ ହୋଇଥିବା ନେଇ ସୂଚନା ମିଳିନାହିଁ । ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ଏସି ବଗିରେ ସଟସର୍କିଟ କାରଣରୁ ନିଆଁ ଲାଗି ଅନ୍ୟତ୍ର ବ୍ୟାପିଥିବା ସନ୍ଦେହ କରାଯାଉଥିବା ବେଳେ ତାହା ବୈଷୟିକ ତଦନ୍ତ ପରେ ସ୍ପଷ୍ଟ ହେବ । ଏବେ ନିଆଁକୁ ଆୟତ କରିବା ପାଇଁ ପ୍ରୟାସ ଜାରି ରହିଛି ।

ବହୁଚର୍ଚ୍ଚିତ ବାଲେଶ୍ବର ରେଳ ଦୁର୍ଘଟଣାରେ 294 ଜଣଙ୍କ ମୃତ୍ୟୁ ହେବା ପରେ ଏକାଧିକ ଛୋଟ ଧରଣର ରେଳ ଦୁର୍ଘଟଣା ମଧ୍ୟ କ୍ରମାଗତ ସାମ୍ନାକୁ ଆସିବାରେ ଲାଗିଛି । ନିକଟରେ ହାଇଦ୍ରାବାଦ-ହାଓ୍ବଡା ଫାଲକନୁମା ଏକ୍ସପ୍ରେସର ଏକାଧିକ ବଗି ଜଳିଯାଇଥିଲା । ସେହିପରି 11 ତାରିଖରେ ବ୍ରହ୍ମପୁର ରେଳ ଷ୍ଟେସନରେ ଦେଶର ସର୍ବାଧିକ ଦୂରତା ଅତିକ୍ରମ କରୁଥିବା ଦ୍ରିବୁଗଡ-କନ୍ୟାକୁମାରୀ ବିବେକ ଏକ୍ସପ୍ରେସରେ ମଧ୍ୟ ଧୂଆଁ ଦେଖିବାକୁ ମିଳିଥିଲା । ଟ୍ରେନର ଗୋଟିଏ ବଗି ନିକଟରେ ବହୁ ଜୋରରେ ଧୂଆଁ ଦେଖିବା ପରେ ଟ୍ରେନର ଚେନକୁ ଟାଣି ଭୟଭୀତ ହୋଇପଡିଥିବା ଯାତ୍ରୀମାନେ ଟ୍ରେନରୁ ଓହ୍ଲାଇ ପଡିଥିଲେ ।

ଏହା ମଧ୍ୟ ପଢନ୍ତୁ :- ଚେନ୍ନାଇ-ବେଙ୍ଗାଲୁରୁ ଏକ୍ସପ୍ରେସ ଇଞ୍ଜିନରେ ଧୂଆଁ, ମରାମତି ପରେ ଗଡିଲା ଟ୍ରେନ

ସେହି ବ୍ରହ୍ମପୁର ଷ୍ଟେସନର ଗତ ମାସ (ଜୁନ) 6ରେ ସିକନ୍ଦରାବାଦ୍‌-ଅଗରତାଲା ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟିଥିଲା । ଟ୍ରେନର B-5 ବଗିରେ କୌଣସି କାରଣରୁ ନିଆଁ ଲାଗି ଧୂଆଁ ବାହାରିବା ପରେ ଯାତ୍ରୀମାନେ ଭୟରେ ଯାତ୍ରା କରିବାକୁ ମନା କରିଥିଲେ । ସଟ୍‌ସର୍କିଟ ଯୋଗୁଁ ଟ୍ରେନର ବଗିରେ ନିଆଁ ଲାଗିଥିଲା ଓ ପରବର୍ତ୍ତୀ ସମୟରେ ମରାମତି ସରିବା ପରେ ଏହା ପୁଣି ଯାତ୍ରୀ ଆରମ୍ଭ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.