ମୁମ୍ବାଇ: ମହାରାଷ୍ଟ୍ରରେ ପୁଣି ଅଗ୍ନିକାଣ୍ଡ । ପୁନେର ଆବର୍ଜନା ପ୍ରକ୍ରିୟାକରଣ କେନ୍ଦ୍ରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଘଟଣାସ୍ଥଳରେ 11 ଟି ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ଲାଗିଛନ୍ତି ।
ଖବର ଅନୁଯାୟୀ ପୁନେର ହରଦାସପୁର ଅଞ୍ଚଳର ରାମଟେକୀ ଆବର୍ଜନା ପ୍ରକ୍ରିୟାକରଣ କେନ୍ଦ୍ରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ନିଆଁର ପ୍ରକୋପ ବୃଦ୍ଧି ପାଇବାଲେ ଲାଗିଛି । ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ସୂଚନାଥାଉକି ଗତ 21 ତାରିଖ ଦିନ ପୁନେର ସିରମ ଇନଷ୍ଟିଚ୍ୟୁଟରେ ଭୟାବହ ଅଗ୍ନିକାଣ୍ଡ ଘଟି 8 ଜଣ ମୃତ୍ୟୁବରଣ କରିଥିଲେ ।
@ANI