ETV Bharat / bharat

ଛିଡା ହୋଇଥିଲା ଟ୍ରେନ ଲାଗିଲା ନିଆଁ, ଜଳିଗଲା ବଗି

author img

By

Published : Dec 27, 2021, 1:59 PM IST

ରେଳ ଷ୍ଟେସନରେ ଠିଆ ହୋଇଥିବା ବଗିରେ ଲାଗିଲା ନିଆଁ । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡରେ ବଗିଟି ସମୂର୍ଣ୍ଣ ପୋଡ଼ି ଯାଇଛି । ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ଜଣାପଡ଼ିଛି । ଅଧିକ ପଢ଼ନ୍ତୁ

Gaya Railway Station in Bihar
ଷ୍ଟେସନରେ ଠିଆ ହୋଇଥିବା ଟ୍ରେନରେ ଲାଗିଲା ନିଆଁ

ଗୟା: ରେଳ ଷ୍ଟେସନରେ ଠିଆ ହୋଇଥିବା ବଗିରେ ଲାଗିଲା ନିଆଁ । ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡରେ ବଗିଟି ସମୂର୍ଣ୍ଣ ପୋଡ଼ି ଯାଇଛି । ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ଜଣାପଡ଼ିଛି ।

ବିହାରର ଗୟା ରେଳ ଷ୍ଟେସନରେ ଠିଆ ହୋଇଥିବା ଏକ ସ୍ଲିପର ବଗିରେ ହଠାତ ନିଆଁ ଲାଗିବା ସୂଚନା ମିଳିଛି । ନିଆଁ ଲାଗିଥିବା ବଗିରେ କେହି ଯାତ୍ରୀ ନଥିବାବେଳେ କୌଣସି କ୍ଷତି ହୋଇନଥିବା ଜଣାପଡ଼ିଛି । ଷ୍ଟେସନରେ ଥିବା ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଠିଆ ହୋଇଥିବା ଟ୍ରେନର ବଗିରୁ ହଠାତ ଧୂଆଁ ବାହାରିଥିଲା । ଯଦ୍ବାରା ସେ ତୁରନ୍ତ ରେଳ ବିଭାଗ ଅଧିକାରୀଙ୍କୁ ସୂଚନା ଦେଇଥିଲେ । ବଗିରେ ଲାଗିଥିବା ନିଆଁକୁ ଅଗ୍ନିଶମ ବାହିନୀ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଏହା ସମ୍ପୂର୍ଣ୍ଣ ଭାବେ ଜଳି ଯାଇଥିଲା ।

ଅଗ୍ନିଶମ ଅଧିକାରୀ ଅରବିନ୍ଦ ପ୍ରସାଦ କହିଛନ୍ତି ଯେ, ନିଆଁ ଲାଗିବା ସମୟରେ ଟ୍ରେନରେ କେହି ନଥିଲେ ।

ବ୍ୟୁରୋ ରିପୋର୍ଟ ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.