ନୂଆଦିଲ୍ଲୀ: ଦିଲ୍ଲୀ ଗୁଲାବୀ ବାଗ ଅଞ୍ଚଳରେ ଥିବା ଏକ କସ୍ମେଟିକ ଫ୍ୟାକ୍ଟ୍ରିରେ ଭୀଷଣ ଅଗ୍ନିକାଣ୍ଡ । ପାଖାପାଖି 5 ଘଣ୍ଟା ପରେ ନିଆଁକୁ ଆୟତ୍ତ କଲେ 18 ଦମକଳ ବାହିନୀ । ଲକ୍ଷାଧିକ ଟଙ୍କାର ଧନ ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି । ସେପଟେ ଫ୍ୟାକ୍ଟ୍ରିରୁ ଗୋଟିଏ ମୃତଦେହ ଉଦ୍ଧାର ହୋଇଥିବାବେଳେ ତାହା ସମ୍ପୂର୍ଣ୍ଣ ଭାବରେ ଜଳି ଯାଇଛି। ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।
ଆଜି ଭୋରୁ ଏହି କସ୍ମେଟିକ ଫ୍ୟାକ୍ଟ୍ରିରେ ନିଆଁ ଲାଗିଥିବା ଜଣାପଡିଥିଲା । ଫ୍ୟାକ୍ଟ୍ରିର ପ୍ରଥମ ଫ୍ଲୋରରେ ନିଆଁ ଲାଗିଥିବାବେଳେ ସେଠାରେ ଅନେକ କସ୍ମେଟିକ ସାମାନ ଥିବା ଜଣାପଡିଛି । ତେବେ ସେଠାରେ ଏକ ପରିବାର ରହୁଥିବାବେଳେ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ଯାହା ସମ୍ପୂର୍ଣ୍ଣ ଭାବରେ ଜଳିଯାଇଛି । ତେବେ ତାହା ମହିଳା କି ପୁରୁଷ ଜଣାପଡିନାହିଁ । ନିଆଁ ଲିଭା କାର୍ଯ୍ୟ ଏବେ ବି ଜାରି ରହିଛି । ଗୁଲାବୀ ବାଗ ପୋଲିସ ନିଆଁ ଲାଗିବାର କାରଣ ଖୋଜୁଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ